ନେଦରଲ୍ୟାଣ୍ଡସରେ ଭୟଙ୍କର ଆତଙ୍କବାଦୀ ହମ୍‌ଲା

ଦି ହେଗ୍‌: ନେଦରଲ୍ୟାଣ୍ଡସର ଅଟ୍ରଚେଟ୍‌ରେ ଆଜି ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି।ଜଣେ ବନ୍ଧୁକଧାରୀ ଏଠାରେ ଥିବା ଟ୍ରାମ ଷ୍ଟେସନ ଉପରେ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୩ ଚଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ସମୟ ୧୦.୪୫ରେ ଏଭଳି ଆକ୍ରମଣ ହୋଇଛି। ପୁଲିସ୍‌ ଏହାକୁ ଆତଙ୍କବାଦୀ ଆକ୍ରମଣ ଭାବେ ବିବେଚନା କରି ମୁକାବିଲା କରିବା ଆରମ୍ଭ କରିଛି। ଗୁଳି ମାଧଡ଼ କରିଥିବା ବ୍ୟକ୍ତି ଜଣଙ୍କ ଫେରାର ଥିବାରୁ ପୁଲିସ୍‌ ଏବେ ଅଧିକ ସର୍ତକତା ଅବଲମ୍ବନ କରି ସର୍ଚ୍ଚ ଅପରେଶନ […]

t

Hemant Lenka
  • Published: Monday, 18 March 2019
  • , Updated: 18 March 2019, 08:19 PM IST

ଦି ହେଗ୍‌: ନେଦରଲ୍ୟାଣ୍ଡସର ଅଟ୍ରଚେଟ୍‌ରେ ଆଜି ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି।ଜଣେ ବନ୍ଧୁକଧାରୀ ଏଠାରେ ଥିବା ଟ୍ରାମ ଷ୍ଟେସନ ଉପରେ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୩ ଚଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ସମୟ ୧୦.୪୫ରେ ଏଭଳି ଆକ୍ରମଣ ହୋଇଛି। ପୁଲିସ୍‌ ଏହାକୁ ଆତଙ୍କବାଦୀ ଆକ୍ରମଣ ଭାବେ ବିବେଚନା କରି ମୁକାବିଲା କରିବା ଆରମ୍ଭ କରିଛି। ଗୁଳି ମାଧଡ଼ କରିଥିବା ବ୍ୟକ୍ତି ଜଣଙ୍କ ଫେରାର ଥିବାରୁ ପୁଲିସ୍‌ ଏବେ ଅଧିକ ସର୍ତକତା ଅବଲମ୍ବନ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଛି। 

ଶେଷ ଖବର ସୁଦ୍ଧା, ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ୯ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସମଗ୍ର ଅଞ୍ଚଳକୁ କର୍ଡନଅପ୍‌ କରାଯାଇଛି। ଏହି ଘଟଣା ପରେ ସମଗ୍ର ସହରରେ ହାଇଆଲର୍ଟ ଜାରି କରାଯାଇଛି। ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ଘଟଣାସ୍ଥଳକୁ ହେଲିକପ୍ଟର ମଧ୍ୟ ସାମିଲ ହୋଇଛି।

ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ରହିଥିଲା।  ପୁଲିସ୍‌ ପକ୍ଷରୁ ଏହାର ଦୃଢ଼ ଜବାବ ମଧ୍ୟ ଦିଆଯାଥିଲା। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ପୁଲିସ୍‌ ଏହି ଘଟଣାରେ ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ଫଟୋ ଜାରି କରିଛି।

ସେ ତୁର୍କୀର ନାଗରିକ ହୋଇଥିବା ବେଳେ ତାଙ୍କ ନାଁ ଗୋକମ୍ୟାନ ଟ୍ୟାନିସ। ପୁଲିସ୍‌ ଏହି ବ୍ୟକ୍ତିଙ୍କୁ ଖୋଜୁଥିବା ବେଳେ ଲୋକଙ୍କୁ ଏହି ବ୍ୟକ୍ତିଙ୍କ ପ୍ରତି ସତର୍କ ରହିବାକୁ କୁହାଯାଇଛି।

ସ୍ଥାନୀୟ ଅଞ୍ଚଳରେ ଆସନ୍ତାକାଲି ନିର୍ବାଚନ ଥିବାରୁ ଏଭଳି ଘଟଣା ଘଟିଛି। ପୁଲିସ୍‌ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଫେରାର ବ୍ୟକ୍ତି ଜଣଙ୍କୁ ଖୋଜିବା ଆରମ୍ଭ କରିଛି। ତେବେ ଏଯାଏ ଫେରା ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଡଚ୍‌ ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଆତଙ୍କବାଦ ବିରୋଧରେ ଦେଶ ଏକାଠି ଲଢ଼େଇ କରିବ ବୋଲି କହିଛନ୍ତି।

କିଛି ଦିନ ତଳେ ନ୍ୟୁଜିଲ୍ୟାଣ୍ଡର ଦୁଇଟି ମସଜିଦ୍‌ରେ ଜଣେ ବନ୍ଧୁକଧାରୀ ଗୁଳିମାଡ଼ କରିଥିଲା। ଏଥିରେ ୫୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ନେଦରଲ୍ୟାଣ୍ଡସରୁ ଏଭଳି ଖବର ଆସିଛି।

Related story