ଗୋଆ: ମନ୍ତ୍ରୀ ହେଲେ ୩ ବିଦ୍ରୋହୀ କଂଗ୍ରେସ ବିଧାୟକ

ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନିଜ କ୍ୟାବିନେଟ୍‌ରୁ ୪ ଜଣଙ୍କୁ ବାଦ୍‌ ଦେଇ ୩ ଜଣ କଂଗ୍ରେସରୁ ଆସିଥିବା ବିଧାୟକ ଏବଂ ଜଣେ ବିଜେପି ବିଧାୟକଙ୍କୁ ମନ୍ତ୍ରୀପଦ ଦେଇଛନ୍ତି। ପୂର୍ବତନ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକର, ପୂର୍ବତନ ମନ୍ତ୍ରୀ ଫିଲିପେ ନେରୀ ରୋଡ୍‌ରିଗ୍‌ସ ଏବଂ ଜେନିଫର ମନ୍‌ସେରେଟ୍‌ଙ୍କୁ ଆଜି ରାଜ୍ୟପାଳ ମୃଦୁଳା ସିହ୍ନା ଶପଥପାଠ କରାଇଛନ୍ତି। କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ୧୦ ବିଧାୟକଙ୍କ ମଧ୍ୟରୁ ଏହି ୩ ଜଣଙ୍କୁ ମନ୍ତ୍ରୀ ପଦ […]

goa

Subrat Kumar Nayak
  • Published: Saturday, 13 July 2019
  • , Updated: 13 July 2019, 07:17 PM IST

ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନିଜ କ୍ୟାବିନେଟ୍‌ରୁ ୪ ଜଣଙ୍କୁ ବାଦ୍‌ ଦେଇ ୩ ଜଣ କଂଗ୍ରେସରୁ ଆସିଥିବା ବିଧାୟକ ଏବଂ ଜଣେ ବିଜେପି ବିଧାୟକଙ୍କୁ ମନ୍ତ୍ରୀପଦ ଦେଇଛନ୍ତି।

ପୂର୍ବତନ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକର, ପୂର୍ବତନ ମନ୍ତ୍ରୀ ଫିଲିପେ ନେରୀ ରୋଡ୍‌ରିଗ୍‌ସ ଏବଂ ଜେନିଫର ମନ୍‌ସେରେଟ୍‌ଙ୍କୁ ଆଜି ରାଜ୍ୟପାଳ ମୃଦୁଳା ସିହ୍ନା ଶପଥପାଠ କରାଇଛନ୍ତି। କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ୧୦ ବିଧାୟକଙ୍କ ମଧ୍ୟରୁ ଏହି ୩ ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି। ବିଜେପି ନେତା ତଥା କାଲାଙ୍ଗୁଟ୍‌ ବିଧାୟକ ମାଇକେଲ ଲୋବୋ ମଧ୍ୟ ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ନେତୃତ୍ୱ ନେଇଥିବା କାଭଲେକରଙ୍କୁ ବିଜେପି ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମଧ୍ୟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ସେ କ୍ୟୁପେମ୍‌ ଆସନରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଛନ୍ତି।

ଜେନିଫର ହେଉଛନ୍ତି ପାଣାଜୀ ବିଧାୟକ ଆଟାନାସିଓ ମନ୍‌ସରେଟ୍‌ଙ୍କ ପତ୍ନୀ। ଜେନିଫରଙ୍କ ପରି ଲୋବୋ ମଧ୍ୟ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ଏହି ମନ୍ତ୍ରୀମାନେ ଦାୟିତ୍ୱ ନେବା ପୂର୍ବରୁ ୩ ଜଣ ଗୋଆ ଫରୱାର୍ଡ ପାର୍ଟି ବିଧାୟକ ଏବଂ ଜଣେ ସ୍ୱାଧୀନ ବିଧାୟକଙ୍କୁ ମନ୍ତ୍ରିପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା।

Related story