କୋଲକାତା: ଦେଶରେ ଦଳିତ ଏବଂ ସଂଖ୍ୟାଲଘୁ ସୁରକ୍ଷିତ ଅଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଅବ୍ବାସ୍ ନକ୍ଭି। ସେ କହିଛନ୍ତି ୨୦୧୯ ଲୋକସଭା ନିର୍ବାଚନ ପରାଜୟର ଝଟ୍କାରୁ ଏଯାଏ ମୁକୁଳି ପାରିନଥିବା କିଛି ଲୋକ ‘ଅପରାଧିକ ଘଟଣା’ ସବୁକୁ ଧର୍ମ ସହିତ ଯୋଡ଼ିବାକୁ ପ୍ରୟାସ କରୁଛନ୍ତି। କିଛି ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଲିଞ୍ଚିଂ ଘଟଣାସବୁ ବାବଦରେ ଚିଠି ଲେଖିଥିବା ନେଇ ପ୍ରତିକ୍ରିୟାରେ କେନ୍ଦ୍ରମନ୍ତ୍ରୀ ନକ୍ଭି ଏଭଳି ମତ ରଖିଛନ୍ତି।
ସୂଚନାଯୋଗ୍ୟ ଯେ, ବିଭିନ୍ନ କ୍ଷେତ୍ରର ୪୯ ଜଣ ସେଲିବ୍ରେଟି ମୋଦିଙ୍କ ନିକଟକୁ ଚିଠି ଲେଖି କହିଥିଲେ, ମୁସଲିମ୍, ଦଳିତ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କ ଲିଞ୍ଚିଂ ତୁରନ୍ତ ବନ୍ଦ ହେବା ଦରକାର। ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଶ୍ୟାମ୍ ବେନେଗଲ୍ ଏବଂ ଅପର୍ଣ୍ଣା ସେନ୍ ଆଦି ବ୍ୟକ୍ତି ମଧ୍ୟ ଥିଲେ।
ତେବେ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ନକ୍ଭି କହିଛନ୍ତି, ଆମେ ୨୦୧୪ ପରେ ମଧ୍ୟ ଆୱାର୍ଡ ୱାପ୍ସି ଦେଖିଥିଲୁ, ଏବେ ସେହିଭଳି କିଛି ହିଁ ଘଟୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଜଷ୍ଟିସ ଭି.ରାମସୁବ୍ରମଣ୍ୟମ
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଚଳିତବର୍ଷ ଜୁନ ୧ରେ ଶେଷ ହୋଇଥିଲା।
National
ହସ୍ପିଟାଲ ବେଡରେ ବିନୋଦ କାମ୍ବଲି
ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। କିନ୍ତୁ ଏବେ ସେ ବିପଦ ମୁକ୍ତ ହୋଇ ନଥିବା ଆଇଏଏନଏସ୍ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।
Education
ହଟିଲା କଟକଣା: ଏଣିକି ଫେଲ୍ ହେଲେ ଫେଲ୍
୫ମ ଓ ୮ମ ଶ୍ରେଣୀରେ ଫେଲ ହେଉଥିବା ପିଲାମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯିବ। ସେମାନେ ୨ ମାସ ମଧ୍ୟରେ ପୁଣି ପରୀକ୍ଷାର ସୁଯୋଗ ପାଇପାରିବେ।
National
ସ୍କୁଲ ଛାଡ଼ିବାକୁ ଯିବା ବେଳେ ୨ ନାବାଳକ ସାବତ ଭାଇଙ୍କ ତଣ୍ଟି କାଟିଦେଲା
ଅଭିଯୁକ୍ତ ନୀରଜ ଶର୍ମା ତା’ର ଦୁଇ ସାବତ ଭାଇଙ୍କୁ ବାଇକରେ ସ୍କୁଲ ଛାଡ଼ିବାକୁ ନେଇଥିଲା। କିନ୍ତୁ ସ୍କୁଲ ଯିବା ବଦଳରେ ସେ ଉଭୟଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା। ସେଠାରେ ସେ ଉଭୟଙ୍କୁ ତଣ୍ଟି କାଟି ହତ୍ୟା କରିଥିଲା।
National
ଶେଖ ହସିନାଙ୍କୁ ଢାକା ପଠାଅ: ଭାରତକୁ ଚିଠି ଲେଖିଲା ବାଂଲାଦେଶ
ଢାକା ଭିତ୍ତିକ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ(ଆଇସିଟି) ମାନବଜାତି ବିରୋଧରେ ଅପରାଧ ଓ ନରସଂହାର ଅଭିଯୋଗରେ ଶେଖ ହସିନା, ତାଙ୍କ ସରକାରରେ ଥିବା ମନ୍ତ୍ରୀ, ପରାମର୍ଶଦାତା, ପୂର୍ବତନ ସାମରିକ ଓ ବେସାମରିକ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାଣି କରିଛନ୍ତି।