ଟିକା ନେଇ ୪୪୭ ଅସୁସ୍ଥ, ୨ୟ ଦିନରେ ୧୭ ହଜାରରୁ ଅଧିକ ଲୋକଙ୍କ ଟିକାକରଣ

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଶନିବାର ଠାରୁ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଆଜି ଓଡ଼ିଶା ଭଳି ଅଧିକାଂଶ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଥିଲେ ହେଁ କିଛି ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଇଛି। ଗତକାଲି ୧.୯୧ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ଆଜି ୧୭ ହଜାରରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଦୁଇ ଦିନରେ ମୋଟ ୨.୨୪ ଲକ୍ଷ ଲୋକ ଟିକା […]

g

Hemant Lenka
  • Published: Sunday, 17 January 2021
  • , Updated: 17 January 2021, 09:15 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଶନିବାର ଠାରୁ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଆଜି ଓଡ଼ିଶା ଭଳି ଅଧିକାଂଶ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଥିଲେ ହେଁ କିଛି ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଇଛି।

ଗତକାଲି ୧.୯୧ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ଆଜି ୧୭ ହଜାରରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଦୁଇ ଦିନରେ ମୋଟ ୨.୨୪ ଲକ୍ଷ ଲୋକ ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ତେବେ ଦୁଇ ଦିନ ମଧ୍ୟରେ ଟିକା ନେବା ପରେ ୪୪୭ ଜଣ ଲୋକଙ୍କ ଶରୀରରେ ପାର୍ଶ୍ୱପ୍ରତିକ୍ରିୟା ଜନିତ ସମସ୍ୟା ଦେଖାଯାଇଛି। ଟିକା ନେଇ ଅସହଜ ଅନୁଭବ କରିଥିବା ଲୋକଙ୍କ ଶରୀରରେ କୌଣସି ପ୍ରକାରର ବଡ଼ ସମସ୍ୟା ଦେଖାଯାଇନାହିଁ। ସେହିପରି ୩ ଜଣଙ୍କୁ ଛାଡ଼ି ଦେଲେ, ଆଉ କାହାକୁ ହସ୍ପିଟାଲରେ ମଧ୍ୟ ଯିବାକୁ ପଡ଼ିନି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡା ମନୋହର ଅଗନାନୀ କହିଛନ୍ତି, ସପ୍ତାହକୁ ୪ ଦିନ କରୋନା ଟିକାକରଣର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। କିଛି ରାଜ୍ୟ ଟିକାକରଣ କେବେ କେବେ ହେବ, ତା’ର ତାରିଖ ମଧ୍ୟ ଘୋଷଣା କରି ସାରିଛନ୍ତି। ଆନ୍ଧ୍ର ପ୍ରଦେଶ ସପ୍ତାହକୁ ୬ ଦିନ ଟିକାକରଣ କାର୍ଯ୍ୟକ୍ରମ କରିବାକୁ ଅନୁମତି ମଧ୍ୟ ମାଗିଛି। ଗୋଆ ଓ ଉତ୍ତର ପ୍ରଦେଶ ସରକାର ସପ୍ତାହକୁ ୨ ଦିନ ଟିକାକରଣ କାର୍ଯ୍ୟକ୍ରମ କରିବାକୁ କହିଛନ୍ତି। ମିଜୋରାମ ମଧ୍ୟ ୫ ଦିନ ଟିକାକରଣ କାର୍ଯ୍ୟକ୍ରମ କରିବ ବୋଲି କହିଛି।

ରବିବାର ମାତ୍ର ୬ଟି ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯାଇଛି। ଅନ୍ୟ ରାଜ୍ୟଗୁଡ଼ିକ ଟିକାକରଣ କାର୍ଯ୍ୟକ୍ରମ କରି ନଥିବାରୁ ଦ୍ୱିତୀୟ ଦିନରେ ଟିକା ନେଇଥିବା ଲୋକଙ୍କ ସଂଖ୍ୟା କମ ରହିଛି। ଆଜି ସୁଦ୍ଧା ମୋଟ ୨,୨୪,୩୦୧ ଜଣ ଲୋକ କରୋନା ଟିକାର ପ୍ରଥମ ଡୋଜ୍‌ ନେଇ ସାରିଛନ୍ତି। ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଭଳି ରାଷ୍ଟ୍ର ତୁଳନାରେ ଭାରତର ଗୋଟିଏ ଦିନରେ ସର୍ବାଧିକ ଲୋକଙ୍କୁ ଟିକା ଦେବାର ରେକର୍ଡ କରିଛି।

ଟିକା ନେବା ପରେ ଅସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪୪୭ ରହିଛି। ହେଲେ ସେମାନଙ୍କ ମଧ୍ୟରୁ ମାତ୍ର ୩ ଜଣଙ୍କୁ ହସ୍ପିଟାଲ ଯିବାକୁ ପଡ଼ିଥିଲା। ଅନ୍ୟମାନେ ଆପେଆପେ ସୁସ୍ଥ ହୋଇଯାଇଛନ୍ତି। କିଛି ଲୋକଙ୍କ ଶରୀରରେ ଜ୍ୱର, ମୁଣ୍ଡ ବିନ୍ଧା ଓ ନାକ ଦରଜ ଭଳି ସମସ୍ୟା ଦେଖାଯାଇଥିଲା।

ହସ୍ପିଟାଲ ଯାଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି। ଜଣେ ବ୍ୟକ୍ତି ଏମ୍ସରେ ରହିଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସେ କହିଛନ୍ତି।

Related story