‘ଟାଇମ୍‌ ପର୍ସନ୍‌ ଅଫ୍‌ ଦ ଇୟର’ର ରିଡର୍ସ ପୋଲ୍‌ରେ ସବୁଠୁ ଆଗରେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଟାଇମ୍ ପର୍ସନ୍‌ ଅଫ୍‌ ଦି ଇୟର’ର ରିଡର୍ସ ପୋଲ୍‌ରେ ବିଜୟ ହାସଲ କରିଛନ୍ତି। ତେବେ ଆମେରିକାର ଟାଇମ୍‌ ମାଗାଜିନ୍‌ ଦ୍ୱାରା ‘ପର୍ସନ୍‌ ଅଫ୍‌ ଦ ଇୟର’ର ଚୂଡ଼ାନ୍ତ ତାଲିକାର ବିଜେତାଙ୍କ ନାମ ଆସନ୍ତା ୭ ଡିସେମ୍ବରରେ ଘୋଷଣା କରାଯିବ। ରିଡର୍ସ ପୋଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ବାରାକ୍‌ ଓବାମା ଓ ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ମୋଦି ଅନେକ ପ୍ରମୁଖ ନେତା ଓ କଳାକାରଙ୍କୁ […]

narendra-modi

Rakesh Mallick
  • Published: Monday, 05 December 2016
  • , Updated: 05 December 2016, 01:05 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଟାଇମ୍ ପର୍ସନ୍‌ ଅଫ୍‌ ଦି ଇୟର’ର ରିଡର୍ସ ପୋଲ୍‌ରେ ବିଜୟ ହାସଲ କରିଛନ୍ତି। ତେବେ ଆମେରିକାର ଟାଇମ୍‌ ମାଗାଜିନ୍‌ ଦ୍ୱାରା ‘ପର୍ସନ୍‌ ଅଫ୍‌ ଦ ଇୟର’ର ଚୂଡ଼ାନ୍ତ ତାଲିକାର ବିଜେତାଙ୍କ ନାମ ଆସନ୍ତା ୭ ଡିସେମ୍ବରରେ ଘୋଷଣା କରାଯିବ।

ରିଡର୍ସ ପୋଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ବାରାକ୍‌ ଓବାମା ଓ ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ମୋଦି ଅନେକ ପ୍ରମୁଖ ନେତା ଓ କଳାକାରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

ଟାଇମ୍‌ ପର୍ସନ ଅଫ୍‌ ଦ ଇୟର ବ୍ୟକ୍ତିଙ୍କୁ ବର୍ଷର ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବେ ଗଣନା କରାଯାଏ। ଏହାର ଅନ୍ତିମ ଚୟନ ପ୍ରକ୍ରିୟା ପତ୍ରିକାର ସଂପାଦକଙ୍କ ଉପରେ ନିର୍ଭର କରିଥାଏ। ତେବେ ରିଡର୍ସ ପୋଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୮ ପ୍ରତିଶତ ଭୋଟ୍‌ ହାସଲ କରିଛନ୍ତି।

Related story