ଧୂଆଁ ଓ ଧୂଳିର ଢାଙ୍କି ହୋଇଛି ନୂଆଦିଲ୍ଲୀ: ସ୍କୁଲ୍‌ ଛୁଟି, ୫୩ଟି ଟ୍ରେନ୍‌ ବିଳମ୍ବ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ପୁଣି କବଳିତ କଲା ପ୍ରଦୂଷଣ। ଆଜି ସକାଳେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଧୂଆଁ ଓ ଧୂଳିର ବହଳ ଆସ୍ତରଣ ଦେଖିବାକୁ ମିଳିଛି। ଧୂଆଁ ଯୋଗୁଁ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହେଉଛି। ଦିଲ୍ଲୀ-ଏନସିଆରର ପ୍ରଦୂଷଣ ସ୍ତର ୬ଗୁଣ ବଢ଼ିଯାଇଛି। ଧୂଆଁ ଯୋଗୁଁ ଦିଲ୍ଲୀରେ ପଞ୍ଚମ ଶ୍ରେଣୀ ଯାଏଁ  ସ୍କୁଲକୁ ଛୁଟି କରି ଦିଆଯାଇଛି। ଦିଲ୍ଲୀ ସମେତ ଗାଜିଆବାଦରେ ମଧ୍ୟ ସ୍କୁଲ ଗୁଡ଼କୁ  ଛୁଟି କରି ଦିଆଯାଇଛି। ଧୂଆଁ ଯୋଗୁଁ ଯାତାୟତରେ […]

delhi_a

Rakesh Mallick
  • Published: Wednesday, 08 November 2017
  • , Updated: 08 November 2017, 11:20 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ପୁଣି କବଳିତ କଲା ପ୍ରଦୂଷଣ। ଆଜି ସକାଳେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଧୂଆଁ ଓ ଧୂଳିର ବହଳ ଆସ୍ତରଣ ଦେଖିବାକୁ ମିଳିଛି। ଧୂଆଁ ଯୋଗୁଁ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହେଉଛି। ଦିଲ୍ଲୀ-ଏନସିଆରର ପ୍ରଦୂଷଣ ସ୍ତର ୬ଗୁଣ ବଢ଼ିଯାଇଛି। ଧୂଆଁ ଯୋଗୁଁ ଦିଲ୍ଲୀରେ ପଞ୍ଚମ ଶ୍ରେଣୀ ଯାଏଁ  ସ୍କୁଲକୁ ଛୁଟି କରି ଦିଆଯାଇଛି। ଦିଲ୍ଲୀ ସମେତ ଗାଜିଆବାଦରେ ମଧ୍ୟ ସ୍କୁଲ ଗୁଡ଼କୁ  ଛୁଟି କରି ଦିଆଯାଇଛି।

ଧୂଆଁ ଯୋଗୁଁ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି। ୫୩ଟି ଟ୍ରେନ୍‌ ବିଳମ୍ବରେ ଚାଲିଛନ୍ତି। ୫ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଥିଲା ବେଳେ ଗୋଟିଏ ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି।

ଦିଲ୍ଲୀ ସରକାର ଶିଶୁ, ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା,ଶ୍ୱାସ ରୋଗୀ ଓ ହୃଦ୍‌ ରୋଗରେ ପୀଡିତ ଲୋକଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି। କାରଣ ପ୍ରଦୂଷିତ ବାୟୁ ମଣ୍ଡଳରେ  ସେମାନେ ଅଧିକ ପ୍ରଭାବିତ ହେବାର ଅଧିକ ଆଶଙ୍କା ରହିଛି।

Related story