ଥାଇଲାଣ୍ଡ ବୋମା ବିସ୍ଫୋରଣ ମାମଲା: ଆଉ ଦୁଇ ସନ୍ଦିଗ୍ଧଙ୍କ ନାମରେ ୱାରେଣ୍ଟ ଜାରି

ବ୍ୟାଙ୍କକ୍: ଏରୱାନ ହିନ୍ଦୁ ମନ୍ଦିର ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ସୋମବାର ଥାଇଲାଣ୍ଡ ପୋଲିସ ଆଉ ଦୁଇ ସନ୍ଦିଗ୍ଧଙ୍କ ନାମରେ ୱାରେଣ୍ଟ ଜାରି କରିଛି। ୱାରେଣ୍ଟ ଜାରି ହୋଇଥିବା ଦୁଇଜଣଙ୍କର ନିର୍ଦ୍ଦିଷ୍ଟ ପରିଚୟ ମିଳି ନ ଥିବା ବେଳେ ପୋଲିସ କେବଳ ସେମାନଙ୍କ ସ୍କେଚ ଜାରି କରିଛି । ମିଳିଥିବା ସୂଚନା ଅନୁସାରେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଥାଇ ମହିଳା ଓ ଅନ୍ୟଜଣେ ବିଦେଶୀ ନାଗରିକ ରହିଛନ୍ତି । ମହିଳାଙ୍କ ବୟସ ୨୬ ଓ ବିଦେଶୀ ନାଗରିକଙ୍କ […]

Thai police hunt two bombing suspects after weekend raids

Rakesh Mallick
  • Published: Monday, 31 August 2015
  • , Updated: 04 May 2017, 03:45 PM IST

ବ୍ୟାଙ୍କକ୍: ଏରୱାନ ହିନ୍ଦୁ ମନ୍ଦିର ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ସୋମବାର ଥାଇଲାଣ୍ଡ ପୋଲିସ ଆଉ ଦୁଇ ସନ୍ଦିଗ୍ଧଙ୍କ ନାମରେ ୱାରେଣ୍ଟ ଜାରି କରିଛି। ୱାରେଣ୍ଟ ଜାରି ହୋଇଥିବା ଦୁଇଜଣଙ୍କର ନିର୍ଦ୍ଦିଷ୍ଟ ପରିଚୟ ମିଳି ନ ଥିବା ବେଳେ ପୋଲିସ କେବଳ ସେମାନଙ୍କ ସ୍କେଚ ଜାରି କରିଛି । ମିଳିଥିବା ସୂଚନା ଅନୁସାରେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଥାଇ ମହିଳା ଓ ଅନ୍ୟଜଣେ ବିଦେଶୀ ନାଗରିକ ରହିଛନ୍ତି । ମହିଳାଙ୍କ ବୟସ ୨୬ ଓ ବିଦେଶୀ ନାଗରିକଙ୍କ ବୟସ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହି ବିସ୍ଫୋରଣ ଘଟଣାରେ ଗିରଫ ଜଣେ ଅଭିଯୁକ୍ତଙ୍କୁ ଏହି ଦୁଇ ସନ୍ଦିଗ୍ଧ ସାହାଯ୍ୟ କରିଥିବା ଜଣାପଡିଛି। ଆଜି ପୋଲିସ ଏମାନେ ରହୁଥିବା ଆପାର୍ଟମେଣ୍ଟରେ ଚଢାଉ କରି ବହୁ ପରିମାଣରେ ଫର୍ଟିଲାଇଜର, ଡିଜିଟାଲ ୱାଚ୍, ବିସ୍ଫୋରକ ଓ ଡିଟୋନେଟର ଜବତ କରିଛି।

ଅନ୍ୟପକ୍ଷରେ ଶନିବାର ଥାଇଲାଣ୍ଡ ପୋଲିସ ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରିଥିଲା। ଉକ୍ତ ବ୍ୟକ୍ତିଙ୍କ ଘରୁ କିଛି ବିସ୍ଫୋରକ ସାମଗ୍ରୀ ସହିତ ବଲ ବେରିଂ ଜବତ କରିଥିଲା। ବିସ୍ଫୋରଣରେ ବ୍ୟବହୃତ ବଲ ବେରିଂ ସହିତ ଜବତ ବଲ ବେରିଂର ସାମଞ୍ଜସ୍ୟ ରହିଛି। ସେହିପରି ଗିରଫ ଯୁବକଙ୍କଠାରୁ ତୁର୍କି ନାଗରିକ ପ୍ରମାଣପତ୍ର ସହିତ ୧୦ଟି ପାସପୋର୍ଟ ଜବତ କରିଥିଲା ‍ପୋଲିସ।

ସୂଚନାଯୋଗ୍ୟ, ଅଗଷ୍ଟ ୧୭ ତାରିଖରେ ବ୍ୟାଙ୍କକ ସହର ମଧ୍ୟସ୍ଥଳରେ ଥିବା ଏରୱାନ ମନ୍ଦିର ବାହାରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ଘଟି ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୧ଜଣ ଆହତ ହୋଇଥିଲେ। ସେହପରି ଅଗଷ୍ଟ ୧୮ ତାରିଖରେ ମଧ୍ୟ ଏରୱାନ ମନ୍ଦିର ବାହାରେ ଥିବା ବଜାର ଅଞ୍ଚଳରେ ଏକ ବିସ୍ଫୋରଣ ହୋଇଥିଲା।

Related story