ଆଜି ପୂର୍ଣ୍ଣ ସୂର୍ଯ୍ୟପରାଗ: ଆମେରିକାର କିଛି ସହର ୨ରୁ ୩ ମିନିଟ୍‌ ହୋଇଯିବ ସମ୍ପୂର୍ଣ୍ଣ ଅନ୍ଧାର

ୱାଶିଂଟନ୍: ଆଜି ସୂର୍ଯ୍ୟପରାଗ। ଶତାବ୍ଦୀର ପୂର୍ଣ୍ଣ ସୂର୍ଯ୍ୟପରାଗ ମଧ୍ୟରୁ ଏହା ଅନ୍ୟତମ। ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତରେ ଦେଖାଯିବ ନାହିଁ। ହେଲେ ଆମେରିକାରେ ଏହା ପୂର୍ଣ୍ଣ ରୂପରେ ଦୃଶ୍ୟମାନ ହେବ।  ଏପରିକି କିଛି ଅଞ୍ଚଳରେ ଦିନରେ ରାତି ଭଳି ପ୍ରତୀୟମାନ ହେବ।  ୟୁରୋପ ଓ ଏସିଆର କିଛି ଦେଶରେ ଏହା ଆଶିଂକ ଦେଖାଯିବ। ଏହି ପରାଗ ସହିତ ଭାରତର ଏକ ବିରଳ ସଂଯୋଗ ରହିଛି।  ଆମେରିକାର ଯେଉଁ ସ୍ଥାନରେ ପରାଗ ସବୁଠୁ ଭଲ ଦେଖାଯିବ ସେଇ […]

Total-Solar

Rakesh Mallick
  • Published: Monday, 21 August 2017
  • , Updated: 21 August 2017, 08:22 AM IST

ୱାଶିଂଟନ୍: ଆଜି ସୂର୍ଯ୍ୟପରାଗ। ଶତାବ୍ଦୀର ପୂର୍ଣ୍ଣ ସୂର୍ଯ୍ୟପରାଗ ମଧ୍ୟରୁ ଏହା ଅନ୍ୟତମ। ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତରେ ଦେଖାଯିବ ନାହିଁ। ହେଲେ ଆମେରିକାରେ ଏହା ପୂର୍ଣ୍ଣ ରୂପରେ ଦୃଶ୍ୟମାନ ହେବ।  ଏପରିକି କିଛି ଅଞ୍ଚଳରେ ଦିନରେ ରାତି ଭଳି ପ୍ରତୀୟମାନ ହେବ।  ୟୁରୋପ ଓ ଏସିଆର କିଛି ଦେଶରେ ଏହା ଆଶିଂକ ଦେଖାଯିବ। ଏହି ପରାଗ ସହିତ ଭାରତର ଏକ ବିରଳ ସଂଯୋଗ ରହିଛି।  ଆମେରିକାର ଯେଉଁ ସ୍ଥାନରେ ପରାଗ ସବୁଠୁ ଭଲ ଦେଖାଯିବ ସେଇ ସ୍ଥାନ ହେଉଛି ମାଡ୍ରାସ୍।  ଯାହାକି ଆମେରିକାର ଅରେଗନ୍ ସହରରେ ଅବସ୍ଥିତ।

ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ୯୦ ବର୍ଷ ବ୍ୟବଧାନରେ ଏପରି ହେବାକୁ ଯାଉଛି।  ଏମିତିକି ଆମେରିକାର କିଛି ସହର ଦୁଇରୁ ତିନି ମିନିଟ୍‌ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯିବ।  ଭାରତୀୟ ସମୟରେ ରାତି ପ୍ରାୟ ୯ଟା ୧୫ ମିନିଟରୁ ୧୧ଟା ୧୦ ମିନିଟ୍‌ ପର୍ଯନ୍ତ ସୂର୍ଯ୍ୟପରାଗ ରହିବ।

ସୂଚନାଯୋଗ୍ୟ, ଅଗଷ୍ଟ ୭ ତାରିଖରେ ଚନ୍ଦ୍ର ଗ୍ରହଣ ହୋଇଥିଲା। ଭାରତ ଓ ଓଡ଼ିଶାରେ ଏହା ଦୃଶ୍ୟମାନ ହୋଇଥିଲା।

Related story