ଆଗାମୀ ବୈଠକକୁ ଘୁଞ୍ଚିଲା ଚାଷୀ ଆନ୍ଦୋଳନର ଭାଗ୍ୟ

ନୂଆଦିଲ୍ଲୀ: ଆଗାମୀ ବୈଠକକୁ ଘୁଞ୍ଚିଲା ଚାଷୀ ଆନ୍ଦୋଳନର ଭାଗ୍ୟ। ୪୧ ଚାଷୀ ସଂଘ ଓ ସରକାରଙ୍କ ସହ ଷଷ୍ଠ ପର୍ଯ୍ୟାୟ ବୈଠକ ଶେଷ ହେବା ପରେ ଏହା ଜଣାପଡ଼ିଛି। ଜାନୁଆରୀ ୪ରେ ଏହି ବୈଠକ ହେବ। ତେବେ ତିନି କୃଷି ଆଇନ୍ ରଦ୍ଦ ହେବନି ବୋଲି ଜଣାପଡ଼ିଛି। ଯାହାକି ଆନ୍ଦୋଳନରତ ଚାଷୀଙ୍କର ଦାବି ରହିଛି। ଆଜିର ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପ୍ରତିକ୍ରିୟା ରଖିଛନ୍ତି, ଆଲୋଚନା ସକାରାତ୍ମକ ରହିଛି। ୪ଟି ପ୍ରସଙ୍ଗରୁ ଦୁଇଟି […]

Farmer-meeting

Subhransu Sekhar
  • Published: Wednesday, 30 December 2020
  • , Updated: 30 December 2020, 10:46 PM IST

ନୂଆଦିଲ୍ଲୀ: ଆଗାମୀ ବୈଠକକୁ ଘୁଞ୍ଚିଲା ଚାଷୀ ଆନ୍ଦୋଳନର ଭାଗ୍ୟ। ୪୧ ଚାଷୀ ସଂଘ ଓ ସରକାରଙ୍କ ସହ ଷଷ୍ଠ ପର୍ଯ୍ୟାୟ ବୈଠକ ଶେଷ ହେବା ପରେ ଏହା ଜଣାପଡ଼ିଛି। ଜାନୁଆରୀ ୪ରେ ଏହି ବୈଠକ ହେବ। ତେବେ ତିନି କୃଷି ଆଇନ୍ ରଦ୍ଦ ହେବନି ବୋଲି ଜଣାପଡ଼ିଛି। ଯାହାକି ଆନ୍ଦୋଳନରତ ଚାଷୀଙ୍କର ଦାବି ରହିଛି।

ଆଜିର ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପ୍ରତିକ୍ରିୟା ରଖିଛନ୍ତି, ଆଲୋଚନା ସକାରାତ୍ମକ ରହିଛି। ୪ଟି ପ୍ରସଙ୍ଗରୁ ଦୁଇଟି ପ୍ରସଙ୍ଗରେ ଆଲୋଚନା ସକାରାତ୍ମକ ରହିଛି। ହେଲେ ବାକି ପ୍ରସଙ୍ଗରେ ଆଗାମୀ ବୈଠକରେ ହେବ। ଏହି ବୈଠକରେ ତିନି କୃଷି ଆଇନ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

https://twitter.com/ANI/status/1344280328538529793?s=20

ସୂଚନା ଅନୁଯାୟୀ ତିନି କୃଷି ଆଇନ୍ ରଦ୍ଦ ହେବନି ବୋଲି ବୈଠକରେ ସରକାର କହିଛନ୍ତି। ହେଲେ ଚାଷୀ ସଂଗଠନ ରଦ୍ଦ କରିବାକୁ ଦାବି କରିଥିଲେ। କେନ୍ଦ୍ର ରାଜ୍ୟମନ୍ତ୍ରୀ ତଥା ପଞ୍ଜାବ ସାଂସଦ ସୋମ ପ୍ରକାଶ ମଧ୍ୟ ଏହି ବୈଠକରେ ସାମିଲ୍ ଥିଲେ। ଆନ୍ଦୋଳନ ପାଇଁ ଅର୍ଥନୀତି ପ୍ରଭାବିତ ହେଉଛି ବୋଲି ଆନ୍ଦୋଳନରତ ଚାଷୀଙ୍କୁ ସେ କହିଥିଲେ। ଏ ବାବଦରେ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ହସ୍ତକ୍ଷେପ କରିବାକୁ କହିବେ ବୋଲି ଜଣାପଡ଼ିଛି।

https://twitter.com/ANI/status/1344277492945747970?s=20

ଆନ୍ଦୋଳନରତ ଚାଷୀଙ୍କ ସହ ବୈଠକ ବେଳେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବାଣିଜ୍ୟ ମନ୍ତ୍ରୀ ପୂୟୁଷ ଗୋଏଲ, କେନ୍ଦ୍ର ରାଜ୍ୟ ମନ୍ତ୍ରୀ ସୋମ ପ୍ରକାଶ ଉପସ୍ଥିତ ଥିଲେ।

ସୂଟନାଯୋଗ୍ୟ, କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଚାଷୀ ଏବେ ଆନ୍ଦୋଳନରେ ବସିଛନ୍ତି। ଦିଲ୍ଲୀ ସୀମାରେ ଚାଷୀ ମାସେରୁ ଅଧିକ ଦିନ ହେବ ଆନ୍ଦୋଳନରେ ବସିଛନ୍ତି। ସରକାର ଆଣିଥିବା କୃଷି ଆଇନ ଚାଷୀ ବିରୋଧୀ ବୋଲି ସେମାନେ ଦାବି କରି ଶୀତ, କାକରରେ ବସିଛନ୍ତି।

Related story