ଦେଶର ପ୍ରଭାବଶାଳୀ ତାଲିକାରେ ୪ ଓଡ଼ିଆ: ଉଠିଲେ ଧର୍ମେନ୍ଦ୍ର, ଖସିଲେ ନବୀନ

ନୂଆଦିଲ୍ଲୀ: ଦେଶର ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ତାଲିକା ପ୍ରକାଶ କରିଛି ଜାତୀୟ ସ୍ତରର ଇଂରାଜୀ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସ। ଏଥିରେ ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ରହିଛନ୍ତି। ଏହି ୪ ଓଡ଼ିଆଙ୍କ ମଧ୍ୟରୁ ୧ ନଂ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ନଂ ସ୍ଥାନରେ ରହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ୨ ନଂରେ ଥିବା ବେଳେ ଆରବିଆଇ […]

sd

Hemant Lenka
  • Published: Monday, 30 September 2019
  • , Updated: 30 September 2019, 06:29 PM IST

ନୂଆଦିଲ୍ଲୀ: ଦେଶର ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ତାଲିକା ପ୍ରକାଶ କରିଛି ଜାତୀୟ ସ୍ତରର ଇଂରାଜୀ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସ। ଏଥିରେ ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ରହିଛନ୍ତି। ଏହି ୪ ଓଡ଼ିଆଙ୍କ ମଧ୍ୟରୁ ୧ ନଂ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ନଂ ସ୍ଥାନରେ ରହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ୨ ନଂରେ ଥିବା ବେଳେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୩ ନଂରେ ରହିଛନ୍ତି। ଯଦି ଆମେ ୧୦୦ ଜଣଙ୍କ ମୋଟ ତାଲିକା ବିଚାରକୁ ନେବା, ତା’ହେଲେ ପଞ୍ଚମ ଥର ଲାଗି କ୍ରମାଗତ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୩୯ତମ ସ୍ଥାନରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୪ଶ ସ୍ଥାନରେ ରହିଛନ୍ତି। ନରେନ୍ଦ୍ର ମୋଦି ସରକାରରେ କ୍ରମାଗତ ଦ୍ୱିତୀୟ ବାର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ବିଭାଗର ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ଓଡ଼ିଶାରେ ବିଜେପିର ପୋଷ୍ଟର ବୟ ଭାବେ ଜଣାଶୁଣା।

ସେହିପରି ଓଡ଼ିଶାର ସମ୍ବଲପୁରରେ ଜନ୍ମିତ ଆଇଏଏସ୍ ଅଧିକାରୀ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ଏହି ତାଲିକାରେ ୧୯ଶ ସ୍ଥାନରେ ଓ ଶକ୍ତିକାନ୍ତ ୨୯ନଂ ସ୍ଥାନରେ ରହିଛନ୍ତି।

ଗତବର୍ଷ  ମଧ୍ୟ ଏହି ତାଲିକାରେ ୪ ଓଡ଼ିଆ ସ୍ଥାନ ପାଇଥିଲେ। ସେମାନେ ହେଲେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ ଓ ପିକେ ମିଶ୍ର। ଗତବର୍ଷ ନବୀନ ଏହି ତାଲିକାର ୩୦ ନଂ ସ୍ଥାନରେ ଥିବା ବେଳେ ଧର୍ମେନ୍ଦ୍ର ୩୨ ନଂ ସ୍ଥାନରେ ଥିଲେ। ନବୀନ ୩୦ରୁ ୩୯କୁ ଖସିଥିବା ବେଳେ ଧର୍ମେନ୍ଦ୍ର ୩୨ରୁ ୧୪କୁ ଉଠିଛନ୍ତି।

ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ତାଲିକାର ୧ ନଂ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ବିଜେପି-ଆରଏସ୍‌ଏସ୍‌ ସହ ସମ୍ପର୍କ ରଖିନଥିବା ଏକମାତ୍ର ବ୍ୟକ୍ତି ଭାବେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ରହିଛନ୍ତି।

ସେହିପରି ଶ୍ରେଷ୍ଠ ୨୦ ଜଣଙ୍କ ମଧ୍ୟରେ ଦୁଇ ବିରୋଧୀ ଦଳ ନେତା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ରହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୬ ନଂ ସ୍ଥାନରୁ ୨୧କୁ ଖସି ଯାଇଛନ୍ତି।

ବିଏସ୍‌ପି ମୁଖ୍ୟ ମାୟାବତୀ, ସପା ମୁଖ୍ୟ ଅଖିଲେଶ ଯାଦବ ମଧ୍ୟ ବହୁ ପଛରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ୭ ନଂ ସ୍ଥାନରେ ରହିଥିବା ବେଳେ ୨ ନଂରେ ଅମିତ ଶାହ, ୩ନଂରେ ଜଷ୍ଟିସ୍ ରଞ୍ଜନ ଗୋଗୋଇ, ୪ ନଂରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ୫ନଂରେ ମୁକେଶ ଅମ୍ବାନୀ, ୬ନଂରେ ରାଜନାଥ ସିଂହ, ୮ ନଂରେ ନିର୍ମଳା ସୀତାରମଣ, ୯ନଂରେ ନୀତୀନ ଗଡ଼କରୀ ଓ ୧୦ ନଂରେ ବିଜେପିର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରହିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଭାବଶାଳୀ ତାଲିକାର ୨୫ ନଂ ସ୍ଥାନରେ ରହିଛନ୍ତି।

Related story