ନୃଶଂସ ସ୍ୱାମୀକୁ ଆଜୀବନ କାରାଦାଣ୍ଡ: ଓଡ଼ିଆ ଝିଅ ଅନୁପମାଙ୍କୁ କାଟି ଫ୍ରିଜରେ ରଖିଥିଲେ ୭୨ ଟୁକୁଡ଼ା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଅନୁପମା ଗୁଲାଟି ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ସ୍ୱାମୀ ରାଜେଶ ଗୁଲାଟିଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଡେରାଡୁନ୍ କୋର୍ଟ। ଏଥିସହ ତାଙ୍କୁ ୧୫ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୦ ମସିହା ଅକ୍ଟୋବର ମାସରେ ଅନୁପମାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଏହା ପରେ ଦୁଇମାସ ଧରି ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ କାଟି ଦିଆଯାଇ ଫ୍ରିଜରେ ରଖିଥିଲେ ଅଭିଯୁକ୍ତ ରାଜେଶ। […]

Rakesh Mallick
  • Published: Friday, 01 September 2017
  • , Updated: 01 September 2017, 10:52 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଅନୁପମା ଗୁଲାଟି ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ସ୍ୱାମୀ ରାଜେଶ ଗୁଲାଟିଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଡେରାଡୁନ୍ କୋର୍ଟ। ଏଥିସହ ତାଙ୍କୁ ୧୫ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୦ ମସିହା ଅକ୍ଟୋବର ମାସରେ ଅନୁପମାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଏହା ପରେ ଦୁଇମାସ ଧରି ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ କାଟି ଦିଆଯାଇ ଫ୍ରିଜରେ ରଖିଥିଲେ ଅଭିଯୁକ୍ତ ରାଜେଶ। ପରେ କଟା ଶରୀରକୁ ରାଜେଶ ଡେରାଡୁନର ଏକ ଜଙ୍ଗଲରେ ଫୋପାଡିଥିବା ଅଭିଯୋଗ ହୋଇଥିଲା।

ଓଡ଼ିଆ ଝିଅ ଅନୁପମା ରାଜେଶ ଗୁଲାଟିଙ୍କୁ ବିବାହ କରିବାର କିଛିଦିନ ପରେ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ଦୁଇ ମାସ ଧରି ଅନୁପମା ନିଖୋଜ ହେବା ପରେ ତାଙ୍କ ଭାଇ ସୁଜନ ପ୍ରଧାନ ଥାନାରେ ଏତଲା ଦେଇଥିଲେ। ପରେ ପୋଲିସ ପକ୍ଷରୁ ତଦନ୍ତ ବେଳେ ଫ୍ରିଜର ଅନୁପମାଙ୍କ ମାଂଶ ଟୁକୁଡ଼ା ମିଳିଥିଲା। ପୋଲିସ ଜେରା ପରେ ରାଜେଶ ଅନୁପମାଙ୍କ ଶରୀରକୁ ୭୨ ଟୁକୁଡ଼ା କରିଥିଲା ବୋଲି ଜଣାପଡ଼ିଥିଲା।

Related story