ଆସନ୍ତାକାଲିଠାରୁ ଖୋଲିବ ଜମ୍ମୁ ସୀମାନ୍ତରେ ସ୍କୁଲ

ଜମ୍ମୁ: ଆସନ୍ତାକାଲିଠାରୁ ଭାରତ-ପାକ ସୀମାନ୍ତ ଜମ୍ମୁ ସେକ୍ଟରରେ ସବୁ ସ୍କୁଲ ଖୋଲିବ। ଏ ନେଇ ଆଜି ଜମ୍ମୁ-କାଶ୍ମୀର ସରକାର ଘୋଷଣା କରିଛନ୍ତି। ପାକିସ୍ତାନ ତରଫରୁ ସୀମାରେ ଲଗାତାର ଗୁଳି ବର୍ଷଣ ଯୋଗୁଁ ଜମ୍ମୁ ସୀମାନ୍ତରେ ୧୭୪ଟି  ସ୍କୁଲକୁ ବନ୍ଦ କରିଦିଆଯାଇଥିଲା। ଆସନ୍ତାକାଲି ଠାରୁ ଏହି ସ୍କୁଲ ଗୁଡିକ ପୁଣି ଥରେ ଖୋଲିବ ବୋଲି ଜମ୍ମୁର ଡେପୁଟି କମିଶନର ସିମ୍‌ରନ ଦିପ୍‌ ସିଂହ କହିଛନ୍ତି। ପିଓକେରେ ଭାରତ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍ କରାଯିବା ପରେ ପାକିସ୍ତାନ ଏଲ୍‌ଓସିରେ ୨୮୬ […]

schoolchildre

Rakesh Mallick
  • Published: Monday, 14 November 2016
  • , Updated: 14 November 2016, 06:00 PM IST

ଜମ୍ମୁ: ଆସନ୍ତାକାଲିଠାରୁ ଭାରତ-ପାକ ସୀମାନ୍ତ ଜମ୍ମୁ ସେକ୍ଟରରେ ସବୁ ସ୍କୁଲ ଖୋଲିବ। ଏ ନେଇ ଆଜି ଜମ୍ମୁ-କାଶ୍ମୀର ସରକାର ଘୋଷଣା କରିଛନ୍ତି। ପାକିସ୍ତାନ ତରଫରୁ ସୀମାରେ ଲଗାତାର ଗୁଳି ବର୍ଷଣ ଯୋଗୁଁ ଜମ୍ମୁ ସୀମାନ୍ତରେ ୧୭୪ଟି  ସ୍କୁଲକୁ ବନ୍ଦ କରିଦିଆଯାଇଥିଲା। ଆସନ୍ତାକାଲି ଠାରୁ ଏହି ସ୍କୁଲ ଗୁଡିକ ପୁଣି ଥରେ ଖୋଲିବ ବୋଲି ଜମ୍ମୁର ଡେପୁଟି କମିଶନର ସିମ୍‌ରନ ଦିପ୍‌ ସିଂହ କହିଛନ୍ତି।

ପିଓକେରେ ଭାରତ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍ କରାଯିବା ପରେ ପାକିସ୍ତାନ ଏଲ୍‌ଓସିରେ ୨୮୬ ଥର ଅସ୍ତ୍ରବିରତି ଉଲ୍ଲଘଂନ କରିଛି। ଏଥିରେ ୨୬ଜଣ ସାଧାରଣ ଲୋକଙ୍କ ସମେତ ୧୪ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା।

Related story