ନୂଆଦିଲ୍ଲୀ: ଆଜି ଶେଷ ହେଉଛି ଆୟକର ରିଟର୍ଣ୍ଣ ଦାଖଲର ସମୟ ସୀମା। ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଦେଶର ସମସ୍ତ ଇନକମ୍ ଟ୍ୟାକ୍ସ ଅଫିସରେ ଟ୍ୟାକ୍ସ ଦାତା ନିଜ ନିଜର ଟ୍ୟାକ୍ସ ପୈଠ କରିପାରିବେ। ଏଥିସହ ୨୪ ଘଣ୍ଟିଆ ଅନଲାଇନ୍ ସେବା ମଧ୍ୟ ଉପଲବ୍ଧ ରହିଛି। ପୂର୍ବ ଧାର୍ଯ୍ୟ ସମୟ ଅନୂସାରେ ଆର୍ଥକ ବର୍ଷ ୨୦୧୬-୧୭ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଜୁଲାଇ ୩୧ ତାରିଖ ରହିଥିଲା।
ତେବେ ବହୁସଂଖ୍ୟାରେ କରଦାତା ସେମାନଙ୍କ ରିଟର୍ଣ୍ଣ ଫାଇଲ କରିପାରି ନ ଥିବାରୁ ଆୟକର ବିଭାଗର ପକ୍ଷରୁ ଏହାକୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଆୟକର ବିଭାଗରେ ଏପର୍ଯ୍ୟନ୍ତ ୨ କୋଟି କରଦାତା ଅଲଲାଇନ୍ ରିଟର୍ଣ୍ଣ ଫାଇଲ କରିସାରିଛନ୍ତି। ସେଥିଲାଗି ନିର୍ଦ୍ଧାରିତ ସମୟ ମଧ୍ୟରେ ରିଟର୍ଣ୍ଣ ଦାଖଲ କରିବାକୁ ଆୟକର ବିଭାଗ ପକ୍ଷରୁ ଶେଷ ସମୟ ବୃଦ୍ଧି କରାଯାଇଛି।