ଟ୍ରିପଲ୍‌ ତଲାକକୁ ବ୍ୟାନ୍‌ କରିବାକୁ ପୁଣି ଆସିବ ବିଲ୍‌

ନୂଆଦିଲ୍ଲୀ: ମୋଦି-୧ ସରକାର ଭଳି ମୋଦି-୨ ସରକାର ମଧ୍ୟ ମୁସଲିମ ଧର୍ମାବଲମ୍ବୀଙ୍କ କ୍ଷେତ୍ରରେ ପ୍ରଚଳିତ ଇନଷ୍ଟାଣ୍ଟ ଟ୍ରିପଲ ତଲାକ ବା ତତ୍କାଳ ତିନି ତଲାକକୁ ବ୍ୟାନ୍‌ କରିବା ପାଇଁ ପୁଣିଥରେ ସଂସଦରେ ବିଲ୍‌ ଆଣିବେ। ଆଜି ଆଇନ୍‌ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରବିଶଙ୍କର ପ୍ରସାଦ ଏକଥା ଘୋଷଣା କରିଛନ୍ତି। ମୋଦି-୧ ସରକାରରେ ମଧ୍ୟ ଟ୍ରିପଲ ତଲାକକୁ ବ୍ୟାନ୍‌ କରିବା ପାଇଁ ବିଲ୍‌ ଆସିଥିଲା। ଏହା ଲୋକସଭାରେ ପାସ୍‌ ହୋଇଥିଲେ ହେଁ ରାଜ୍ୟସଭାରେ ଉପସ୍ଥାପିତ ହୋଇ […]

w

Hemant Lenka
  • Published: Monday, 03 June 2019
  • , Updated: 03 June 2019, 05:06 PM IST

ନୂଆଦିଲ୍ଲୀ: ମୋଦି-୧ ସରକାର ଭଳି ମୋଦି-୨ ସରକାର ମଧ୍ୟ ମୁସଲିମ ଧର୍ମାବଲମ୍ବୀଙ୍କ କ୍ଷେତ୍ରରେ ପ୍ରଚଳିତ ଇନଷ୍ଟାଣ୍ଟ ଟ୍ରିପଲ ତଲାକ ବା ତତ୍କାଳ ତିନି ତଲାକକୁ ବ୍ୟାନ୍‌ କରିବା ପାଇଁ ପୁଣିଥରେ ସଂସଦରେ ବିଲ୍‌ ଆଣିବେ। ଆଜି ଆଇନ୍‌ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରବିଶଙ୍କର ପ୍ରସାଦ ଏକଥା ଘୋଷଣା କରିଛନ୍ତି।

ମୋଦି-୧ ସରକାରରେ ମଧ୍ୟ ଟ୍ରିପଲ ତଲାକକୁ ବ୍ୟାନ୍‌ କରିବା ପାଇଁ ବିଲ୍‌ ଆସିଥିଲା। ଏହା ଲୋକସଭାରେ ପାସ୍‌ ହୋଇଥିଲେ ହେଁ ରାଜ୍ୟସଭାରେ ଉପସ୍ଥାପିତ ହୋଇ ପାରି ନଥିଲା। ୧୬ତମ ଲୋକସଭା ଭଙ୍ଗ ହେବା ପରେ ଏହି ବିଲ୍‌ଟି ଆପେଆପେ ରାଜ୍ୟସଭାରେ କାଟ୍‌ ଖାଇଯାଇଥିଲା। ନିୟମ ଅନୁସାରେ, ଯଦି ଗୋଟିଏ ବିଲ୍‌ କେବଳ ରାଜ୍ୟସଭାରେ ଉପସ୍ଥାପିତ ହୋଇଥାଏ, ତା’ହେଲେ ଲୋକସଭା ଭଙ୍ଗ ହେବା ପରେ ମଧ୍ୟ ଏହା କାଟ୍‌ ଖାଏ ନାହିଁ। କିନ୍ତୁ ଯଦି କୌଣସି ବିଲ୍‌ ଲୋକସଭାରେ ପାସ୍‌ ହୋଇ ରାଜ୍ୟସଭାକୁ ଆସେ, ତା’ହେଲେ ଲୋକସଭା ଭଙ୍ଗ ହେବା କ୍ଷଣି ସମ୍ପୃକ୍ତ ବିଲ୍‌ ଆପେଆପେ ଲାପ୍ସ ହୋଇଯାଏ।

ଆଜି ରବିଶଙ୍କର କହିଛନ୍ତି,“ଟ୍ରିପଲ ତଲାକକୁ ଉଚ୍ଛେଦ କରିବା କଥା ଆମ(ବିଜେପି) ଘୋଷଣାପତ୍ରରେ ରହିଥିଲା। ତେଣୁ ଏହାକୁ ପୁଣିଥରେ ବିଲ୍‌ ଆକାରରେ ଉପସ୍ଥାପନ କରାଯିବ। ସେହିପରି ୟୁନିଫର୍ମ ସିଭିଲ୍‌ କୋଡ୍‌ ସମ୍ପର୍କରେ ଆଲୋଚନା ଚାଲିଛି ଏବଂ ଲ’ କମିଶନଙ୍କ ରିପୋର୍ଟ ଅନୁସାରେ ଏହା ଉପରେ ନିଷ୍ପତ୍ତି ନିଆଯିବ।”

Related story