ବିଜୁଳି ଖୁଣ୍ଟ ପାଇଁ ଗାତ ଖୋଳୁଥିଲେ, ମିଳିଲା ଗୁପ୍ତଧନ

ପାଟଣା: ବିଜୁଳୀ ଖୁଣ୍ଟ ପୋତିବାକୁ ଗର୍ତ୍ତ ଖୋଳାଯାଉଥିଲା। ଆଉ ଏହି ଗର୍ତ୍ତ ଖୋଳୁ ଖୋଳୁ ମିଳିଲା ଗୁପ୍ତଧନ। ବିହାର ରାଜ୍ୟର ଭୋଥଲି ଗ୍ରାମରେ ଏହି ଘଟଣାଟି ଘଟିଛି। ଏହି ଗର୍ତ୍ତରୁ ମିଳିଛି ଅନେକ ପୁରୁଣା ମୁଦ୍ରା। ତେବେ ଏହି ମୁଦ୍ରାଗୁଡିକୁ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ପ୍ରଶାସନକୁ ହସ୍ତାନ୍ତର କରିଦିଆ ଯାଇଛି । ସୂଚନା ଅନୁଯାୟୀ ଭୋଥଲି ଗାଁରେ ଗତ ସୋମବାର ବିଜୁଳି ଖୁଣ୍ଟ ଲଗାଇବା ପାଇଁ ଶ୍ରମିକମାନେ ଗାତ ଖୋଳୁଥିଲେ। ସେହି ସମୟରେ ସେମାନଙ୍କୁ ମାଟି ଭିତରେ […]

coins_1511423580_618x347

Rakesh Mallick
  • Published: Thursday, 23 November 2017
  • , Updated: 23 November 2017, 05:49 PM IST

ପାଟଣା: ବିଜୁଳୀ ଖୁଣ୍ଟ ପୋତିବାକୁ ଗର୍ତ୍ତ ଖୋଳାଯାଉଥିଲା। ଆଉ ଏହି ଗର୍ତ୍ତ ଖୋଳୁ ଖୋଳୁ ମିଳିଲା ଗୁପ୍ତଧନ। ବିହାର ରାଜ୍ୟର ଭୋଥଲି ଗ୍ରାମରେ ଏହି ଘଟଣାଟି ଘଟିଛି। ଏହି ଗର୍ତ୍ତରୁ ମିଳିଛି ଅନେକ ପୁରୁଣା ମୁଦ୍ରା। ତେବେ ଏହି ମୁଦ୍ରାଗୁଡିକୁ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ପ୍ରଶାସନକୁ ହସ୍ତାନ୍ତର କରିଦିଆ ଯାଇଛି ।

ସୂଚନା ଅନୁଯାୟୀ ଭୋଥଲି ଗାଁରେ ଗତ ସୋମବାର ବିଜୁଳି ଖୁଣ୍ଟ ଲଗାଇବା ପାଇଁ ଶ୍ରମିକମାନେ ଗାତ ଖୋଳୁଥିଲେ। ସେହି ସମୟରେ ସେମାନଙ୍କୁ ମାଟି ଭିତରେ ଏକ ତମ୍ବା ପାତ୍ର ଦେଖିବାକୁ ମିଳିଥିଲା। ସେହି ପାତ୍ରଟିକୁ ଆଣି ଖୋଲିବାରୁ ସେଥିରୁ ଅନେକ ପରିମାଣରେ ପୁରାତନ ମୁଦ୍ରା ରହିଥିଲା ।  ସେଗୁଡ଼ିକୁ ଆର୍କିୟୋଲୋଜିଷ୍ଟ ଦେଖିବା ପରେ ଏହାକୁ ମୋଗଲ କାଳର ତମ୍ବା ମୁଦ୍ରା ବୋଲି କହିଥିଲେ।

ପ୍ରତ୍ନତତ୍ତ୍ୱ ବିଭାଗର ଦାବି ରହିଛି ଯେ, ପ୍ରାଚୀନ କାଳରେ ଏହି ସ୍ଥାନ ବ୍ୟାପାରି କେନ୍ଦ୍ର ଥିଲା। ସେଥିପାଇଁ ଏଠାରେ ଅନେକଥର ପୁରୁଣା ମୁଦ୍ରା, ବାସନ ଓ ମୂର୍ତ୍ତୀ ମିଳିଛି।

Related story