ଆମେରିକାରେ ପୁଣି ଗନ୍‌ର ଗର୍ଜନ: ପ୍ରାର୍ଥନା ବେଳେ ଆତତାୟୀଙ୍କ ନରସଂହାର, ୨୬ ଟଳିପଡ଼ିଲେ

  ନୂଆଦିଲ୍ଲୀ: ଆମେରିକା ଟେକ୍ସାସ୍‌ର ଏକ ଚର୍ଚ୍ଚରେ ପୁଣି ଭୟଙ୍କର ଗୁଳିକାଣ୍ଡ। ପ୍ରାର୍ଥନା ଲାଗି ଲୋକେ ଚର୍ଚ୍ଚକୁ ଆସିଥିବା ବେଳ ଜଣେ ଆତତାୟୀ ସେମାନଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଛି ।  ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି।  ୨୦ରୁ ଅଧିକ ଆହତ ହୋଇଛନ୍ତି।   ଟେକ୍ସାସ୍‌ ଗଭର୍ଣ୍ଣର କହିଛନ୍ତି, ରାଜ୍ୟରେ ଆଗରୁ ଏପରି କେବେ ଗୁଳିକାଣ୍ଡ ହୋଇ ନ ଥିଲା।   ଏଫବିଆଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ଏହା କୌଣସି ଆତଙ୍କବାଦୀ କର୍ଯ୍ୟକଳାପ କି […]

k-444

Rakesh Mallick
  • Published: Monday, 06 November 2017
  • , Updated: 06 November 2017, 08:42 PM IST

 

ନୂଆଦିଲ୍ଲୀ: ଆମେରିକା ଟେକ୍ସାସ୍‌ର ଏକ ଚର୍ଚ୍ଚରେ ପୁଣି ଭୟଙ୍କର ଗୁଳିକାଣ୍ଡ। ପ୍ରାର୍ଥନା ଲାଗି ଲୋକେ ଚର୍ଚ୍ଚକୁ ଆସିଥିବା ବେଳ ଜଣେ ଆତତାୟୀ ସେମାନଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଛି ।  ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି।  ୨୦ରୁ ଅଧିକ ଆହତ ହୋଇଛନ୍ତି।   ଟେକ୍ସାସ୍‌ ଗଭର୍ଣ୍ଣର କହିଛନ୍ତି, ରାଜ୍ୟରେ ଆଗରୁ ଏପରି କେବେ ଗୁଳିକାଣ୍ଡ ହୋଇ ନ ଥିଲା।   ଏଫବିଆଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ଏହା କୌଣସି ଆତଙ୍କବାଦୀ କର୍ଯ୍ୟକଳାପ କି ନୁହେଁ, ସେ ଦିଗରେ ମଧ୍ୟ ଯାଞ୍ଚ କରାଯାଉଛି ।

ରିପୋର୍ଟ ଅନୁସାରେ ଚର୍ଚ୍ଚରେ ପ୍ରାର୍ଥନା ଲାଗି ପ୍ରାୟ ୫୦ ଜଣ ଏକାଠି ହୋଇଥିଲେ।   ଏହି ସମୟରେ ବନ୍ଧୁକଧାରୀ ଜଣକ ସେଠାକୁ ଆସିଥିଲା ଏବଂ କେହି ସତର୍କ ହେବା ପୂର୍ବରୁ ଆଖିବୁଜା ଗୁଳି ଚାଳନା କରିଥିଲା।  ଏବେ ଜାପାନ ଗସ୍ତରେ ଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସଂପର୍କୀୟଙ୍କୁ ସମବେଦନା ଜଣାଇଛନ୍ତି। ପ୍ରାୟ ମାସେ ତଳେ ଭେଗାସରେ ଏକ ମ୍ୟୁଜିକ କନସର୍ଟରେ ଏପରି ଆଖିବୁଜା ଗୁଳି ଚାଳନା ହେବାରୁ ୫୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।

Related story