ଅନୁପ୍ରବେଶକାରୀଙ୍କୁ ବାହାର କରିବା ଆହ୍ୱାନ ଦେଇ ଏମ୍‌ଏନ୍‌ଏସ୍‌ର ବିଶାଳ ରାଲି

ମୁମ୍ବାଇ: ବାଂଲାଦେଶୀ ଏବଂ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଦେଶରୁ ବାହାର କରିବାକୁ ଆହ୍ୱାନ କରି ଆଜି ମହାରାଷ୍ଟ୍ର ନବନିର୍ମାଣ ସେନା ଏକ ବିଶାଳ ରାଲି ଆୟୋଜନ କରିଛି। ମୁମ୍ବାଇର ବିଭିନ୍ନ ଗଳିରୁ ଏହି ଶୋଭାଯାତ୍ରାରେ ବାହାରି ଆଜି ଆଜାଦ ମୈଦାନର ‘ମହାମୋର୍ଚ୍ଚା’ରେ ସମସ୍ତେ ଏକାଠି ହୋଇଥିଲେ। ଏହି ଶୋଭାଯାତ୍ରା ପୂର୍ବରୁ ରାଜ୍‌ ଠାକ୍‌ରେ ସିଦ୍ଧିବିନାୟକ ମନ୍ଦିର ଯାଇଥିଲେ। ଭାରତରେ ବେଆଇନ ଭାବେ ରହିଆସୁଥିବା ପାକିସ୍ତାନ ଓ ବାଂଲାଦେଶ ନାଗରିକଙ୍କୁ ହଟାଇବାକୁ ରାଜ୍‌ ଠାକ୍‌ରେଙ୍କ ନେତୃତ୍ୱାଧୀନ ଏହି ଦଳ ଏପରି […]

MNS

Subrat Kumar Nayak
  • Published: Sunday, 09 February 2020
  • , Updated: 09 February 2020, 05:57 PM IST

ମୁମ୍ବାଇ: ବାଂଲାଦେଶୀ ଏବଂ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଦେଶରୁ ବାହାର କରିବାକୁ ଆହ୍ୱାନ କରି ଆଜି ମହାରାଷ୍ଟ୍ର ନବନିର୍ମାଣ ସେନା ଏକ ବିଶାଳ ରାଲି ଆୟୋଜନ କରିଛି। ମୁମ୍ବାଇର ବିଭିନ୍ନ ଗଳିରୁ ଏହି ଶୋଭାଯାତ୍ରାରେ ବାହାରି ଆଜି ଆଜାଦ ମୈଦାନର ‘ମହାମୋର୍ଚ୍ଚା’ରେ ସମସ୍ତେ ଏକାଠି ହୋଇଥିଲେ। ଏହି ଶୋଭାଯାତ୍ରା ପୂର୍ବରୁ ରାଜ୍‌ ଠାକ୍‌ରେ ସିଦ୍ଧିବିନାୟକ ମନ୍ଦିର ଯାଇଥିଲେ।

ଭାରତରେ ବେଆଇନ ଭାବେ ରହିଆସୁଥିବା ପାକିସ୍ତାନ ଓ ବାଂଲାଦେଶ ନାଗରିକଙ୍କୁ ହଟାଇବାକୁ ରାଜ୍‌ ଠାକ୍‌ରେଙ୍କ ନେତୃତ୍ୱାଧୀନ ଏହି ଦଳ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ଏମ୍‌ଏନ୍‌ଏସ୍‌ ରାଲି ଯାଉଥିବା ରାସ୍ତାରା ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ସ୍ଥାନୀୟ ପୁଲିସ୍‌ଙ୍କ ବ୍ୟତୀତ ଷ୍ଟେଟ୍‌ ରିଜର୍ଭ ପୁଲିସ୍‌ ଫୋର୍ସ, ଦଙ୍ଗା ନିୟନ୍ତ୍ରଣକାରୀ ପୁଲିସ୍‌, କ୍ୱିକ୍‌ ରେସପନ୍ସ ଟିମ୍‌ ଏବଂ ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଟିମ୍‌ ଆଦି ନିୟୋଜିତ କରାଯାଇଛି।

ଏହି ସମୟରେ ହିଁ ଶିବସେନାର ଏକ ବୈଠକ ଡକାଯାଇଛି। ସହ୍ୟାଦ୍ରୀଠାରେ ଏହି ବୈଠକ ଆୟୋଜିତ ହେବ। ତେବେ ଶିବସେନା ପକ୍ଷରୁ ଦିଲ୍ଲୀପ ଲାଣ୍ଡେ କହିଛନ୍ତି, ଏମ୍‌ଏନ୍‌ଏସ୍‌ ମୋର୍ଚ୍ଚା କିଛି ଫରକ ପକାଇପାରିବନି। ଆମେ ଲୋକଙ୍କ ବିକାଶ ପାଇଁ ଅଛୁ। ଦଳ ହିନ୍ଦୁତ୍ୱ ସହ ଅଛି ଏବଂ ଆଗକୁ ହିନ୍ଦୁତ୍ୱ ସହ ହିଁ ବଢ଼ିବ।

Related story