ଲମ୍ୱା ଗୋଡ଼ ପାଇଁ ଗିନିଜ ବୁକ୍ ରେକର୍ଡ କଲେ କୁରିନ୍

ନ୍ୟୁୟର୍କ: ୧୭ ବର୍ଷ ବୟସରେ ଦୁଇଟି ବିରଳ ରେକର୍ଡ କରିଛନ୍ତି ଆମେରିକା ଟେକ୍ସାସର କିଶୋରୀ। ଏହି ରେକର୍ଡ ପାଇଁ ସେ ଏବେ ଗିନିଜ୍ ଓ୍ୱାର୍ଲଡ ବୁକରେ ସ୍ଥାନ ପାଇଛନ୍ତି। ବିଶ୍ୱର ସବୁଠୁ ବଡ଼ ଲମ୍ୱା ଗୋଡ଼ ଏବଂ କିଶୋରୀ ପାଇଁ ବିରଳ ରେକର୍ଡ କରିଛନ୍ତି ଟେକ୍ସାସର ୧୭ ବର୍ଷୀୟ ମାକି କୁରିନ୍। ତାଙ୍କର ଉଚ୍ଚତା ଛଅ ଫୁଟ୍ ୧୦ ଇଞ୍ଚ୍। ତାଙ୍କ ଗୋଡ଼ର ଲମ୍ୱ ୪ ଫୁଟ୍। ଯାହାକି ମୋଟ୍ ଉଚ୍ଚତାର ୬୦ ପ୍ରତିଶତ। ଗିନିଜ ବୁକର […]

woman-with-longest-legs

woman-with-longest-legs

Subhransu Sekhar
  • Published: Wednesday, 07 October 2020
  • Updated: 07 October 2020, 04:52 PM IST

Sports

Latest News

ନ୍ୟୁୟର୍କ: ୧୭ ବର୍ଷ ବୟସରେ ଦୁଇଟି ବିରଳ ରେକର୍ଡ କରିଛନ୍ତି ଆମେରିକା ଟେକ୍ସାସର କିଶୋରୀ। ଏହି ରେକର୍ଡ ପାଇଁ ସେ ଏବେ ଗିନିଜ୍ ଓ୍ୱାର୍ଲଡ ବୁକରେ ସ୍ଥାନ ପାଇଛନ୍ତି। ବିଶ୍ୱର ସବୁଠୁ ବଡ଼ ଲମ୍ୱା ଗୋଡ଼ ଏବଂ କିଶୋରୀ ପାଇଁ ବିରଳ ରେକର୍ଡ କରିଛନ୍ତି ଟେକ୍ସାସର ୧୭ ବର୍ଷୀୟ ମାକି କୁରିନ୍।
ତାଙ୍କର ଉଚ୍ଚତା ଛଅ ଫୁଟ୍ ୧୦ ଇଞ୍ଚ୍। ତାଙ୍କ ଗୋଡ଼ର ଲମ୍ୱ ୪ ଫୁଟ୍। ଯାହାକି ମୋଟ୍ ଉଚ୍ଚତାର ୬୦ ପ୍ରତିଶତ। ଗିନିଜ ବୁକର ରେକର୍ଡ ଅନୁଯାୟୀ ମାକ କୁରିନଙ୍କ ଗୋଡ଼ର ଲମ୍ୱ ୧୩୫.୨୬୭ ସେଣ୍ଟିମିଟର (୫୩.୨୫୫ ଇଞ୍ଚ), ତାଙ୍କ ଗୋଡ଼ର ଲମ୍ୱ ୧୩୪.୩ ସେଣ୍ଟିମିଟର (୫୨.୮୭୪ ଇଞ୍ଚ)।
କୁରିନ ତାଙ୍କ ପରିବାରରେ ମଧ୍ୟ ସବୁଠୁ ଲମ୍ୱା। ଲମ୍ୱା ଗୋଡ଼ ପାଇଁ ସେ ଅନେକ ଲାଭ ପାଇବା ସହିତ ସମସ୍ୟାରେ ପଡ଼ୁଛନ୍ତି ବୋଲି କୁରିନ ପ୍ରତିକ୍ରିୟାରେ କହିଛନ୍ତି। ତେବେ ଲମ୍ୱା ହେବା ପାଇଁ ସେ କୌଣସି ଔଷଧ କି କୌଣସି ଚେଷ୍ଟା କରି ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।
୨୦୧୮ରେ ସେ ଏକ ଲେଗିଙ୍ଗସ ପିନ୍ଧିବା ସମୟରେ ତାଙ୍କ ଗୋଡ଼ର ଲମ୍ୱା ଅନ୍ୟ ମାନଙ୍କଠୁ ଅଧିକ ବୋଲି ସେ ଅନୁଭବ କରିଥିଲେ ବୋଲି କହିଛନ୍ତି। ଏହାପରେ ସେ ଗିନିଜ ଓ୍ୱାର୍ଲଡ ବୁକ୍ ରେକର୍ଡ ପାଇଁ ଆବେଦନ କରିଥିଲେ ବୋଲି କହିଛନ୍ତି।
ମାକ୍ କୁରିନ୍ ତାଙ୍କ ଉଚ୍ଚତା ପାଇଁ ଟିକଟକରେ ମଧ୍ୟ ଲୋକପ୍ରିୟ ଥିଲେ। ଆଗକୁ ସେ ମେଡଲିଂ କରିବେ ବୋଲି ଆଶା ରଖିଛନ୍ତି। ସେ ବିଶ୍ୱର ସବୁଠୁ ଲମ୍ୱା ମଡେଲ୍ ହେବାକୁ ଇଚ୍ଛା ରଖିଛନ୍ତି ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos