ଦସ୍ୟୁ-ସୁନ୍ଦରୀ ଫୁଲନ ଦେବୀଙ୍କ ଟ୍ରାଜେଡ଼ି ଲାଇଫ୍‌: ୧୧ ବର୍ଷରେ ବିବାହ, ୧୫ରେ ରେପ୍‌...

ନୂଆଦିଲ୍ଲୀ: ଫୁଲନଦେବୀ । ଏକଦା ଭୟ ଏବଂ ଆତଙ୍କର ଅନ୍ୟନାମ କହିଲେ ଫୁଲନ ଦେବୀଙ୍କୁ ହିଁ ବୁଝାଉ ତିଲା କମ୍‌ ବୟସରେ ବିବାହ, ପରେ ଗ୍ୟାଙ୍କରେପ୍‌ ଆଉ ପରେ ଇନ୍ଧିରାଗାନ୍ଧିଙ୍କ ଆହ୍ୱାନରେ ଆତ୍ମାମର୍ପଣ। । ପରିସ୍ଥିତି ଫୁଲନ୍ ଦେବୀଙ୍କୁ କଠୋର ଆଉ ନିର୍ଦ୍ଦୟ କରିଦେଇଥିଲା। ୮୦ ଦଶକରେ ଏହି ଦଶ୍ୟୁ ସୁନ୍ଦରୀ ଜଣେ ବଡ଼ ଳଡକାୟତି ବନିବାର କାହାଣୀ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏମିତି ବି ଆପଣ ଫୁଲନ ଦେବୀଙ୍କ ବିଷୟରେ କେତେ କ’ଣ […]

Phulan

Rakesh Mallick
  • Published: Thursday, 30 November 2017
  • , Updated: 30 November 2017, 06:16 PM IST

ନୂଆଦିଲ୍ଲୀ: ଫୁଲନଦେବୀ । ଏକଦା ଭୟ ଏବଂ ଆତଙ୍କର ଅନ୍ୟନାମ କହିଲେ ଫୁଲନ ଦେବୀଙ୍କୁ ହିଁ ବୁଝାଉ ତିଲା କମ୍‌ ବୟସରେ ବିବାହ, ପରେ ଗ୍ୟାଙ୍କରେପ୍‌ ଆଉ ପରେ ଇନ୍ଧିରାଗାନ୍ଧିଙ୍କ ଆହ୍ୱାନରେ ଆତ୍ମାମର୍ପଣ। । ପରିସ୍ଥିତି ଫୁଲନ୍ ଦେବୀଙ୍କୁ କଠୋର ଆଉ ନିର୍ଦ୍ଦୟ କରିଦେଇଥିଲା। ୮୦ ଦଶକରେ ଏହି ଦଶ୍ୟୁ ସୁନ୍ଦରୀ ଜଣେ ବଡ଼ ଳଡକାୟତି ବନିବାର କାହାଣୀ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏମିତି ବି ଆପଣ ଫୁଲନ ଦେବୀଙ୍କ ବିଷୟରେ କେତେ କ’ଣ ପଢିଥିବେ।  ଆଉ ଶୁଣିଥିବେ ମଧ୍ୟ। ହେଲେ ଆମେ ଆଜି ଆପଣଙ୍କୁ ତାଙ୍କ ବନ୍ଧୁକର ପୂର୍ବ ଏବଂ ପର ଘଟଣା ସମ୍ପର୍କରେ କିଛି ରୋଚକ ତଥ୍ୟ ଜଣାଇବୁ।  ସେହିପରି  ବେଣ୍ଟିଟ୍‌ କୁଇନ୍‌ରୁ ସାଂଶଦ ବନିବାର ଯାତ୍ରା କେତେ ସଂଘର୍ଷମୟ ଏବଂ କେତେ ବିବାଦୀୟ ଥିଲା ତାହା ମଧ୍ୟ ଜଣାଇବୁ।

୧- ଅଗଷ୍ଟ ୧୦ ୧୯୬୩ରେ ଉତ୍ତର ପ୍ରଦେଶର ଗୋରହା ନାମକ ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ ଫୁଲନ ଦେବୀ। ଆଦ୍ୟ ଜୀବନୀରେ ସେ ଜାତିପ୍ରଥା ଭେଦଭାବରେ ଶିକାର ହୋଇଥିଲେ। ୧୧ ବର୍ଷ ବୟସରେ ତାଙ୍କ ଜୀବନରେ ଏକ ପରିର୍ତ୍ତନ ଆସିଥିଲା।

