ସୁରତ ଟ୍ରାଜେଡି, ପରୀକ୍ଷା ଫଳ ବାହାରିବା ପୂର୍ବରୁ ଲିଭିଗଲା ଜୀବନ ଦୀପ

ଅହମଦାବାଦ: ୨୩ ଜଣଙ୍କ ଜୀବନ ନେଇ ସାରିଥିବା ସୁରତର ତକ୍ଷଶୀଳା କୋଚିଂ ସେଣ୍ଟର ଘଟଣାର ତଦନ୍ତ ଚାଲିଛି। ହେଲେ ଏହାରି ଭିତରେ ମୃତ ତିନି ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇଛି। ଗତକାଲି ଗୁଜରାଟ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ହେଲେ ପରୀକ୍ଷାଫଳ ପ୍ରକାଶ ପାଇବା ପୂର୍ବରୁ ସୁରତ କୋଚିଂ ସେଣ୍ଟରର ତିନି ଛାତ୍ରଛାତ୍ରୀଙ୍କ ଜୀବନ ଦୀପ ଲିଭିଯାଇଛି। ମୃତ ତିନି ଜଣ ଛାତ୍ରୀ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଭଲ ମାର୍କ ରଖି […]

student death result surat (2)

Subhransu Sekhar
  • Published: Sunday, 26 May 2019
  • , Updated: 26 May 2019, 12:05 PM IST
ଅହମଦାବାଦ: ୨୩ ଜଣଙ୍କ ଜୀବନ ନେଇ ସାରିଥିବା ସୁରତର ତକ୍ଷଶୀଳା କୋଚିଂ ସେଣ୍ଟର ଘଟଣାର ତଦନ୍ତ ଚାଲିଛି। ହେଲେ ଏହାରି ଭିତରେ ମୃତ ତିନି ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇଛି। ଗତକାଲି ଗୁଜରାଟ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ହେଲେ ପରୀକ୍ଷାଫଳ ପ୍ରକାଶ ପାଇବା ପୂର୍ବରୁ ସୁରତ କୋଚିଂ ସେଣ୍ଟରର ତିନି ଛାତ୍ରଛାତ୍ରୀଙ୍କ ଜୀବନ ଦୀପ ଲିଭିଯାଇଛି। ମୃତ ତିନି ଜଣ ଛାତ୍ରୀ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଭଲ ମାର୍କ ରଖି ପାସ୍ କରିଥିବା ଜଣାପଡ଼ିଛି। ମୃତ ତିନି ଦ୍ୱାଦଶ ଶ୍ରେଣୀର ଛାତ୍ରୀ ହେଲେ ୟଶ କେଭଦିୟ, ମାନସୀ ବର୍ଶାନୀ ଏବଂ ହସ୍ତି ସୁରନୀ।
ୟଶ ୬୭.୭୫ ପ୍ରତିଶତ ସହ (ସି ଓ୍ୱାନ ଗ୍ରେଡ୍), ମାନସୀ ୫୨.୦୩ ପ୍ରତିଶତ ସହ (ସି ଓ୍ୱାନ ଗ୍ରେଡ୍) ଏବଂ ହସ୍ତି ୬୯.୩୯ ପ୍ରତିଶତ (ବି ଟୁ ଗ୍ରେଡ୍) ରଖିଥିବା ସୁରତ ପୁଲିସର ମୁଖପାତ୍ର ପି.ଏଲ ଚୌଧୁରୀ କହିଛନ୍ତି।

କୋଚିଂ ସେଣ୍ଟରରେ ନିଆଁ ଲାଗିବା ଫଳରେ ୨୩ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଛି। ଯେଉଁଥିରେ ୧୬ ଜଣ ଝିଅ ରହିଥିବା ଜଣାପଡ଼ିଛି।

Related story