ପୁରୁଣା ଟଙ୍କା ବଦଳାଇବାକୁ ଯାଇ ପ୍ରାଣ ହରାଇଲେ

ଥିରୁଅନନ୍ତପୁରମ: ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ବଦଳାଇବାକୁ ବ୍ୟାଙ୍କକୁ ଯାଇଥିବା ବେଳେ କେରଳର ଥାଲାସେରୀରେ ଦୁଇ ମହଲାରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ଜଣଙ୍କ ୫ ଲକ୍ଷ ଟଙ୍କା ନେଇ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଟ୍ରାଭାନକୋରର ଶାଖାକୁ ଯାଇଥିଲେ। ସେ ପ୍ରଥମ ମହଲାରେ ଆବଶ୍ୟକ ଫର୍ମ ପୂରଣ କରିଥିବା ସମସ୍ତେ ଦେଖିଛନ୍ତି। ତା’ପରେ ଏହି ଦୁଃଖଦ ଘଟଣା ଘଟିଥିଲା। ସେ ଗତକାଲି ବି ଟଙ୍କା ଜମା କରିବାକୁ ଏହି ବ୍ୟାଙ୍କକୁ ଯାଇଥିଲେ। […]

thousandrupee

Rakesh Mallick
  • Published: Friday, 11 November 2016
  • , Updated: 11 November 2016, 03:22 PM IST

ଥିରୁଅନନ୍ତପୁରମ: ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ବଦଳାଇବାକୁ ବ୍ୟାଙ୍କକୁ ଯାଇଥିବା ବେଳେ କେରଳର ଥାଲାସେରୀରେ ଦୁଇ ମହଲାରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଏହି ବ୍ୟକ୍ତି ଜଣଙ୍କ ୫ ଲକ୍ଷ ଟଙ୍କା ନେଇ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଟ୍ରାଭାନକୋରର ଶାଖାକୁ ଯାଇଥିଲେ। ସେ ପ୍ରଥମ ମହଲାରେ ଆବଶ୍ୟକ ଫର୍ମ ପୂରଣ କରିଥିବା ସମସ୍ତେ ଦେଖିଛନ୍ତି। ତା’ପରେ ଏହି ଦୁଃଖଦ ଘଟଣା ଘଟିଥିଲା।

ସେ ଗତକାଲି ବି ଟଙ୍କା ଜମା କରିବାକୁ ଏହି ବ୍ୟାଙ୍କକୁ ଯାଇଥିଲେ। କିନ୍ତୁ ବହୁତ ଭିଡ଼ ଥିବାରୁ ଟଙ୍କା ଜମା କରିପାରି ନ ଥିଲେ। ଆଜି ମଧ୍ୟ ଏହି ବ୍ୟାଙ୍କରେ ପ୍ରବଳ ଭିଡ଼ ଜମି ଥିଲା।

Related story