ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତି ପାହିଲେ ହିମାଚ ଳପ୍ରଦେଶ ବିଧାନସଭା ନିର୍ବାଚନ। ମଇଦାନରେ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ। ୬୮ ଆସନ ବିଶିଷ୍ଟ ବିଧାନସଭାରେ ୩୩୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ୫୦ ଲକ୍ଷ ୨୫ ହଜାର ୯୪୧ ଜଣ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ। ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୭ ହଜାର ୫ ଶହ ୨୫ ପୋଲିଂ ବୁଥ୍ ଗଠନ ହୋଇଛି। ବିଜେପି ଏବଂ କଂଗ୍ରେସ ସମ୍ପୂର୍ଣ୍ଣ ୬୮ଟି ଆସନରେ ନିର୍ବାଚନ ଲଢ଼ୁଛନ୍ତି। ଏହାସହ ୪୨ଟି ଆସନରେ ବିଏସ୍ପି, ୧୪ଟି ଆସନରେ ସିପିଆଇଏମ୍ ଓ ଅନ୍ୟାନ୍ୟ ଦଳ ନିଜ ର୍ପ୍ରାଥୀଙ୍କୁ ନିର୍ବାଚନକୁ ଓହ୍ଲେଇଛନ୍ତି। ୧୨ ଦିନରେ ୪୫୦ଟି ହାଇଭୋଲଟେଜ୍ ରାଲିର ଆୟୋଜନ ହୋଇଥିଲା। କଂଗ୍ରେସ ଏବଂ ବିଜେପି ପକ୍ଷରୁ ମାରାଥନ୍ ପ୍ରଚାର କରିଥିଲେ ଷ୍ଟାର ପ୍ରଚାରକ। କଂଗ୍ରେସ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ପ୍ରେମକୁମାର ଧୁମଳଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି।