ବିଏସ୍‌ଏଫ୍‌ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଆତଙ୍କୀ ମୃତ, ୩ ଯବାନ ଆହତ

ଶ୍ରୀନଗର: ଶ୍ରୀନଗରରେ ବିଏସ୍ଏଫ-୧୮୨ ବାଟାଲିଅନ୍ କ୍ୟାମ୍ପରେ ଆଜି ଭୋର ପ୍ରାୟ ସାଢେ ୪ଟାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୩ଜଣ ବିଏସ୍ଏଫ ଯବାନ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏବେ ବି କ୍ୟାମ୍ପ ପରିସରରେ ୩ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଆତଙ୍କବାଦୀ ଲୁଚି ରହିଥିବା ବିଲ୍ଡଂକୁ ସିଆରପିଏଫ, ବିଏସଏଫ୍‌ ଓ ଏସଓଜି ଯବାନମାନେ ଚାରିଆଡୁ ଘେରି ରହିଛନ୍ତି। ଏହି ଘଟଣା ପରେ ଶ୍ରୀନଗର ବିମାନ […]

nn

Rakesh Mallick
  • Published: Tuesday, 03 October 2017
  • , Updated: 03 October 2017, 05:00 AM IST

ଶ୍ରୀନଗର: ଶ୍ରୀନଗରରେ ବିଏସ୍ଏଫ-୧୮୨ ବାଟାଲିଅନ୍ କ୍ୟାମ୍ପରେ ଆଜି ଭୋର ପ୍ରାୟ ସାଢେ ୪ଟାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୩ଜଣ ବିଏସ୍ଏଫ ଯବାନ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏବେ ବି କ୍ୟାମ୍ପ ପରିସରରେ ୩ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି।

ଆତଙ୍କବାଦୀ ଲୁଚି ରହିଥିବା ବିଲ୍ଡଂକୁ ସିଆରପିଏଫ, ବିଏସଏଫ୍‌ ଓ ଏସଓଜି ଯବାନମାନେ ଚାରିଆଡୁ ଘେରି ରହିଛନ୍ତି। ଏହି ଘଟଣା ପରେ ଶ୍ରୀନଗର ବିମାନ ବନ୍ଦରରୁ ସମସ୍ତ ବିମାନ ଚଳାଚଳକୁ ବନ୍ଦ କରିଦିଆଯାଇଛି।

ଶ୍ରୀନଗରର ବିଏସ୍ଏଫ-୧୮୨ ବାଟାଲିଅନ୍ କ୍ୟାମ୍ପର ପ୍ରଶାସନିକ କାର୍ଯ୍ୟାଳୟକୁ ଆତଙ୍କବାଦୀ ଟାଗେର୍ଟ କରିଥିଲେ। ଆତଙ୍କବାଦୀ କ୍ୟାମ୍ପର ମୁଖ୍ୟ ଗେଟ୍ ଦେଇ ଯାଇଥିବା ରାସ୍ତାରେ ଅନୁପ୍ରବେଶ  ବେଳେ ସୁରକ୍ଷାକର୍ମୀଙ୍କ ସନ୍ଦେହ ହୋଇଥିଲା। ପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ଜଣ ଭାରତୀୟ ଯବାନ ଆହତ ହୋଇଥିଲା ବେଳେ ଜଣେ  ଆତଙ୍କବାଦୀ ନିହତ ହୋଇଥିଲା।

ଗତକାଲି ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ଯାହାକୁ ଭାରତୀୟ ସେନା ବିଫଳ କରିଦେଇଥିଲେ।

 

Related story