ଥାଇଲାଣ୍ଡ: ହିନ୍ଦୁ ମନ୍ଦିର ସମ୍ମୁଖରେ ବୋମା ବିସ୍ଫୋରଣ ମାମଲାରେ ସନ୍ଦିଗ୍ଧଙ୍କ ସ୍କେଚ୍ ଜାରି

ବ୍ୟାଙ୍କକ୍: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଏରୱାନ ହିନ୍ଦୁ ମନ୍ଦିର ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏକ ସ୍କେଚ୍ ଜାରି କରିଛି ପୋଲିସ୍। ସିସିଟିଭି ଫୁଟେଜ ଆଧାରରେ ପୋଲିସ୍ ଏହି ସ୍କେଚ୍ ଜାରି କରିଛି। ସନ୍ଦିଗ୍ଧ ଜଣଙ୍କ ରଙ୍ଗ ଗୋରା ଓ ସେ ହଳଦିଆ ରଙ୍ଗର ଏକ ଟି-ସାର୍ଟ ପିନ୍ଧିଥିଲା। ବିସ୍ଫୋରଣ ବେଳେ ସେ ଏକ ଧଳା ରଙ୍ଗର ଚଷମା ମଧ୍ୟ ପିନ୍ଧିଥିଲା। ତା’ କେଶ କୁଞ୍ଚୁକଞ୍ଚିଆ ଓ ଏକ ବ୍ୟାଗକୁ ବିସ୍ଫୋରଣ ସ୍ଥାନରେ ରଖିଥିବା ସିସିଟିଭିରୁ ଜଣାପଡ଼ିଛି। […]

The Latest on Bangkok: Thai Police Release Suspect's Sketch

Rakesh Mallick
  • Published: Wednesday, 19 August 2015
  • , Updated: 04 May 2017, 03:45 PM IST

ବ୍ୟାଙ୍କକ୍: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଏରୱାନ ହିନ୍ଦୁ ମନ୍ଦିର ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏକ ସ୍କେଚ୍ ଜାରି କରିଛି ପୋଲିସ୍। ସିସିଟିଭି ଫୁଟେଜ ଆଧାରରେ ପୋଲିସ୍ ଏହି ସ୍କେଚ୍ ଜାରି କରିଛି। ସନ୍ଦିଗ୍ଧ ଜଣଙ୍କ ରଙ୍ଗ ଗୋରା ଓ ସେ ହଳଦିଆ ରଙ୍ଗର ଏକ ଟି-ସାର୍ଟ ପିନ୍ଧିଥିଲା। ବିସ୍ଫୋରଣ ବେଳେ ସେ ଏକ ଧଳା ରଙ୍ଗର ଚଷମା ମଧ୍ୟ ପିନ୍ଧିଥିଲା। ତା’ କେଶ କୁଞ୍ଚୁକଞ୍ଚିଆ ଓ ଏକ ବ୍ୟାଗକୁ ବିସ୍ଫୋରଣ ସ୍ଥାନରେ ରଖିଥିବା ସିସିଟିଭିରୁ ଜଣାପଡ଼ିଛି। ତାକୁ ଧରାଇ ଦେଲେ ୨୮,୦୮୦ ଆମେରିକୀୟ ଡଲାର ପୁରସ୍କାର ଘୋଷଣା କରିଛନ୍ତି ଥାଇଲାଣ୍ଡ ସରକାର।

ସୂଚନାଯୋଗ୍ୟ, ସୋମବାର ବ୍ୟାଙ୍କକ ସହର ମଧ୍ୟସ୍ଥଳରେ ଥିବା ଏରୱାନ ମନ୍ଦିର ବାହାରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ଘଟି ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୧ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟ ଏରୱାନ ମନ୍ଦିର ବାହାରେ ଥିବା ବଜାର ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଥିଲା।

Related story