ନିଜ ସରକାର ବିପକ୍ଷରେ ଯିବା ମହଙ୍ଗା ପଡିଲା, ଇସ୍ତଫା ଦେଲେ କେରଳ କ୍ୟାବିନେଟ୍‌ ମନ୍ତ୍ରୀ ଥୋମସ୍‌ ଚାଣ୍ଡି

ନୂଆଦିଲ୍ଲୀ: କେରଳ ଉଚ୍ଚ ନ୍ୟାୟାଳୟର ଭତ୍ସନା ପରେ ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଥୋମସ୍‌ ଚାଣ୍ଡି ମନ୍ତ୍ରୀ ମଣ୍ଡଳରୁ ବୁଧବାର ଇସ୍ତଫା ଦେଇଛନ୍ତି। ନିଜ ସରକାରଙ୍କ ସମ୍ପର୍କରେ ସେ ନକାରାତ୍ମକ ଟିପ୍ପଣି ଦେବା ସହ ଏ ନେଇ ସ୍ଥାନୀୟ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଯାହାକୁ କୋର୍ଟ ଗତକାଲି ଖାରଜ କରିଦେବା ସହ କ୍ୟାଣ୍ଡିଙ୍କୁ ଭତ୍ସନା କରିଥିଲେ। ତେବେ ଏହି ଇସ୍ତଫା ପତ୍ର ଦେବା ସହ ସେ ଖୁବ୍‌ କମ୍‌ ସମୟ ମଧ୍ୟରେ ମନ୍ତ୍ରିମଣ୍ଡଳକୁ ଫେରିବେ ବୋଲି ମଧ୍ୟ […]

aaaa

Rakesh Mallick
  • Published: Wednesday, 15 November 2017
  • , Updated: 15 November 2017, 04:39 PM IST

ନୂଆଦିଲ୍ଲୀ: କେରଳ ଉଚ୍ଚ ନ୍ୟାୟାଳୟର ଭତ୍ସନା ପରେ ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଥୋମସ୍‌ ଚାଣ୍ଡି ମନ୍ତ୍ରୀ ମଣ୍ଡଳରୁ ବୁଧବାର ଇସ୍ତଫା ଦେଇଛନ୍ତି। ନିଜ ସରକାରଙ୍କ ସମ୍ପର୍କରେ ସେ ନକାରାତ୍ମକ ଟିପ୍ପଣି ଦେବା ସହ ଏ ନେଇ ସ୍ଥାନୀୟ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଯାହାକୁ କୋର୍ଟ ଗତକାଲି ଖାରଜ କରିଦେବା ସହ କ୍ୟାଣ୍ଡିଙ୍କୁ ଭତ୍ସନା କରିଥିଲେ। ତେବେ ଏହି ଇସ୍ତଫା ପତ୍ର ଦେବା ସହ ସେ ଖୁବ୍‌ କମ୍‌ ସମୟ ମଧ୍ୟରେ ମନ୍ତ୍ରିମଣ୍ଡଳକୁ ଫେରିବେ ବୋଲି ମଧ୍ୟ କହିଛନ୍ତି।

୨୦୧୬ରେ ବାମ ଦଳ କେରଳା ସରକାର ମଙ୍ଗ ଧରିବା ପରେ ଥୋମସ୍‌ ହେଉଛନ୍ତି ୩ୟ ମନ୍ତ୍ରୀ ଯେ, ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।

ଜଣେ ବ୍ୟବସାୟୀରୁ ରାଜନେତା ପାଲଟିଥିବା ଚାଣ୍ଡି ଏବେ ଅସୁବିଧା ଦେଇ ଗତି କରୁଛନ୍ତି । ଆଲଫୁଜାହା ଜିଲାରେ କ୍ୟାଣ୍ଡିଙ୍କ ଲେକ୍‌ ପ୍ୟାଲେସ୍‌ ରିସର୍ଟ ରହିଛି । ଏହି ରିସର୍ଟ ଲାଗି ବେଆଇନ୍‌ ଭାବ ରାସ୍ତା ଓ ପାର୍କିଂସ୍ଥଳ ନିର୍ମାଣ କରାଯାଇଛି । ଯାହାକୁ ନେଇ ଅଭିଯୋଗ ଉଠିବା ପରେ ବିବାଦରେ ଛନ୍ଦି ହୋଇପଡିଛନ୍ତି ଚାଣ୍ଡି। ଏହି ରାସ୍ତା ଓ ପାର୍କିଂସ୍ଥଳ ନିର୍ମାଣ ଲାଗି ଧାନ ରିସର୍ଟ ସଂଲଗ୍ନ ଧାନ କ୍ଷେତ ପ୍ରଭାବିତ ହୋଇଛି ବୋଲି କୁହାଯାଉଛି ।

ଏ ନେଇ ଜିଲପାଳଙ୍କ ଜରିଆରେ ଏକ ମାମଲା କୋର୍ଟରେ ଦାୟାର କରାଯାଇଥିବା ବେଳ ଚାଣ୍ଡି ଏହାକୁ ବିରୋଧ କରିଥିଲେ । ସରକାରଙ୍କ ବିରୋଧରେ ଜଣେ ମନ୍ତ୍ରୀ ଏଭଳ କୋର୍ଟରେ ଦ୍ୱାରସ୍ଥ ହୋଇଥିବାରୁ ଏଭଳି ଗ୍ରହୀତ କାର୍ଯ୍ୟ ପାଇଁ ତାଙ୍କୁ ଭତ୍ସନା ଶୁଣିବାକୁ ପଡିଥିଲା। ଘଟଣା ବାବଦରେ ଜାଣିବା ପରେ ନିଜଆଡୁ ଚାଣ୍ଡି ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ବରୋଧରେ ହୋଇଥିବା ଅନ୍ୟାୟ ଲାଗି ସେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି । ନିର୍ଦ୍ଦୋଷ ଭାବେ କୋର୍ଟ ତାଙ୍କୁ କ୍ଲିନ୍‌ଚିଟ୍‌ ଦେବାପରେ ସେ ପୁନର୍ବର କ୍ୟାବିନେଟ୍‌କୁ ଫେରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

Related story