ପିପିଇ କିଟ ପିନ୍ଧି କୋଭିଡ ଲକ୍ଷଣ ଥିବା ଜଣେ ଲୋକଙ୍କୁ ବାଇକରେ ହସ୍ପିଟାଲ ନେଲେ ଟିଏମସି ନେତା

କୋଲକାତା: ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ରାଜନେତା। ରାଜନେତା ଲୋକଙ୍କ ପାଇଁ କୋଭିଡ ମହାମାରୀ ବେଳେ କେମିତି କାର୍ଯ୍ୟ କରିବା କଥା ସେକଥା ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳକ କଂଗ୍ରେସ(ଟିଏମସି)ର ଜଣେ ନେତା ସମସ୍ତଙ୍କୁ ଶିଖାଇ ଦେଇଛନ୍ତି। କରୋନା ଲକ୍ଷଣ ଥିବା ଜଣେ ବ୍ୟକ୍ତି ଆମ୍ବୁଲାନ୍ସ ଯୋଗାଡ଼ କରିବାରୁ ଅକ୍ଷମ ହେବାରୁ ଟିଏସି ନେତା ସତ୍ୟକମ ପଟ୍ଟନାଏକ ପିପିଇ କିଟ୍‌ ପିନ୍ଧି ବାଇକ ଯୋଗେ ତାଙ୍କୁ ହସ୍ପିଟାଲ ନେଇଛନ୍ତି। ସେଠାରେ କରୋନା ଟେଷ୍ଟ କରାଯିବା ପରେ […]

fd

Hemant Lenka
  • Published: Thursday, 13 August 2020
  • , Updated: 13 August 2020, 03:39 PM IST

କୋଲକାତା: ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ରାଜନେତା। ରାଜନେତା ଲୋକଙ୍କ ପାଇଁ କୋଭିଡ ମହାମାରୀ ବେଳେ କେମିତି କାର୍ଯ୍ୟ କରିବା କଥା ସେକଥା ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳକ କଂଗ୍ରେସ(ଟିଏମସି)ର ଜଣେ ନେତା ସମସ୍ତଙ୍କୁ ଶିଖାଇ ଦେଇଛନ୍ତି।

କରୋନା ଲକ୍ଷଣ ଥିବା ଜଣେ ବ୍ୟକ୍ତି ଆମ୍ବୁଲାନ୍ସ ଯୋଗାଡ଼ କରିବାରୁ ଅକ୍ଷମ ହେବାରୁ ଟିଏସି ନେତା ସତ୍ୟକମ ପଟ୍ଟନାଏକ ପିପିଇ କିଟ୍‌ ପିନ୍ଧି ବାଇକ ଯୋଗେ ତାଙ୍କୁ ହସ୍ପିଟାଲ ନେଇଛନ୍ତି। ସେଠାରେ କରୋନା ଟେଷ୍ଟ କରାଯିବା ପରେ ସେ ପୁଣି ତାଙ୍କୁ ବାଇକ ଯୋଗେ ଘରେ ଛାଡ଼ିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଟିଏମସି ନେତା ସତ୍ୟକମଙ୍କୁ ପ୍ରଶଂସା କରିଛନ୍ତି। ପଶ୍ଚିମବଙ୍ଗର ଝାରଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି।

https://twitter.com/i/status/1293520980417998848

ଗାଡ଼ିର ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୪୩ ବର୍ଷୀୟ ଅମଲ ବାରିକ। ସେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିକଟରେ ସିଜୁଆ ଗାଁକୁ ଫେରିଥିଲେ। କିଛି ଦିନ ହେଲା ତାଙ୍କର ଜ୍ୱର ହେଉଥିବାରୁ ସେ କରୋନାରେ ଆକ୍ରାନ୍ତ ଥିବା ସନ୍ଦେହ କରିଥିଲେ। ତେବେ ହସ୍ପିଟାଲ ଯାଇ ଟେଷ୍ଟ କରିବାକୁ ସେ ଆମ୍ବୁଲାନ୍ସ ଯୋଗାଡ଼ କରିପାରି ନଥିଲେ।

ଏହି ଖବର ସତ୍ୟକମଙ୍କ ପାଖରେ ପହଞ୍ଚିଥିଲା। ସେ ତୁରନ୍ତ ମେଡିସିନ ଷ୍ଟୋରକୁ ଯାଇ ଗୋଟିଏ ପିପିଇ କିଟ୍‌ ଆଣିଥିଲେ। ଏହାପରେ ସେ ଗୋଟିଏ ବାଇକ ଭଡ଼ାରେ ଆଣି ବାରିକଙ୍କ ଘର ପାଖରେ ପହଞ୍ଚି ଯାଇଥିଲେ। ବାରିକଙ୍କ ପତ୍ନୀ ଓ ଦୁଇ ପିଲାଙ୍କ ସହ କଥା ହୋଇଥିଲେ।

ସେଠାରୁ ୪୩ ବର୍ଷୀୟ ଅମଲ ବାରିକଙ୍କୁ ବାଇକରେ ବସାଇ ହସ୍ପିଟାଲ ନେଇଥିଲେ। ସେଠାରେ ଉଭୟ ଡାକ୍ତର ସ୍ୱାବ ସଂଗ୍ରହ କରିବା ଯାଏ ଅପେକ୍ଷା କରିଥିଲେ। ଅମଲ ବାରିକଙ୍କ ସ୍ୱାବ ସଂଗ୍ରହ ହେବା ପରେ ସତ୍ୟକମ ତାଙ୍କୁ ପୁଣି ବାଇକରେ ବସାଇ ଘରକୁ ଆଣିଥିଲେ।

ଅମଲ ବାରିକଙ୍କ ଘର ଠାରୁ ହସ୍ପିଟାଲର ଦୂରତା ମାତ୍ର ୪ରୁ ୫ମ କିମି ହେବ। ହେଲେ ସତ୍ୟକମ ଯେଉଁଭଳି ଇଚ୍ଛାଶକ୍ତି ଦେଖାଇଲେ, ତାହା ଅତ୍ୟନ୍ତ ପ୍ରଶଂସନୀୟ। ସତ୍ୟକମ ହେଉଛନ୍ତି ଟିଏମସି ଯୁବ ବାହିନୀର ଜଣେ ସଦସ୍ୟ।

Related story