ଆସନ୍ତାକାଲି ଜୟଲଳିତାଙ୍କ ଆସନରେ ହେବ ଉପନିର୍ବାଚନ

ଚେନ୍ନାଇ: ଆସନ୍ତାକାଲି ଚେନ୍ନାଇ ଆର୍କେ ନଗର ବିଧାନସଭା ଉପନିର୍ବାଚନ ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଳଲିତାଙ୍କ ମୃତ୍ୟୁ ପରେ ଦୀର୍ଘଦିନ ଧରି ଏହି ଆସନଟି ଖାଲି ରହିଛି। ଅନେକ ଦିନର ବ୍ୟବଧାନ ପରେ ଏହି ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଆସନ୍ତାକାଲି ସକାଳ ୮ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ନିର୍ବାଚନରେ ୫୯ ଜଣ ପ୍ରାର୍ଥୀ ଲଢ଼ୁଥିବା ବେଳେ ଏଥିରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେବ। ଏଆଇଡିଏମ୍‌କେ ପକ୍ଷରୁ ଇ. ମଧୁସୂଧନନ୍‌, ବିରୋଧୀ ଡିଏଏମ୍‌କେରୁ ମୁଧୁ […]

jaya

Rakesh Mallick
  • Published: Wednesday, 20 December 2017
  • , Updated: 20 December 2017, 09:59 PM IST

ଚେନ୍ନାଇ: ଆସନ୍ତାକାଲି ଚେନ୍ନାଇ ଆର୍କେ ନଗର ବିଧାନସଭା ଉପନିର୍ବାଚନ ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଳଲିତାଙ୍କ ମୃତ୍ୟୁ ପରେ ଦୀର୍ଘଦିନ ଧରି ଏହି ଆସନଟି ଖାଲି ରହିଛି। ଅନେକ ଦିନର ବ୍ୟବଧାନ ପରେ ଏହି ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଆସନ୍ତାକାଲି ସକାଳ ୮ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ।

ନିର୍ବାଚନରେ ୫୯ ଜଣ ପ୍ରାର୍ଥୀ ଲଢ଼ୁଥିବା ବେଳେ ଏଥିରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେବ। ଏଆଇଡିଏମ୍‌କେ ପକ୍ଷରୁ ଇ. ମଧୁସୂଧନନ୍‌, ବିରୋଧୀ ଡିଏଏମ୍‌କେରୁ ମୁଧୁ ଗଣେଶ ଏବଂ ଏଆଇଡିଏମ୍‌କେରୁ ଅଳଗା ହୋଇଥିବା ଟିଟିଭି ଦିନକରଣ ସ୍ୱାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ଏମାନଙ୍କ ମଧ୍ୟରେ ଲଢେଇ ହେବା ନିଶ୍ଚିତ।

ଜୟଲଳିତାଙ୍କ ହସ୍ପିଟାଲ ଭିଡିଓ ଉପରେ କଟକଣା

ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଦିନକରଣଙ୍କ ସମର୍ଥକଙ୍କ ପକ୍ଷରୁ ରିଲିଜ୍ ହୋଇଥିବା ଜୟଲଳିତାଙ୍କ ହସ୍ପିଟାଲ ଭିଡିଓକୁ ନେଇ କଟକଣା ଜାରି କରିଛନ୍ତି ନିର୍ବାଚନ କମିସନ୍। ଜୟାଙ୍କ ଭିଡିଓକୁ ପ୍ରସାରଣ ନକରିବା ପାଇଁ କମିସନ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ପୁଣି ଥରେ ଜୟାଙ୍କ ମୃତ୍ୟୁ ରହସ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Related story