ଟିଇଆରଆଇର ରିପୋର୍ଟ: ପଚୌରୀ ଦୋଷୀ

ନୂଆଦିଲ୍ଲୀ: ଦ ଏନର୍ଜି ଆଣ୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ (ଟିଇଆରଆଇ)ର ମହାନିର୍ଦ୍ଦେଶକ   ଆରକେ ପଚୌରୀଙ୍କୁ ଲାଗିଛି ଶକ୍ତ ଝଟକା। ଜଣେ କନିଷ୍ଠ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ସତ ବୋଲି ରିପୋର୍ଟ ଦେଇଛି ଟିଇଆରଆଇର ଏକ ତିନି ଜଣିଆ ଆଭ୍ୟନ୍ତରୀଣ କମିଟି। ଏହି କମିଟି ତା ରିପୋର୍ଟରେ ଦର୍ଶାଇଛି ଯେ, ପଚୌରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ। ସେ ଅନୁଷ୍ଠାନର  ଏହି କନିଷ୍ଠ ମହିଳା କର୍ମଚାରୀଙ୍କ ନିକଟତର ହେବା ପାଇଁ ବାରମ୍ବାର ଉଦ୍ୟମ କରୁଥିଲେ। ଆଉ […]

rkpachauri

Rakesh Mallick
  • Published: Thursday, 28 May 2015
  • , Updated: 28 May 2015, 10:53 AM IST

ନୂଆଦିଲ୍ଲୀ: ଦ ଏନର୍ଜି ଆଣ୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ (ଟିଇଆରଆଇ)ର ମହାନିର୍ଦ୍ଦେଶକ   ଆରକେ ପଚୌରୀଙ୍କୁ ଲାଗିଛି ଶକ୍ତ ଝଟକା। ଜଣେ କନିଷ୍ଠ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ସତ ବୋଲି ରିପୋର୍ଟ ଦେଇଛି ଟିଇଆରଆଇର ଏକ ତିନି ଜଣିଆ ଆଭ୍ୟନ୍ତରୀଣ କମିଟି। ଏହି କମିଟି ତା ରିପୋର୍ଟରେ ଦର୍ଶାଇଛି ଯେ, ପଚୌରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ। ସେ ଅନୁଷ୍ଠାନର  ଏହି କନିଷ୍ଠ ମହିଳା କର୍ମଚାରୀଙ୍କ ନିକଟତର ହେବା ପାଇଁ ବାରମ୍ବାର ଉଦ୍ୟମ କରୁଥିଲେ। ଆଉ ଏହା ଉକ୍ତ ମହିଳା କର୍ମଚାରୀଙ୍କ  ପାଇଁ କୌଣସି ଶୋଷଣ ଠାରୁ କମ୍ ନୁହେଁ। ୩୨ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ,ଯୁବତୀଜଣଙ୍କ ପ୍ରତିରୋଧ କରିବାରୁ ପଚୌରୀ ତାଙ୍କୁ ଆଉ କୌଣସି କାମ ଦେଉନଥିଲେ। ଟିଇଆରଆଇର ଏହି ଆଭ୍ୟନ୍ତରୀଣ କମିଟି ପଚୌରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରିଛି।

ପଚୌରୀଙ୍କ ବିରୋଧରେ ଏହି ଅଭିଯୋଗ ଆସିବା ପରେ ସେ ଜାତିସଂଘର ଅନ୍ତର୍ଦେଶୀୟ ପରିବେଶ ପରିବର୍ତ୍ତନ ପ୍ୟାନେଲ ବା ଆଇପିସିସିର ଅଧ୍ୟକ୍ଷ ପଦ ଛାଡିଦେଇଥିଲେ ଓ ଟିଇଆରଆଇରୁ ଛୁଟିରେ ରହିଛନ୍ତି।  ପଚୌରୀ ଏବେ ଜାମିନରେ ଅଛନ୍ତି। ଅନ୍ୟପକ୍ଷରେ ତାଙ୍କର ଏହି ଜାମିନକୁ ପୀଡିତା ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଚ କରିଛନ୍ତି।

Related story