କେନ୍ଦ୍ରକୁ ୬ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ: ଫାଶିଦଣ୍ଡର ବିକଳ୍ପ ଚିନ୍ତା କର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଫାଶିଦଣ୍ଡର କଣ ହୋଇପାରେ ବିକଳ୍ପ ? ଏହାର ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରକୁ କହିଛନ୍ତି ସୁପ୍ରିମକୋର୍ଟ। ଏଥିପାଇଁ କୋର୍ଟ ୬ ସପ୍ତାହ ମହଲତ ଦେଇଛନ୍ତି। ମୃତ୍ୟୁ ଶାନ୍ତିରେ ହେବା ଦରକାର, ପୀଡାଦାୟକ ନୁହେଁ ବୋଲି କୋର୍ଟ ମତ ଦେଇଛନ୍ତି। ସବୋର୍ଚ୍ଚ ଅଦାଲତରେ ଦ୍ୱାରସ୍ତ ହୋଇ ଆବେଦନକାରୀ ଦର୍ଶାଇଥିଲେ ଯେ ଫାଶି ଯନ୍ତ୍ରଣାଦାୟକ ଓ ବର୍ବରତାପୂର୍ଣ୍ଣ। ଫାଶି ଦେଲେ ଜଣେ ବ୍ୟକ୍ତି ପ୍ରାୟ ୪୦ ମିନିଟ୍ ଯାଏଁ ଯନ୍ତ୍ରଣା ପାଇଥାଆନ୍ତି। ତେଣୁ ଭାରତରେ […]

Correspondence-engineering-degrees-invalid-Supreme-Court

Rakesh Mallick
  • Published: Friday, 10 November 2017
  • , Updated: 10 November 2017, 07:53 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଫାଶିଦଣ୍ଡର କଣ ହୋଇପାରେ ବିକଳ୍ପ ? ଏହାର ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରକୁ କହିଛନ୍ତି ସୁପ୍ରିମକୋର୍ଟ। ଏଥିପାଇଁ କୋର୍ଟ ୬ ସପ୍ତାହ ମହଲତ ଦେଇଛନ୍ତି। ମୃତ୍ୟୁ ଶାନ୍ତିରେ ହେବା ଦରକାର, ପୀଡାଦାୟକ ନୁହେଁ ବୋଲି କୋର୍ଟ ମତ ଦେଇଛନ୍ତି। ସବୋର୍ଚ୍ଚ ଅଦାଲତରେ ଦ୍ୱାରସ୍ତ ହୋଇ ଆବେଦନକାରୀ ଦର୍ଶାଇଥିଲେ ଯେ ଫାଶି ଯନ୍ତ୍ରଣାଦାୟକ ଓ ବର୍ବରତାପୂର୍ଣ୍ଣ। ଫାଶି ଦେଲେ ଜଣେ ବ୍ୟକ୍ତି ପ୍ରାୟ ୪୦ ମିନିଟ୍ ଯାଏଁ ଯନ୍ତ୍ରଣା ପାଇଥାଆନ୍ତି। ତେଣୁ ଭାରତରେ ପ୍ରଚଳିତ ଫାଶିଦଣ୍ଡ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଶ୍ୱର ୬୦ଟି ଦେଶରେ ଫାଶି ବ୍ୟବସ୍ଥା ଥିବା ବେଳେ ୨୮ଟି ଦେଶରେ ଫାୟରିଂ ସ୍କ୍ୱାଡ୍ ଦ୍ୱାରା ଗୁଳିମାଡ, ୨୧ଟି ଦେଶରେ ସିଙ୍ଗଲ ସଟ୍ ବ୍ୟବସ୍ଥା ରହିଛି। ତେବେ ଇସଲାମୀୟ ରାଷ୍ଟ୍ରଗୁଡିକରେ ପଥର ମାରି ମାରିଦେବାକୁ ଆଇନଗତ ସ୍ୱୀକୃତି ରହିଛି।

Related story