୨-୧୧ ବର୍ଷ ବୟସରେ ଫୁଲନଦେବୀକୁ ନିଜ ଗାଁ ଠାରୁ ଦୂରେଇ ଦେବାକୁ ତା’ର ଜେଜେ ଚାହୁଁଥିଲେ। ଫଳରେ ଅଳ୍ପ ବୟସରେ ଜଣେ ବୃଦ୍ଧ ବର ସହିତ ଫୁଲନ ଦେବୀକୁ ବିବାହ କରିଦିଆଯାଇ ଥିଲା। କିନ୍ତୁ ସେ ସମୟରେ ଫୁଲନ ଦେବୀ ବିବାହ ପାଇଁ ରାଜି ନ ଥିଲେ। ବିବାହ ପରେ ପରେ ଅସହ୍ୟ  ନିର୍ଯାତନାର ଶିକାର ହୋଇଥିଲେ ସେ ।  ଫଳରେ ସେ ନିଜ ଘରକୁ ଫେରିଆସିଥିଲେ। ଘରକୁ ଫେରିବା ପରେ ନିଜ ପିତା ସହିତ କୁଲି ମଜୁରୀରେ ଲାଗିପଡ଼ିଲେ ଫୁଲନ ଦେବୀ।

୩-୧୫ ବର୍ଷରେ ଫୁଲନ ଦେବୀଙ୍କ ଜୀବନରେ ସବୁଠୁ ବଡ଼ ଦୁର୍ଘଟଣା ଘଟି ଥିଲା। ଗାଁର ଠାକୁର୍‌ ଲୋକେ ତାଙ୍କୁ ଗଣ ବଳାତ୍କାର କରିଥିଲେ।  ଏହି ଘଟଣାକୁ ନେଇ ଫୁଲନ ଦେବୀ ନ୍ୟାୟ ପାଇଁ ନୟାନ୍ତ ହେଲେ ସିନା କିଛି ଫଳ ମିଳିଲାନି। ଆଉ ନ୍ୟାୟ ନ ମିଳିବାରୁ ଫୁଲନ ଦେବୀ ବନ୍ଧୁକ ଉଠାବାକୁ ନିଷ୍ପତ୍ତି ନେଇଥିଲେ। ଆଉ ପରେ ସେ ଡକାୟତ ବନିଗଲେ।

୪- ଫୁଲନଦେବୀଙ୍କ ସହ ଆହୁରି ନିଷ୍ଟୁର ଘଟଣା ଘଟିଥିଲା।  ନ୍ୟାୟ ପାଇଁ ବାରଦ୍ୱାର ବୁଲିବା ବେଳେ ଥରେ ଗାଁରେ କିଛି ଡକାୟତଙ୍କ ହାବୁଡ଼ରେ ପଡ଼ି ଆକ୍ରମଣର ଶିକାର ହୋଇ ଥିଲେ। କେବଳ ଆକ୍ରମଣ ନୁହଁ ତାଙ୍କୁ ସେଠାରୁ ଉଠାଇ ନେଇ ଅନେକ ଥର ଗଣଦୁଷ୍କର୍ମ କରାଯାଇଥିଲା। ଏଭଳି ଭୟାନକ ଘଠଣା ପରେ ହଠାତ୍‌ ବଦଳି ଯାଇଥିଲେ ଫୁଲନ ଦେବୀ। ଏହା ପରେ ବିକ୍ରମ ମଲ୍ଲ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଦେଖା ହୋଇଥିଲା। ଉଭୟେ ମିଶି ଅଲଗା ଅଲଗା ଡକାୟତି ଗ୍ୟାଙ୍ଗ ଗଠନ କଲେ।

