କରୋନା ଭାଇରସ ଉପରେ ଏହି ଔଷଧ ୧୦ଗୁଣା ଅଧିକ ପ୍ରଭାବଶାଳୀ!

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ସମଗ୍ର ବିଶ୍ୱରେ ତା’ର କାୟା ବିସ୍ତାର କରିଚାଲିଛି। କରୋନାକୁ ମାତ୍‌ ଦେବା ପାଇଁ ବିଶ୍ୱର ପ୍ରାୟ ସବୁ ରାଷ୍ଟ୍ର ଟିକା ବାହାର କରିବା କାର୍ଯ୍ୟରେ ଲାଗିଛି। କିଛି ଟିକା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଉ କିଛି ଟିକା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଏସବୁ ଭିତରେ ଦିଲ୍ଲୀ ଆଇଆଇଟି ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟିକା ଅପେକ୍ଷା କରୋନାକୁ ୧୦ ଗୁଣା ଅଧିକ ମାତ୍‌ ଦେଇ ପାରୁଥିବା […]

yui

Hemant Lenka
  • Published: Monday, 28 September 2020
  • , Updated: 28 September 2020, 08:48 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ସମଗ୍ର ବିଶ୍ୱରେ ତା’ର କାୟା ବିସ୍ତାର କରିଚାଲିଛି। କରୋନାକୁ ମାତ୍‌ ଦେବା ପାଇଁ ବିଶ୍ୱର ପ୍ରାୟ ସବୁ ରାଷ୍ଟ୍ର ଟିକା ବାହାର କରିବା କାର୍ଯ୍ୟରେ ଲାଗିଛି। କିଛି ଟିକା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଉ କିଛି ଟିକା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି।

ଏସବୁ ଭିତରେ ଦିଲ୍ଲୀ ଆଇଆଇଟି ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟିକା ଅପେକ୍ଷା କରୋନାକୁ ୧୦ ଗୁଣା ଅଧିକ ମାତ୍‌ ଦେଇ ପାରୁଥିବା ଔଷଧ ସମ୍ପର୍କରେ ଗବେଷକମାନେ ତଥ୍ୟ ହାସଲ କରିଛନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ କରୋନା ଭାଇରସ ବିରୋଧରେ କ୍ଲିନିକାଲ୍ ଅନୁମୋଦିତ ପ୍ରାପ୍ତ 'ଟିକୋପ୍ଲାନିନ' ନାମକ ଔଷଧ ଅଧିକ ପ୍ରଭାବଶାଳୀ।

ବର୍ତ୍ତମାନ ସୁଦ୍ଧା ଯେଉଁ ସବୁ ଔଷଧ କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଛି, ତା’ ମଧ୍ୟରୁ 'ଟିକୋପ୍ଲାନିନ' ଦଶ ଗୁଣ ଅଧିକ ପ୍ରଭାବଶାଳୀ। ଆଇଆଇଟିର କୁସୁମା ସ୍କୁଲ ଅଫ୍ ବାୟୋଲୋଜିକାଲ ସାଇନ୍ସର ଗବେଷଣରେ ୨୩ଟି ଅନୁମୋଦନ ପ୍ରାପ୍ତ ଔଷଧ ଉପରେ ପରୀକ୍ଷା କରାଯାଇଥିଲା।

ପିଟିଆଇ ରିପୋର୍ଟ ଅନୁଯାୟୀ, ଆଇଆଇଟି ଦିଲ୍ଲୀର ପ୍ରଫେସର ଅଶୋକ ପଟେଲ କହିଛନ୍ତି, ଟିକୋପ୍ଲାନିନକୁ କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ଅନ୍ୟ ଔଷଧଗୁଡ଼ିକ ସହ ତୁଳନା କରାଯାଇଥିଲା। ବିଶେଷ କରି ଆମେ ଲ୍ୟାବରେ ଲୋପିନାଭିର ଓ ହାଇଡ୍ରୋକ୍ସିକ୍ଲୋରୋକୁଇନର ପରୀକ୍ଷା କରିଥିଲୁ। ତେବେ କରୋନା ବିରୋଧରେ ଟିକୋପ୍ଲାନିନ ଉପରୋକ୍ତ ୨ ଔଷଧ ତୁଳନାରେ ୧୦ରୁ ୨୦ ଗୁଣ ଅଧିକ ପ୍ରଭାବଶାଳୀ ଥିବା ଜଣାପଡ଼ିଛି। ଏମ୍ସର ଡାକ୍ତର ପ୍ରଦୀପ ଶର୍ମା ମଧ୍ୟ ଏହି ଗବେଷଣାରେ ସାମିଲ ହୋଇଥିଲେ।

ଟିକୋପ୍ଲାନିନ ଏକ ଗ୍ଲାଇକୋପେପଟାଇଡ୍ ଆଣ୍ଟିବାୟୋଟିକ୍। ଏହାକୁ ଆମେରିକାର ଖାଦ୍ୟ ଓ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ମଧ୍ୟ ଅନୁମୋଦନ ଦେଇଛି।

Related story