ହିନ୍ଦୁକୁଶରେ ୭.୭ ତୀବ୍ରତାର ଭୂମିକମ୍ପ:ଥରିଲା ଉତ୍ତର ଭାରତ

ନୂଆଦିଲ୍ଲୀ: ସୋମବାର ଆଫଗାନିସ୍ତାନରେ ୭.୭ ତୀବ୍ରତାରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପରେ ଅପରାହ୍ନ ପ୍ରାୟ ସାଢେ ୨ଟାରେ ଗୋଟିଏ ମିନିଟ ପାଇଁ ଉତ୍ତର ଭାରତ ଥରି ଯାଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳା ବୋଲି ଜଣାପଡିଛି। ଏହାର ପ୍ରଭାବରେ କିଛି ସମୟ ପାଇଁ ପାକିସ୍ତାନ, ଉତ୍ତର ଭାରତ ଓ ଆଫଗାନିସ୍ତନ ଥରି ଉଠିଥିଲା। ଭୂମିକମ୍ପରେ ପାକିସ୍ତାନ ଓ ଆଫଗାନସ୍ତାନରେ ୨ ଶିଶୁ ସମେତ୧୫୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ ଲୋକ […]

pakistan-earthquake

Rakesh Mallick
  • Published: Monday, 26 October 2015
  • , Updated: 26 October 2015, 03:34 PM IST

ନୂଆଦିଲ୍ଲୀ: ସୋମବାର ଆଫଗାନିସ୍ତାନରେ ୭.୭ ତୀବ୍ରତାରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପରେ ଅପରାହ୍ନ ପ୍ରାୟ ସାଢେ ୨ଟାରେ ଗୋଟିଏ ମିନିଟ ପାଇଁ ଉତ୍ତର ଭାରତ ଥରି ଯାଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳା ବୋଲି ଜଣାପଡିଛି। ଏହାର ପ୍ରଭାବରେ କିଛି ସମୟ ପାଇଁ ପାକିସ୍ତାନ, ଉତ୍ତର ଭାରତ ଓ ଆଫଗାନିସ୍ତନ ଥରି ଉଠିଥିଲା। ଭୂମିକମ୍ପରେ ପାକିସ୍ତାନ ଓ ଆଫଗାନସ୍ତାନରେ ୨ ଶିଶୁ ସମେତ୧୫୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ଭୂମିକମ୍ପର ଝଟକା ଭାରତର ପଞ୍ଜାବ, ଜାମ୍ମୁ-କାଶ୍ମୀର, ହିମାଞ୍ଚଳ ପ୍ରଦେଶ, ଦିଲ୍ଲୀ ଏନସିଆର ଓ ହରିଆଣାରେ ଅନୁଭୂତ ହୋଇଛି। ଭୂମିକମ୍ପର ପ୍ରଭାବରେ ନୂଆଦିଲ୍ଲୀର ମେଟ୍ରୋ ଟ୍ରେନ ଚଳାଚଳରେ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ମିଳିଥିବା ସୂଚନା ମୁତାବକ ଭୂମିକମ୍ପ ପ୍ରଭାବରେ ଜାମ୍ମୁ-କାଶ୍ମୀରରେ ଟେଲିଫୋନ୍ ଲାଇନ୍, ବିଦ୍ୟୁତ ଓ ଇଣ୍ଟରନେଟ ସେବା ବ୍ୟାଘତ ହୋଇଥିବା ଜଣାପଡିଛି।

ଭୂମିକମ୍ପ ଅନୁଭୂତ ହେବାର କିଛି ସମୟ ପରେ ଏହି ସ୍ଥାନରେ ଥିବା ବଡ ବଡ କୋଠାରୁ ଲୋକେ ଭୟଭୀତ ହୋଇ ବାହାରେ ଛିଡା ହୋଇଥିବା ସୂଚନା ମିଳିଛି। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସ୍ଥାନରୁ କ୍ଷୟକ୍ଷତିର ସୂଚନା ମିଳିନାହିଁ । ସୂଚନାଯୋଗ୍ୟ ଗତ ଏପ୍ରିଲ ମାସରେ ନେପାଳରେ ଭୟାଭୟ ଭୂମିକମ୍ପ ଯୋଗୁଁ ୧୦ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିଲା।

Related story