ମୋଦିଙ୍କ ସହ ଡିନର୍‌ କରିବାକୁ ଚାହୁଁଛନ୍ତି କ୍ୟାଟ୍ରିନା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ଜନମତ ପାଇଥିବା ନରେନ୍ଦ୍ର ମୋଦି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବଲିଉଡ୍‌ ସେଲେବ୍ରିଟିଙ୍କ ଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ନେତା ଏବେ ମୋଦିଙ୍କ ଫ୍ୟାନ୍‌। ଏବେ ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କୈଫ୍‌ ମଧ୍ୟ ମୋଦିଙ୍କ ଦିୱାନୀ ହୋଇ ଯାଇଛନ୍ତି। ମୋଦିଙ୍କ ବ୍ୟକ୍ତିତ୍ୱରେ କ୍ୟାଟ୍ରିନା ଏତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଯେ ତାଙ୍କ ସହ ଡିନର୍ କରିବାକୁ […]

pou

Hemant Lenka
  • Published: Saturday, 01 June 2019
  • , Updated: 01 June 2019, 07:09 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ଜନମତ ପାଇଥିବା ନରେନ୍ଦ୍ର ମୋଦି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବଲିଉଡ୍‌ ସେଲେବ୍ରିଟିଙ୍କ ଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ନେତା ଏବେ ମୋଦିଙ୍କ ଫ୍ୟାନ୍‌। ଏବେ ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କୈଫ୍‌ ମଧ୍ୟ ମୋଦିଙ୍କ ଦିୱାନୀ ହୋଇ ଯାଇଛନ୍ତି। ମୋଦିଙ୍କ ବ୍ୟକ୍ତିତ୍ୱରେ କ୍ୟାଟ୍ରିନା ଏତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଯେ ତାଙ୍କ ସହ ଡିନର୍ କରିବାକୁ ଚାହୁଁଛନ୍ତି।

ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ କ୍ୟାଟ୍ରିନା ଏଭଳି କହିଛନ୍ତି। ସାକ୍ଷାତକାର ସମୟରେ କ୍ୟାଟ୍ରିନାଙ୍କୁ କାହା ସହ ଡିନର୍ କରିବାକୁ ଇଚ୍ଛା ବୋଲି ପଚରା ଯାଇଥିଲା। ସେ ଏହି ସମୟରେ ମୋଦିଙ୍କ ନାଁ ନେଇଥିଲେ। ସେ କହିଥିଲେ, “ମୁଁ ୩ ଜଣଙ୍କ ସହ ଡିନର କରିବାକୁ ଚାହେଁ। ସେମାନେ ହେଲେ ମ୍ୟାରୀଲିନ ମନରୋ, ନରେନ୍ଦ୍ର ମୋଦି ଜୀ ଏବଂ କଣ୍ଡୋଲିଜା ରାଇସ।”

ମ୍ୟାରୀଲିନ ଥିଲେ ବିଂଶ ଶତାବ୍ଦୀ ଆମେରିକାର ସବୁଠୁ ବିଖ୍ୟାତ ଫିଲ୍ମ ଅଭିନେତ୍ରୀ। ସେହିପରି କଣ୍ଡୋଲିଜା ରାଇସ୍‌ ହେଉଛନ୍ତି ଆମେରିକାର ପୂର୍ବତନ ସଚିବ। ଏବେ କ୍ୟାଟ୍ରିନାଙ୍କ ଏଭଳି ମନ୍ତବ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Related story