ଆତଙ୍କବାଦୀଙ୍କ ଟାର୍ଗେଟରେ ମହିଳା!

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲଠାରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେହିପରି ଆଉ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। କିଏ ସେମାନଙ୍କୁ ଗୁଳି କଲା ତାହା ଜଣାପଡ଼ିନାହିଁ। ତେବେ ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ମୃତ ମହିଳା ଜଣକ ହେଉଛନ୍ତି ଗୁଲାମ୍ ରସୁଲଙ୍କ ଝିଅ ୟାସମିନା। ଓ ଗୁରୁତର ମହିଳା ଜଣକ ନାଁ ରୁବି ବୋଲି କୁହାଯାଉଛି। ରୁବିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। […]

Rakesh Mallick
  • Published: Sunday, 22 October 2017
  • , Updated: 22 October 2017, 04:42 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲଠାରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେହିପରି ଆଉ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। କିଏ ସେମାନଙ୍କୁ ଗୁଳି କଲା ତାହା ଜଣାପଡ଼ିନାହିଁ। ତେବେ ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ହୋଇପାରେ ବୋଲି ସନ୍ଦେହ କରାଯାଉଛି।

ମୃତ ମହିଳା ଜଣକ ହେଉଛନ୍ତି ଗୁଲାମ୍ ରସୁଲଙ୍କ ଝିଅ ୟାସମିନା। ଓ ଗୁରୁତର ମହିଳା ଜଣକ ନାଁ ରୁବି ବୋଲି କୁହାଯାଉଛି। ରୁବିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୂରା ଇଲାକାର ଘେରାବନ୍ଦୀ କରିଛି। ଏହା ଆତଙ୍କବାଦୀଙ୍କ କାମ ବୋଲି ପୋଲିସ ସନ୍ଦେହ କରୁଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ ଅପରେସନ ଆରମ୍ଭ ହୋଇଛି।

Related story