GST= ଗବ୍ବର(G) ସିଂହ(S) ଟ୍ୟାକ୍ସ(T) ?

ଅହମ୍ମଦାବାଦ: ଗୁଜୁରାଟ ନିର୍ବାଚନ ପାଇଁ ଏବେ ଖୁବ୍ ବ୍ୟସ୍ତ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ଦିନରାତି ସେ ଲାଗିଛନ୍ତି ପ୍ରଚାରରେ। ଗୁଜୁରାଟ ସାରା ବୁଲି ବୁଲି ସେ କେନ୍ଦ୍ରର ମୋଦି ସରକାରକୁ ବାକ୍ୟାବାଣ ଛାଡ଼ିବାରେ ବ୍ୟସ୍ତ। ମୋଦିଙ୍କ ଯୋଜନା ଗୁଡ଼ିକୁ ସେ ନିଜର ନାଁ ଦେବାକୁ ବି ଭୁଲୁ ନାହାଁନ୍ତି। ଯେମିତି ସାରା ଦେଶରେ ଚର୍ଚ୍ଚାରେ ରହିଥିବା ଜିଏସ୍‌ଟି ବିଷୟରେ ବି ସେ ତାଙ୍କ ମତ ରଖିଛନ୍ତି। ରାହୁଲ ଆଜିଠରୁ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। […]

rahulgandhi

Rakesh Mallick
  • Published: Saturday, 11 November 2017
  • , Updated: 11 November 2017, 02:32 PM IST

ଅହମ୍ମଦାବାଦ: ଗୁଜୁରାଟ ନିର୍ବାଚନ ପାଇଁ ଏବେ ଖୁବ୍ ବ୍ୟସ୍ତ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ଦିନରାତି ସେ ଲାଗିଛନ୍ତି ପ୍ରଚାରରେ। ଗୁଜୁରାଟ ସାରା ବୁଲି ବୁଲି ସେ କେନ୍ଦ୍ରର ମୋଦି ସରକାରକୁ ବାକ୍ୟାବାଣ ଛାଡ଼ିବାରେ ବ୍ୟସ୍ତ। ମୋଦିଙ୍କ ଯୋଜନା ଗୁଡ଼ିକୁ ସେ ନିଜର ନାଁ ଦେବାକୁ ବି ଭୁଲୁ ନାହାଁନ୍ତି। ଯେମିତି ସାରା ଦେଶରେ ଚର୍ଚ୍ଚାରେ ରହିଥିବା ଜିଏସ୍‌ଟି ବିଷୟରେ ବି ସେ ତାଙ୍କ ମତ ରଖିଛନ୍ତି।

ରାହୁଲ ଆଜିଠରୁ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଏହି ଅବସରେ ସେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି- “ ଗୁଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ବା ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି)ର ଫୁଲ୍ ଫର୍ମ ହେଉଛି ଗବ୍ବର ସିଂହ ଟ୍ୟାକ୍ସ। ଟିକସ ହ୍ରାସ କରିବା ଭଲ କଥା କିନ୍ତୁ ଦେଶରେ ଟିକସ ଦର ଗୋଟିଏ ହିଁ ହେବା ଦରକାର।”

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଗତକାଲି କିଛି ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟ ଉପରୁ ଜିଏସ୍‌ଟିର ହାର କମାଇଛନ୍ତି। ପ୍ରାୟ ୧୭୭ ସାମଗ୍ରୀର ଟିକସ ହାର ସର୍ବୋଚ୍ଚ ସ୍ତର ୨୮ ପ୍ରତିଶତ ସ୍ଲାବରୁ ୧୮ ପ୍ରତିଶତକୁ ଖସାଇ ଦେଇଛନ୍ତି। ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ଏପରି କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି।

ଏହାପୂର୍ବରୁ  ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ୱରମ ଜିଏସ୍‌ଟିକୁ ନେଇ ନିଜର ମତ ରଖିଥିଲେ। ଟ୍ୱିଟ୍‌ ଜରିଆରେ ସେ କହିଥିଲେ, ଗୁଜୁରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟ୍ୟାକ୍ସ ହ୍ରାସ କରିଛନ୍ତି।

Related story