ଝିଅ ଜନ୍ମ ହେଲେ ଏହି କମ୍ପାନୀ ଦେଉଛି ୧୧ହଜାର ଟଙ୍କା ଉପହାର

ନୂଆଦିଲ୍ଲୀ: ଝିଅମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଏ। ଝିଅଟିଏ ଜନ୍ମ ହେଲେ ଘରେ ଖୁସିର ଲହରି ଖେଳିଯାଏ। ଆମ ପାଖରେ ଏପରି ଏକ ଖବର ଅଛି ଯାହା ଆପଣଙ୍କ ଖୁସିକୁ ଦୁଇ ଗୁଣା କରି ଦେବ। ଖବରଟି ହେଉଛି, ହେଲ୍‌ଥ୍ କେୟାର କ୍ଷେତ୍ରରେ କାମ କରୁଥିବା ଦେଶର ଏକ ପ୍ରମୁଖ କମ୍ପାନୀ ଝିଅ ଜନ୍ମ ହେଲେ ୧୧ହଜାର ଟଙ୍କା ଦେଉଛି। ଅକ୍ସି ହେଲ୍‌ଥ୍ କେୟାର ନାମକ କମ୍ପାନୀ ଗାର୍ଲ ଡେଭଲପମେଣ୍ଟ ପ୍ରୋଗ୍ରାମ ଆରମ୍ଭ କରିଛି। ଏହି ପ୍ରୋଗ୍ରାମ ଅନୁଯାୟୀ […]

girlchild

Rakesh Mallick
  • Published: Thursday, 16 November 2017
  • , Updated: 16 November 2017, 02:27 PM IST

ନୂଆଦିଲ୍ଲୀ: ଝିଅମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଏ। ଝିଅଟିଏ ଜନ୍ମ ହେଲେ ଘରେ ଖୁସିର ଲହରି ଖେଳିଯାଏ। ଆମ ପାଖରେ ଏପରି ଏକ ଖବର ଅଛି ଯାହା ଆପଣଙ୍କ ଖୁସିକୁ ଦୁଇ ଗୁଣା କରି ଦେବ। ଖବରଟି ହେଉଛି, ହେଲ୍‌ଥ୍ କେୟାର କ୍ଷେତ୍ରରେ କାମ କରୁଥିବା ଦେଶର ଏକ ପ୍ରମୁଖ କମ୍ପାନୀ ଝିଅ ଜନ୍ମ ହେଲେ ୧୧ହଜାର ଟଙ୍କା ଦେଉଛି।

ଅକ୍ସି ହେଲ୍‌ଥ୍ କେୟାର ନାମକ କମ୍ପାନୀ ଗାର୍ଲ ଡେଭଲପମେଣ୍ଟ ପ୍ରୋଗ୍ରାମ ଆରମ୍ଭ କରିଛି। ଏହି ପ୍ରୋଗ୍ରାମ ଅନୁଯାୟୀ ଭାରତରେ ଝିଅ ଜନ୍ମ ହେଲେ ୧୧ହଜାର ଟଙ୍କା ଉପହାର ଆକାରରେ ଦିଆଯିବ। ଏହି ଟଙ୍କା ଫିକ୍ସ ଡିପୋଜିଟ୍ ଆକାରରେ ଦିଆଯିବ। ବ୍ୟାଙ୍କରେ ଜମା ଥିବା ଏହି ଟଙ୍କା ଝିଅକୁ ୧୮ ବର୍ଷ ହେବା ପରେ ଉଠାଯାଇପାରିବ। ଫିକ୍ସ ଡିପୋଜିଟର ଏହି ଟଙ୍କା ଝିଅକୁ ୧୮ ବର୍ଷ ହେବା ପରେ ସୁଧ ସହ ମିଳିବ।

ଏହି ଘୋଷଣା କମ୍ପାନୀ ଦ୍ୱାରା ରିଓ ଅଲିମ୍ପିକରେ ଭାରତୀୟ ମହିଳା ଖେଳାଳିଙ୍କ ଉତ୍ତମ ପ୍ରଦର୍ଶନକୁ ଦେଖି କରାଯାଇଥିଲା। ଅକ୍ସି ହେଲ୍‌ଥ୍ କେୟାର କମ୍ପାନୀର ଫାଉଣ୍ଡର‘ଶୀତଲ କପୁର କହିଛନ୍ତି, ‘ଅକ୍ସିର ଲକ୍ଷ୍ୟ ହେଉଛି ଭାରତର ଝିଅମାନଙ୍କୁ ଏକ ସୁସ୍ଥ ପରିବେଶ ଦେବା, ଯାହାଦ୍ୱାରା ସେମାନେ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଆଣିବାର ସ୍ୱପ୍ନ ଦେଖିପାରିବେ।’

କେମିତି ପାଇବେ ଟଙ୍କା: ସୂଚନା ଅନୁଯାୟୀ ଟଙ୍କା ପାଇବା ପାଇଁ ବା ଏହି ପ୍ରୋଗ୍ରାମରେ ସାମିଲ ହେବା ପାଇଁ ମହିଳାଙ୍କୁ ଗର୍ଭାବସ୍ଥାରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏହି ପ୍ରୋଗ୍ରାମ ପାଇଁ କୌଣସି ପ୍ରକାରର ଚାର୍ଜ ଦେବାକୁ ପଡ଼ିବ ନାହିଁ। ଏଥିପାଇଁ ଆପଣଙ୍କୁ ଅକ୍ସିର ମୋବାଇଲ ଆପ୍‌ ଡାଉନଲୋଡ୍‌ କରି ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ।

 

Related story