ରାଜଭବନରେ ବାଘ

ସିମ୍‌ଲା: ହିମାଚଳ ପ୍ରଦେଶ ରାଜଭବନ ପରିସରରରେ କଲରାପତରିଆ ବାଘ ଦେଖିବାକୁ ମିଳିଛି। କଡ଼ା ସୁରକ୍ଷା ବଳୟ ସତ୍ତ୍ୱେ ରାଜଭବନ ପରିସରକୁ ବାଘଟି ତିନିରୁ ଚରି ଥର ଆସିଥିବା କୁହାଯାଉଛି। ରାଜଭବନ ସୁରକ୍ଷା ଦାୟିତ୍ୱରେ ଥିବା ଗାର୍ଡ ବାଘକୁ ତିନିରୁ ଚାରି ଥର ଦେଖିବା ସହ ତାର କିଛି ଫଟୋ ମଧ୍ୟ ଉଠାଇଥିଲେ। ଏହି ଘଟଣା ନେଇ ରାଜଭବନ କର୍ମଚାରୀ ପକ୍ଷରୁ ବନ୍ୟଜନ୍ତୁ କର୍ମଚାରୀଙ୍କୁ ଜଣାଇଥିଲେ। ଏହାପରେ ରାଜଭବନ ମୁଖ୍ୟ ଫାଟକକୁ ବନ୍ଦ କରି ଦିଆଯାଇଛି। ବାଘ ଯେମିତି […]

tiger

Rakesh Mallick
  • Published: Sunday, 10 December 2017
  • , Updated: 10 December 2017, 01:36 PM IST

ସିମ୍‌ଲା: ହିମାଚଳ ପ୍ରଦେଶ ରାଜଭବନ ପରିସରରରେ କଲରାପତରିଆ ବାଘ ଦେଖିବାକୁ ମିଳିଛି। କଡ଼ା ସୁରକ୍ଷା ବଳୟ ସତ୍ତ୍ୱେ ରାଜଭବନ ପରିସରକୁ ବାଘଟି ତିନିରୁ ଚରି ଥର ଆସିଥିବା କୁହାଯାଉଛି। ରାଜଭବନ ସୁରକ୍ଷା ଦାୟିତ୍ୱରେ ଥିବା ଗାର୍ଡ ବାଘକୁ ତିନିରୁ ଚାରି ଥର ଦେଖିବା ସହ ତାର କିଛି ଫଟୋ ମଧ୍ୟ ଉଠାଇଥିଲେ। ଏହି ଘଟଣା ନେଇ ରାଜଭବନ କର୍ମଚାରୀ ପକ୍ଷରୁ ବନ୍ୟଜନ୍ତୁ କର୍ମଚାରୀଙ୍କୁ ଜଣାଇଥିଲେ। ଏହାପରେ ରାଜଭବନ ମୁଖ୍ୟ ଫାଟକକୁ ବନ୍ଦ କରି ଦିଆଯାଇଛି। ବାଘ ଯେମିତି ରାଜଭବନ ପରିସରକୁ ନ ପଶିପାରିବ ସେଥିପାଇଁ ରାଜଭାବନ ଚାରିପଟେ ସୋଲାର ପାଓ୍ୱାର ମାଧ୍ୟମରେ ତାରବାଡ଼ ଲଗାଯାଇଛି।

Related story