ଟ୍ରେନ୍‌ରେ ବଢ଼ିଲା ଚା’ ଓ କଫିର ଦର: ପଢ଼ନ୍ତୁ କେତେ

ନୂଆଦିଲ୍ଲୀ: ଟ୍ରେନ୍‌ରେ ଦିଆଯାଉଥିବା ଚା’ ଓ କଫିର ମୂଲ୍ୟ ୭ ଟଙ୍କାରୁ ୧୦ ଟଙ୍କାକୁ ବୃଦ୍ଧି କରିଛି ଭାରତୀୟ ରେଳବାଇ। ଟ୍ରେନ୍‌ରେ ଦିଆଯାଉଥିବା ମିଲ୍ସର ମେନୁ ଓ ଟାରିଫକୁ (tariff) ସମୀକ୍ଷା କରିବା ପରେ ଆଇଆରସିଟିସି (IRCTC) ଏହି ମୂଲ୍ୟ ବୃଦ୍ଧି କରିଛି। ରେଲୱେ ବୋର୍ଡ ପକ୍ଷରୁ ଜାରି ହୋଇଥିବା ସର୍କ୍ୟୁଲାରରେ ଉଲ୍ଲେଖ କରାଯାଇଛି ଯେ, ଚା’ ଓ କଫିର ମୂଲ୍ୟ ସଂଶୋଧିତ ହୋଇ ୧୦ ଟଙ୍କା  କରାଯାଇଛି। କିନ୍ତୁ, ଷ୍ଟାଣ୍ଡାର୍ଡ ଚା ( ଡିପ୍ ଡିପ୍ ଚା’ […]

tea,,,,

Tapaswini Nayak
  • Published: Thursday, 20 September 2018
  • , Updated: 20 September 2018, 09:20 AM IST

ନୂଆଦିଲ୍ଲୀ: ଟ୍ରେନ୍‌ରେ ଦିଆଯାଉଥିବା ଚା’ ଓ କଫିର ମୂଲ୍ୟ ୭ ଟଙ୍କାରୁ ୧୦ ଟଙ୍କାକୁ ବୃଦ୍ଧି କରିଛି ଭାରତୀୟ ରେଳବାଇ। ଟ୍ରେନ୍‌ରେ ଦିଆଯାଉଥିବା ମିଲ୍ସର ମେନୁ ଓ ଟାରିଫକୁ (tariff) ସମୀକ୍ଷା କରିବା ପରେ ଆଇଆରସିଟିସି (IRCTC) ଏହି ମୂଲ୍ୟ ବୃଦ୍ଧି କରିଛି।

ରେଲୱେ ବୋର୍ଡ ପକ୍ଷରୁ ଜାରି ହୋଇଥିବା ସର୍କ୍ୟୁଲାରରେ ଉଲ୍ଲେଖ କରାଯାଇଛି ଯେ, ଚା’ ଓ କଫିର ମୂଲ୍ୟ ସଂଶୋଧିତ ହୋଇ ୧୦ ଟଙ୍କା  କରାଯାଇଛି। କିନ୍ତୁ, ଷ୍ଟାଣ୍ଡାର୍ଡ ଚା ( ଡିପ୍ ଡିପ୍ ଚା' ନୁହେଁ) ୫ ଟଙ୍କାରେ ମିଳିବ। ସେହି ଅନୁସାରେ ଲାଇସେନ୍ସର ଦର ପରିବର୍ତ୍ତନ କରି ସଂଶୋଧିତ ଦର୍ ଲାଗୁ କରିବାକୁ ବୋର୍ଡ କହିଛି ।

ପ୍ରାୟ ୩୫୦ ଟ୍ରେନରେ ଆଇଆରସିଟିସିର ପ୍ୟାନଟ୍ରି କାର୍ ରହିଛି। ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସ ଟ୍ରେନରେ ଖାଦ୍ୟ ପ୍ୟାକେଟ୍ ପ୍ରିପେଡ୍ ଥିବାରୁ ତାହାର ମୂଲ୍ୟ ପରିବର୍ତ୍ତନ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

Related story