ଥାଣେରେ ଏକ ଲୋକାଲ୍ ଟ୍ରେନ୍‌ର ୫ ବଗି ଲାଇନ୍‌ଚ୍ୟୁତ

ମୁମ୍ବାଇ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଅନ୍ତର୍ଗତ କଲ୍ୟାଣ ଓ ଭିଠାଲୱାଡ଼ି ମଧ୍ୟରେ ଆଜି ସକାଳ ପ୍ରାୟ ୬ଟା ବେଳେ କୁର୍ଲା-ଅମ୍ବେରନାଥ ଲୋକାଲ୍‌ ଟ୍ରେନ୍‌ର ୫ଟି ବଗି ଲାଇନଚ୍ୟୁତ୍ ହୋଇଥିଲା। ଏଥିରେ କେହି ଆହତ ହୋଇନାହାନ୍ତି। ଏହି ଘଟଣା ଯୋଗୁଁ କଲ୍ୟାଣ-କରଜାତ୍ ରେଳ ଲାଇନ୍‌ରେ ଯିବାକୁ ଥିବା ଟ୍ରେନ୍‌ଗୁଡ଼ିକୁ ବାତିଲ କରି ଦିଆଯାଇଛି। ଗତକାଲି ଉତ୍ତରପ୍ରଦେଶର କାନପୁର ଜିଲ୍ଲା ଅନ୍ତର୍ଗତ ରୁରା ରେଳ ଷ୍ଟେସନ ନିକଟରେ ଆଜମେର୍-ସିଆଲ୍‌ଦା ଏକ୍ସପ୍ରେସ୍‌ର ୧୫ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଏଥିରେ ୬୨ ଜଣ […]

train

Rakesh Mallick
  • Published: Thursday, 29 December 2016
  • , Updated: 29 December 2016, 09:04 AM IST

ମୁମ୍ବାଇ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଅନ୍ତର୍ଗତ କଲ୍ୟାଣ ଓ ଭିଠାଲୱାଡ଼ି ମଧ୍ୟରେ ଆଜି ସକାଳ ପ୍ରାୟ ୬ଟା ବେଳେ କୁର୍ଲା-ଅମ୍ବେରନାଥ ଲୋକାଲ୍‌ ଟ୍ରେନ୍‌ର ୫ଟି ବଗି ଲାଇନଚ୍ୟୁତ୍ ହୋଇଥିଲା। ଏଥିରେ କେହି ଆହତ ହୋଇନାହାନ୍ତି। ଏହି ଘଟଣା ଯୋଗୁଁ କଲ୍ୟାଣ-କରଜାତ୍ ରେଳ ଲାଇନ୍‌ରେ ଯିବାକୁ ଥିବା ଟ୍ରେନ୍‌ଗୁଡ଼ିକୁ ବାତିଲ କରି ଦିଆଯାଇଛି।

ଗତକାଲି ଉତ୍ତରପ୍ରଦେଶର କାନପୁର ଜିଲ୍ଲା ଅନ୍ତର୍ଗତ ରୁରା ରେଳ ଷ୍ଟେସନ ନିକଟରେ ଆଜମେର୍-ସିଆଲ୍‌ଦା ଏକ୍ସପ୍ରେସ୍‌ର ୧୫ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଏଥିରେ ୬୨ ଜଣ ଆହତ ହୋଇଥିଲେ।

Related story