ନୂଆଦିଲ୍ଲୀ: ଜଣାଶୁଣା ତେଲୁଗୁ ଅଭିନେତ୍ରୀ ଏବଂ ତେଲେଙ୍ଗାନାର ପୂର୍ବତନ ସାଂସଦ ଏମ୍. ବିଜୟାଶାନ୍ତି ସୋମବାର ବିଜେପିରେ ସାମିଲ୍ ହୋଇଛନ୍ତି। ଏହାର ଦିନକ ପୂର୍ବରୁ ସେ ରବିବାର ଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଜି. କିଷନ ରେଡ୍ଡିଙ୍କୁ ସାକ୍ଷାତ କରିଥିଲେ। ଏହା ପରେ ଆଜି ବିଜୟାଶାନ୍ତି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି।
ଦକ୍ଷିଣ ସିନେମାର ଏହି ବଡ଼ ଷ୍ଟାର୍ ୧୯୯୭ରେ ବିଜେପିରୁ ହିଁ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ବିଜେପି ଛାଡ଼ି ଟିଆରଏସରେ ଯୋଗ ଦେଇଥିଲେ। ଟିଆରଏସ୍ ଟିକେଟରେ ସେ ୨୦୦୯ରେ ଲୋକସଭା ନିର୍ବାଚନ ଜିତିଥିଲେ। କିନ୍ତୁ ତେଲେଙ୍ଗାନା ବିଭାଜନ ପରେ ସେ ଟିଆରଏସ୍ ଛାଡ଼ି ୨୦୧୪ରେ କଂଗ୍ରେସରେ ସାମିଲ୍ ହୋଇଥିଲେ।
ଏବେ ବିଜେପିରେ ଯୋଗଦେବା ପରେ ତେଲେଙ୍ଗାନାରେ ପାର୍ଟି ଆହୁରି ମଜଭୁତ୍ ହେବ। ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ୍ କର୍ପୋରେସନ୍ ନିର୍ବାଚନରେ ବିଜେପି ୧୫୦ରୁ ୪୮ଟି ଆସନ ପାଇଥିଲା। ୨୦୧୬ରେ ବିଜେପି ଏହି ନିର୍ବାଚନରେ ମାତ୍ର ୪ଟି ଆସନ୍ ଜିତିଥିଲା।