୫ ଜଣଙ୍କୁ ବଞ୍ଚାଇ ନିଜେ ଜୀବନ ହରାଇଲେ ଟୁରିଷ୍ଟ ଗାଇଡ୍‌

ଅନନ୍ତନାଗ: ଏ ଦୁନିଆଟା ବଡ଼ ସ୍ୱାର୍ଥ ପର। ଏଠି କେହି ନୁହେଁ କାହାର। ହେଲେ ସମସ୍ତେ ଯେ ସ୍ୱାର୍ଥ ପର, କହିବା ଭୁଲ ହେବ। ଏବେ ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଛାଇ ନଥାଆନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଟୁରିଷ୍ଟ ଗାଇଡ୍‌ ଭାବେ କାର୍ଯ୍ୟ କରୁଥିବା ରୋହୁ ଅହମଦ ଦାର। ସେ ନଦୀରେ ବୁଡ଼ି ଯାଉଥିବା ୫ ଜଣ […]

w

Hemant Lenka
  • Published: Saturday, 01 June 2019
  • , Updated: 01 June 2019, 12:44 PM IST

ଅନନ୍ତନାଗ: ଏ ଦୁନିଆଟା ବଡ଼ ସ୍ୱାର୍ଥ ପର। ଏଠି କେହି ନୁହେଁ କାହାର। ହେଲେ ସମସ୍ତେ ଯେ ସ୍ୱାର୍ଥ ପର, କହିବା ଭୁଲ ହେବ। ଏବେ ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଛାଇ ନଥାଆନ୍ତି।

ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଟୁରିଷ୍ଟ ଗାଇଡ୍‌ ଭାବେ କାର୍ଯ୍ୟ କରୁଥିବା ରୋହୁ ଅହମଦ ଦାର। ସେ ନଦୀରେ ବୁଡ଼ି ଯାଉଥିବା ୫ ଜଣ ଟୁରିଷ୍ଟଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ପହଲଗାମର ଲିଡେର ନଦୀରେ ଦୁଇ ଜଣ ବିଦେଶୀ ଟୁରିଷ୍ଟଙ୍କ ସହ ମୋଟ୍‌ ୫ ଜଣ ପର୍ଯ୍ୟଟକ ଡଙ୍ଗାରେ ଭ୍ରମଣ କରୁଥିଲେ। ଏମାନଙ୍କ ସହ ଟୁରିଷ୍ଟ ଗାଇଡ୍‌ ଦାର ମଧ୍ୟ ରହିଥିଲେ।

ତେବେ ଅଚାନକ ଜୋରରେ ପବନ ବହିବା ସହ ଡଙ୍ଗାଟି ନଦୀ ମଝିରେ ଓଲଟି ପଡ଼ିଥିଲା। ତେବେ ଏହି ଘଟଣାରେ ବିଚଳିତ ନ ହୋଇ ଦାର ପ୍ରଥମେ ପର୍ଯ୍ୟଟକଙ୍କ କଥା ବୁଝିଥିଲେ। ସମସ୍ତ ୫ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଗଭୀର ନଦୀ ଜଳରୁ ଉଦ୍ଧାର କରିଥିଲେ। ତେବେ ସେମାନଙ୍କୁ ଉଦ୍ଧାର କରିବା ପରେ ଦାର ନିଜେ ଗଭୀର ପାଣି ଭିତରେ ନିଖୋଜ ହୋଇଯାଇଥିଲେ। ଗତକାଲି ସନ୍ଧ୍ୟାରୁ ଦାରଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ ଆଜି ଲିଡେର୍‌ ନଦୀ ଉପରେ ହୋଇଥିବା ବ୍ରିଜ୍‌ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମେଡିକାଲ ଯାଞ୍ଚ ପରେ ଦାରଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ତେବେ ଦାରଙ୍କ ଏଭଳି ସାହାସିକତାକୁ କେବଳ ଉଦ୍ଧାର ପାଇଥିବା ପର୍ଯ୍ୟଟକ ନୁହନ୍ତ ସମଗ୍ର ଦେଶବାସୀ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

Related story