ବାଗ୍‌ଦାଦ: ଆତଙ୍କବାଦୀ ଆକ୍ରମଣ, ୧୨ ମୃତ

ବାଗ୍‌ଦାଦ: ବାଗ୍‌ଦାଦ୍‌ର ଉତ୍ତରରେ ଥିବା ଏକ ରନ୍ଧନ ଗ୍ୟାସ୍‌ ପ୍ଲାଣ୍ଟ ଉପରେ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ୧୨ ଜଣଙ୍କ ପ୍ରାଣହାନି ଘଟିଛି। ଆଜି ସକାଳୁ ଏକ କାରରେ ବୋମା ଖଞ୍ଜି ରନ୍ଧନ ଗ୍ୟାସ୍‌ ପ୍ଲାଣ୍ଟର ଗେଟ୍‌କୁ ଆତଙ୍କବାଦୀମାନେ ଧକ୍କା କରାଇଥିଲେ। ପରେ ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଘଟଣାରେ ୨୫ରୁ ଅଧିକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଅଧିକାଂଶ ସୁରକ୍ଷାକର୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସେନାର […]

attack

Rakesh Mallick
  • Published: Sunday, 15 May 2016
  • , Updated: 04 May 2017, 03:44 PM IST

ବାଗ୍‌ଦାଦ: ବାଗ୍‌ଦାଦ୍‌ର ଉତ୍ତରରେ ଥିବା ଏକ ରନ୍ଧନ ଗ୍ୟାସ୍‌ ପ୍ଲାଣ୍ଟ ଉପରେ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ୧୨ ଜଣଙ୍କ ପ୍ରାଣହାନି ଘଟିଛି।

ଆଜି ସକାଳୁ ଏକ କାରରେ ବୋମା ଖଞ୍ଜି ରନ୍ଧନ ଗ୍ୟାସ୍‌ ପ୍ଲାଣ୍ଟର ଗେଟ୍‌କୁ ଆତଙ୍କବାଦୀମାନେ ଧକ୍କା କରାଇଥିଲେ। ପରେ ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଘଟଣାରେ ୨୫ରୁ ଅଧିକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଅଧିକାଂଶ ସୁରକ୍ଷାକର୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ସେନାର ଉଚ୍ଚପଦସ୍ଥ କର୍ମଚାରୀମାନେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

Related story