ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। କୁପୱାଡ଼ା ଜିଲ୍ଲାର କେରନ୍‌ସେରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।  କେରନ୍‌ସେରରେ  ଆତଙ୍କବାଦୀମାନେ ସୀମା ପାର ହେଉଥିବା ବେଳେ ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ଗୁଳିବିନିମୟ ହୋଇଥିଲା। ସୀମାରେ ଅନୁପ୍ରବେଶ କରୁଥିବା ବେଳେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଯବାନମାନେ ନିର୍ଦ୍ଦେଶ ଦେଇଥିଲେ। ତେବେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଏହାର କଡ଼ା ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ଘଟଣା ପରେ କୁପୱାଡ଼ା ଜିଲ୍ଲାରେ […]

BSF

Rakesh Mallick
  • Published: Sunday, 10 June 2018
  • , Updated: 10 June 2018, 12:32 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। କୁପୱାଡ଼ା ଜିଲ୍ଲାର କେରନ୍‌ସେରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।  କେରନ୍‌ସେରରେ  ଆତଙ୍କବାଦୀମାନେ ସୀମା ପାର ହେଉଥିବା ବେଳେ ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ଗୁଳିବିନିମୟ ହୋଇଥିଲା। ସୀମାରେ ଅନୁପ୍ରବେଶ କରୁଥିବା ବେଳେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଯବାନମାନେ ନିର୍ଦ୍ଦେଶ ଦେଇଥିଲେ। ତେବେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଏହାର କଡ଼ା ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ଘଟଣା ପରେ କୁପୱାଡ଼ା ଜିଲ୍ଲାରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି। ଜିଲ୍ଲାର ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରି ଯାଞ୍ଚ କରାଯାଉଛି।

ଗତ ଦୁଇ ଦିନ ତଳେ ମଧ୍ୟ କେରନ୍ ସେରରେ ସେନା ଉପରକୁ ଆତଙ୍କବାଦୀ ଗ୍ରେନେଡ ମାଡ଼ କରିଥିଲେ। ରମାଜାନ୍ ମାସ ଥିବାରୁ ସେନାକୁ ଗୁଳିମାଡ଼ ଉପରେ କଟକଣା ଜାରି କରାଯାଇଛି। ତେବେ ନିଜ ଆତ୍ମରକ୍ଷା ପାଇଁ ସେନା ପାଲଟା ଜବାବ ଦେଇ ପାରିବ ବୋଲି ନିର୍ଦ୍ଦେଶ ରହିଛି।

Related story