‘ତିନ୍‌ ତଲାକ’ ଲାଗି ଖୁବ୍‌ ଶୀଘ୍ର ଆସୁଛି ନୂଆ ଆଇନ୍‌, ଏଣିକି କହୁ କହୁ ବନ୍ଧା ହେବ

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନ ସରୁସରୁ ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ହେବ। ଶୁକ୍ରବାର ଏହି ଅଧିବେଶନ ‍ବେଳେ କେନ୍ଦ୍ର ସରକାର ଏକ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ୩ ତଲାକ ମାମଲାରେ ଜାମିନ ବିହିନ ଗିରଫ ପରୱାନା ଜାରି କରାଯିବା ପ୍ରସଙ୍ଗକୁ ଆଇନ୍‌ର ମାନ୍ୟତା ମିଳିବ। ଏହି ବିଲ୍‌ ଉପରେ କ୍ୟାବିନେଟ୍ ମୋହର ବାଜିବା ପରେ ଏହାକୁ ପାର୍ଲିଆମେଣ୍ଟରେ ପ୍ରସ୍ତୁତ କରାଯିବ। ଏହି ଆଇନ୍‌ ଆସିଯିବା ପରେ ୩ ତଲାକ୍‌ ମାମଲାରେ ଅଭିଯୁକ୍ତଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ […]

800x480_4025e1f98696220dd56c1cdead486493 (1)

Rakesh Mallick
  • Published: Thursday, 14 December 2017
  • , Updated: 14 December 2017, 03:06 PM IST

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନ ସରୁସରୁ ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ହେବ। ଶୁକ୍ରବାର ଏହି ଅଧିବେଶନ ‍ବେଳେ କେନ୍ଦ୍ର ସରକାର ଏକ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ୩ ତଲାକ ମାମଲାରେ ଜାମିନ ବିହିନ ଗିରଫ ପରୱାନା ଜାରି କରାଯିବା ପ୍ରସଙ୍ଗକୁ ଆଇନ୍‌ର ମାନ୍ୟତା ମିଳିବ। ଏହି ବିଲ୍‌ ଉପରେ କ୍ୟାବିନେଟ୍ ମୋହର ବାଜିବା ପରେ ଏହାକୁ ପାର୍ଲିଆମେଣ୍ଟରେ ପ୍ରସ୍ତୁତ କରାଯିବ। ଏହି ଆଇନ୍‌ ଆସିଯିବା ପରେ ୩ ତଲାକ୍‌ ମାମଲାରେ ଅଭିଯୁକ୍ତଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି।

ସରକାରୀ ସୂତ୍ରରୁ ଜଣାପଡିଛି ଯେ, ୩ ତଲାକ୍‌ ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ବିଲୋପ କରିବା ଲାଗି ସରକାର ଏଭଳି ଆଇନ୍‌ ଆଣୁଛନ୍ତି। ‘The muslim women protection of rights in marriage act’ ନାମରେ ଏହି ବିଧେୟକ ଆସିବ। ଏହା କେବଳ ୩ ତଲାକ୍‌ ବ୍ୟବସ୍ଥା ପାଇଁ ଲାଗୁ ହେବ। ଏହି ଆଇନ୍ ପ୍ରଣୟନ ହେବା ପରେ କୌଣସି ମୁସଲିମ୍‌ ବ୍ୟକ୍ତି ଯଦି ନିଜ ପତ୍ନୀଙ୍କୁ ଏଭଳି ତଲାକ୍‌ ଦିଅନ୍ତି ତାହା ବେଆଇନ୍‌ ହେବ।

Related story