୫- ଡକାୟତ ହେବା ପରେ ଗ୍ୟାଙ୍ଗ ରେପ୍‌ର ବଦଲା ନେବା ପାଇଁ ଫୁଲନଦେବୀ  ପ୍ରସ୍ତୁତ ହେଲେ। ଆଉ ୧୯୯୧ରେ ଫୁଲନ ଦେବୀ ରକ୍ତର ହୋଲି ଖେଳି ଥିଲେ। ସେତେବେଳେ ୨୨ ସବର୍ଣ୍ଣ ଜାତିର ଲୋକଙ୍କୁ ଲାଇନରେ ଛିଡ଼ା କରି ଆଖିବୁଜା ଗୁଳି ଚଳାନା କରିଥିଲେ।  ଏହି ଘଟଣା ପରେ ଚମ୍ବଲରେ ଫୁଲନ ଦେବୀଙ୍କ ପରିଚୟ ବଦଳି ଯାଇଥିଲା। ଫୁଲନ ଦେବୀଙ୍କୁ ଧରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଦେଲେ। ଉଭୟ ୟୁପି ଏବଂ ମଧ୍ୟପ୍ରଦେଶର ପୋଲିସ ତାଙ୍କୁ ଧରିବା ପାଇଁ ଅସମର୍ଥ ହେଲା।

୬-ପରେ ୧୯୮୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଫୁଲନ ଦେବୀଙ୍କୁ ଆତ୍ମସମର୍ପଣ  କରିବା ପାଇଁ କହିଥିଲେ । ସେତେବେଳେ ଏକ ପ୍ରକାର ଫୁଲନ ଦେବୀ ଅସହାୟ ହୋଇପଡ଼ିଥିଲେ। କାରଣ ଫୁଲନଙ୍କ ସହଯୋଗୀ ବିକ୍ରମ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ।

୭-ହେଲେ ଫୁଲନ ଦେବୀ ଆତ୍ମସମର୍ପଣ  ପୂର୍ବରୁ ସର୍ତ୍ତ ରଖିଲେ। ପ୍ରଥମ ସର୍ତ୍ତ ଥିଲା ତାଙ୍କର ସମସ୍ତ ସହଯୋଗୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ନାହିଁ। ଦ୍ୱିତୀୟଟି ତାଙ୍କର ସମସ୍ତ ସାଥୀଙ୍କୁ ୮ ବର୍ଷରୁ ଅଧିକ କାରାଦଣ୍ଡ ଦିଆଯିବନି।  ଏହି ସର୍ତ୍ତକୁ ସରକାର ମାନି ନେଇଥିଲେ।

୮- କିନ୍ତୁ ବିନା ମକଦ୍ଦମାରେ ଫୁଲନ ଦେବୀଙ୍କୁ ୧୧ ବର୍ଷ ଜେଲ ଦଣ୍ଡ ସହିବାକୁ ପଡ଼ିଥିଲା। ତେବେ ୧୯୯୪ରେ ଉତ୍ତରପ୍ରଦେଶର ସମାଜବାଦୀ ସରକାର ତାଙ୍କୁ ଜେଲରୁ ମୁକ୍ତ କରିଥିଲେ। ଏହାର ଦୁଇ ବର୍ଷ ପରେ ଫୁଲନଙ୍କୁ ନିର୍ବାଚନ ଳଢିବା ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ଅଫର ମିଳିଥିଲା।  ଆଉ ମୀର୍ଜାପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସେ ସାଂସଦ ଭାବେ ବିଜୟୀ ହୋଇଥିଲେ।

୯-ଫୁଲନ ଦେବୀଙ୍କ ପାଇଁ ୨୦୦୧ ଥିଲା ଅନ୍ତିମ ସମୟ। ଏହି ବର୍ଷ ଶେର ସିଂହ ରାଣା ନାମକ ଜଣେ ବ୍ୟକ୍ତି ଦିଲ୍ଲୀରେ ଫୁଲନ ଦେବଙ୍କୁ ଗୁଳି ମାରି ହତ୍ୟା କରିଥିଲେ।  ୧୮୮୧ରେ ୨୨ ସବର୍ଣ୍ଣ ଜାତିର ଲୋକଙ୍କୁ ହତ୍ୟା ପ୍ରତିବାଦରେ ସେ ଏଭଳି କାଣ୍ଡ  ଭିଆଇଥିବା ଶେର ସିଂହ ରାଣା ସ୍ୱୀକାର କରିଥିଲେ।

Related story