ସେମାନେ ସବୁବେଳେ ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି: ଯୋଗୀ

ଲକ୍ଷ୍ମୌ: ଉତ୍ତର ପ୍ରଦେଶ ହାଥରସରେ ଦୁଷ୍କର୍ମରେ ଶିକାର ହୋଇ ହତ୍ୟାର ଶିକାର ହୋଇଥିବା ପ୍ରସଙ୍ଗ ଏବେ ଜଟିଳ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗକୁ ଜାତିପ୍ରଥା ସହିତ ଯୋଡ଼ି ଦଙ୍ଗା କରିବା ପାଇଁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଛି। ଏହାକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ କହିଛନ୍ତି, ଆମର ବିରୋଧୀମାନେ ଜାତି ପ୍ରଥା ଏବଂ ସାମ୍ପ୍ରଦାୟିକ ଦଙ୍ଗା ପାଇଁ […]

yogi adityanath

yogi adityanath

Subhransu Sekhar
  • Published: Monday, 05 October 2020
  • Updated: 05 October 2020, 04:17 PM IST

Sports

Latest News

ଲକ୍ଷ୍ମୌ: ଉତ୍ତର ପ୍ରଦେଶ ହାଥରସରେ ଦୁଷ୍କର୍ମରେ ଶିକାର ହୋଇ ହତ୍ୟାର ଶିକାର ହୋଇଥିବା ପ୍ରସଙ୍ଗ ଏବେ ଜଟିଳ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗକୁ ଜାତିପ୍ରଥା ସହିତ ଯୋଡ଼ି ଦଙ୍ଗା କରିବା ପାଇଁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଛି। ଏହାକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ କହିଛନ୍ତି, ଆମର ବିରୋଧୀମାନେ ଜାତି ପ୍ରଥା ଏବଂ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଚେଷ୍ଟା କରୁଛନ୍ତି। ଏହା ଆମ ବିରୁଦ୍ଧରେ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।

ଦଳୀୟ କର୍ମୀଙ୍କୁ ଆହ୍ୱାନ କରିବାକୁ ଯାଇ ସେ କହିଛନ୍ତି ସମାଜ ବିରୋଧୀ ତଥା ରାଷ୍ଟ୍ର ବିରୋଧୀ ସଂସ୍ଥା ଏବଂ ବ୍ୟକ୍ତି ରାଜ୍ୟର ବିକାଶକୁ ଗ୍ରହଣ କରିବା ପାଇଁ ନାରଜ। ତେବେ ବିଜେପି କର୍ମୀ ଦେଶର ବିକାଶ ପ୍ରତି ଉତ୍ସର୍ଗୀକୃତ ପ୍ରଦର୍ଶନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ସେ ଆହୁରି କହିଛନ୍ତି, ବିଜେପି କର୍ମୀମାନେ ଦେଶର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିବା ଆବଶ୍ୟକ। ସମାଜ ବିରୋଧୀ ତଥା ଦେଶ ବିରୋଧୀମାନେ ରାଜ୍ୟର ବିକାଶକୁ ଗ୍ରହଣ କରିବା କଷ୍ଟକର। କାରଣ ସେମାନେ ଦଙ୍ଗା ଜନିତ ଉତ୍ତରପ୍ରଦେଶ ଚାହୁଁଥିଲେ। ତେଣୁ ସେମାନେ ବର୍ତ୍ତମାନ ଷଡଯନ୍ତ୍ର କରୁଛନ୍ତି।

ଖବର ସରବରାହ ସଂସ୍ଥା ଆଇଏଏନଏସର ରିପୋର୍ଟ ଅନୁଯାୟୀ ଯୋଗୀ ଆଦିତ୍ୟନାଥ ସରକାରକୁ ଅସ୍ଥିର କରିବା ପାଇଁ ଷଡଯନ୍ତ୍ର କରିବା ଅଭିଯୋଗରେ କିଛି ଅଜଣା ବ୍ୟକ୍ତିଙ୍କ ବିରୋଧରେ ହାଥରସର ଚନ୍ଦାପା ପୁଲିସ ଷ୍ଟେସନରେ ୨୦ଟି ବିଭିନ୍ନ ଦଫା ଆଧାରରେ ଏଫଆଇଆର ରୁଜୁ ହୋଇଛି।

ୟୁପି ପୁଲିସ ଦ୍ୱାରା ଦାଖଲ ହୋଇଥିବା ଏଫଆଇଆର ଅନୁଯାୟୀ ସେକ୍ସନ୍ ୧୨୦ ବି, ୧୫୩ ଏ, ୧୫୩ ବି, ୧୯୫, ୧୯୫ ଏ, ୪୬୫,୪୬୮, ୪୬୯, ୫୦୧, ୫୦୫ (ବି, ସି, ଟୁ) ଏବଂ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୭ ଅନୁଯାୟୀ ଏହି ଏଫଆଇଆର ଦାଖଲ କରାଯାଇଛି।

ସେହିପରି ଖବର ସରବାରହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁଯାୟୀ ଏକ ୱେବ ପୋର୍ଟାଲ ହଥରସ ମାମଲାରେ ଲୋକଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେଉଥିବା ଜଣାପଡ଼ିଛି। ଏଥିସହ ଦଙ୍ଗା ସମୟରେ ଏବଂ ଲୁହବୁହା ଗ୍ୟାସ୍ ଗୁଳି ଏବଂ ଗିରଫଦାରୀ ସମୟରେ ସୁରକ୍ଷିତ ରହିବାକୁ ପଦକ୍ଷେପ ନିଆଯିବା ବିଷୟରେ ଲୋକଙ୍କୁ ଏହି ଓ୍ୱେବ ପୋର୍ଟାଲ ସୂଚନା ଦେଉଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଯୋଗୀ ଆଦିତ୍ୟନାଥ ସରକାର ଗତ କିଛି ଦିନ ହେବ ହାଥରସ ମାମଲାକୁ ନେଇ ବିବାଦ ଘେରରେ ରହିଛନ୍ତି। ପୁଲିସ୍ ଏବଂ ପ୍ରଶାସନର ପରିଚାଳନାକୁ ନେଇ ସରକାର ଏବେ ବିରୋଧୀଙ୍କ ନିଶାନାରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos