ଆତଙ୍କବାଦୀଙ୍କ ହାତରେ ଆମେରିକାର m4-carbine: ପୁଣି ପଦାରେ ପଡିଲା ପାକିସ୍ତାନୀ ସେନାର ସମ୍ପୃକ୍ତି

ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦର ଭୂସ୍ୱର୍ଗ ଏହା ବିଶ୍ୱକୁ ଅଛପା ନାହିଁ। ପାକିସ୍ତାନୀ ସେନାର ଛତ୍ରଛାୟାରେ ରହି ଏହି ଆତଙ୍କୀ ସଙ୍ଗଠନଗୁଡିକ ସାରା ବିଶ୍ୱରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ଏହାର ଆଉ ଏକ ପ୍ରମାଣ ବିଶ୍ୱବାସୀଙ୍କୁ ଆଜି ଦେଇଛି ଭାରତ। ଆମେରିକା ପାକିସ୍ତାନ ସେନାକୁ ଦେଇଥିବା m4-carbine ଏବେ ଆତଙ୍କବାଦୀ ବ୍ୟବହାର କରୁଥିବା ପ୍ରମାଣ ଦେଖାଇଛି ଭାରତ। ଆଜି ଏନେଇ ଆଇଜି ମୁରିନ ଖାନ୍‌ ପ୍ରେସ୍‌ମିଟ୍‌ରେ କହିବା ସହ ଏହାକୁ ଦେଖାଇଛନ୍ତି। ସେ କହିଛନ୍ତି, “ଗତକାଲି ପାଲୱାମ୍‌ରେ ଗୁଳି […]

munir-khan

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 12:38 PM IST

ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦର ଭୂସ୍ୱର୍ଗ ଏହା ବିଶ୍ୱକୁ ଅଛପା ନାହିଁ। ପାକିସ୍ତାନୀ ସେନାର ଛତ୍ରଛାୟାରେ ରହି ଏହି ଆତଙ୍କୀ ସଙ୍ଗଠନଗୁଡିକ ସାରା ବିଶ୍ୱରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ଏହାର ଆଉ ଏକ ପ୍ରମାଣ ବିଶ୍ୱବାସୀଙ୍କୁ ଆଜି ଦେଇଛି ଭାରତ। ଆମେରିକା ପାକିସ୍ତାନ ସେନାକୁ ଦେଇଥିବା m4-carbine ଏବେ ଆତଙ୍କବାଦୀ ବ୍ୟବହାର କରୁଥିବା ପ୍ରମାଣ ଦେଖାଇଛି ଭାରତ। ଆଜି ଏନେଇ ଆଇଜି ମୁରିନ ଖାନ୍‌ ପ୍ରେସ୍‌ମିଟ୍‌ରେ କହିବା ସହ ଏହାକୁ ଦେଖାଇଛନ୍ତି।

ସେ କହିଛନ୍ତି, “ଗତକାଲି ପାଲୱାମ୍‌ରେ ଗୁଳି ବିନିମୟ ବେଳେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାରର ଭଣଜା ଅଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଆତଙ୍କବାଦୀଙ୍କ ପାଖରୁ m4-carbine ଜବତ କରାଯାଇଛି। ଯାହା ଆମେରିକାର।”

ସେ ଆହୁରି କହିଛନ୍ତି, “ଆମେରିକା ସେନା ପରେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ପାକିସ୍ତାନ ହିଁ ଏହି ଅସ୍ତ୍ର ବ୍ୟବହାର କରୁଛି। ଏହା ସେ ଆମେରିକା ପାଖରୁ ପାଇଛି। ଯାହା ଏବେ ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ଦେଇ ଭାରତରେ ହିଂସା ଘଟାଇବା ଯୋଜନାରେ ଥିବା ପ୍ରମାଣିତ କରୁଛି।

Related story