ବ୍ରିଟେନକୁ ଦକ୍ଷିଣ ଆଫ୍ରିକା ଦେଲା ଟେନସନ

ଲଣ୍ଡନ: ବ୍ରିଟେନରେ କରୋନା ମାତିଛି। ତେଣୁ  ବ୍ରିଟେନ ଗସ୍ତ ଉପରେ ଭାରତ ସରକାର ସାମୟିକ ସମୟ ପାଇଁ ବିମାନ ସେବା ଉପରେ ରୋକ୍ ଲଗାଇଛି। ଲଣ୍ଡନ ଏବଂ ଇଂଲଣ୍ଡର ଦକ୍ଷିଣ-ପୂର୍ବରେ ଇତି ମଧ୍ୟରେ କରୋନା ବ୍ୟାପିଛି। ହେଲେ ଏବେ ବ୍ରିଟେନ୍ ପାଇଁ ନଜ ଦେଶ ବ୍ୟତୀତ ଦକ୍ଷିଣ ଆଫ୍ରିକା ଚିନ୍ତାର କାରଣ ପାଲଟିଛି। ଆଜି ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହେନକାର୍କ କହିଛନ୍ତି, ୟୁକେରେ ଦଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ଦକ୍ଷିଣ ଆଫ୍ରିକା […]

BORIS-JOHNSHON

Subhransu Sekhar
  • Published: Wednesday, 23 December 2020
  • , Updated: 23 December 2020, 10:02 PM IST

ଲଣ୍ଡନ: ବ୍ରିଟେନରେ କରୋନା ମାତିଛି। ତେଣୁ  ବ୍ରିଟେନ ଗସ୍ତ ଉପରେ ଭାରତ ସରକାର ସାମୟିକ ସମୟ ପାଇଁ ବିମାନ ସେବା ଉପରେ ରୋକ୍ ଲଗାଇଛି। ଲଣ୍ଡନ ଏବଂ ଇଂଲଣ୍ଡର ଦକ୍ଷିଣ-ପୂର୍ବରେ ଇତି ମଧ୍ୟରେ କରୋନା ବ୍ୟାପିଛି। ହେଲେ ଏବେ ବ୍ରିଟେନ୍ ପାଇଁ ନଜ ଦେଶ ବ୍ୟତୀତ ଦକ୍ଷିଣ ଆଫ୍ରିକା ଚିନ୍ତାର କାରଣ ପାଲଟିଛି।

ଆଜି ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହେନକାର୍କ କହିଛନ୍ତି, ୟୁକେରେ ଦଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିଲେ। ଏବେ ଏହି ଦୁଇ ଜଣ ବ୍ରିଟେନ ନାଗରିକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏଥିସହ ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ ରୋକ୍ ଲଗାଯାଇଛି। ଏମିତିକି ୧୫ ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ସମସ୍ତ ନାଗରିକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି।

ନିକଟରେ ଡିସେମ୍ବର ୧୯ରେ ଡାଉନିଂ ଷ୍ଟ୍ରିଟରେ ଭିଡିଓ କନଫରେନସିଂ ଜରିଆରେ ସାମ୍ବାଦିକ ସମ୍ମିଳନୀ କରି ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନଶନ କରୋନାର ନୂଆ ରୂପ ବାବଦରେ କହିଥିଲେ। ଏହି ଭାଇରସ ଲଣ୍ଡନ ଏବଂ ଇଂଲଣ୍ଡର ଦକ୍ଷିଣ-ପୂର୍ବରେ ଶୀଘ୍ର ବ୍ୟାପିଛୁ ବୋଲି କହିଥିଲେ। ଏବେ ଚିହ୍ନଟ ହେଉଥିବା ଭାଇରସ ୭୦ ପ୍ରତିଶତ ଅଧିକ ସଂକ୍ରାମକ ହୋଇପାରେ ବୋଲି ବୋରିଶ କହିଥିଲେ।

Related story