ତିନ ତଲାକ୍‌: ସୁପ୍ରିମକୋର୍ଟଙ୍କ ରାୟକୁ ସମାଲୋଚନା କଲେ ମମତାଙ୍କ ମନ୍ତ୍ରୀ, ୱେଏସି କହିଲେ କାର୍ଯ୍ୟକାରୀ କରିବା କଷ୍ଟକର

ନୂଆଦିଲ୍ଲୀ:ବହୁ ଚର୍ଚ୍ଚିତ ଟ୍ରିପଲ ତକାକ୍‌ ପ୍ରଥାକୁ ଆଜି ସୁପ୍ରିମକୋର୍ଟ ଅସାମ୍ବିଧାନିକ ଘୋଷଣା କରିଛନ୍ତି।  ତେବେ ପ୍ରଚଳିତ ବ୍ୟବସ୍ଥା ଉପରେ କୋର୍ଟ ରହିତାଦେଶ ଜାରି କରିବା ସହ ୬ ମାସ ମଧ୍ୟରେ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  ତେବେ ଏହି ରାୟ ଆସିବା ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଷେଶକରି ମୁସଲମାନ ମହିଳାମାନେ ଏହି ରାୟକୁ  ସମର୍ଥନ କରିଛନ୍ତି। ତେବେ ଏହି ରାୟ ଆସିବା ପରେ ଆରମ୍ଭରୁ  ଏହି […]

owasi

Rakesh Mallick
  • Published: Tuesday, 22 August 2017
  • , Updated: 22 August 2017, 07:25 PM IST

ନୂଆଦିଲ୍ଲୀ:ବହୁ ଚର୍ଚ୍ଚିତ ଟ୍ରିପଲ ତକାକ୍‌ ପ୍ରଥାକୁ ଆଜି ସୁପ୍ରିମକୋର୍ଟ ଅସାମ୍ବିଧାନିକ ଘୋଷଣା କରିଛନ୍ତି।  ତେବେ ପ୍ରଚଳିତ ବ୍ୟବସ୍ଥା ଉପରେ କୋର୍ଟ ରହିତାଦେଶ ଜାରି କରିବା ସହ ୬ ମାସ ମଧ୍ୟରେ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  ତେବେ ଏହି ରାୟ ଆସିବା ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଷେଶକରି ମୁସଲମାନ ମହିଳାମାନେ ଏହି ରାୟକୁ  ସମର୍ଥନ କରିଛନ୍ତି। ତେବେ ଏହି ରାୟ ଆସିବା ପରେ ଆରମ୍ଭରୁ  ଏହି ତିନ ତଲାକ୍‌ ବ୍ୟବସ୍ଥା ସପକ୍ଷରେ ଯୁକ୍ତି ବାଢିଆସୁଥିବା ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ଼କୁ ଶକ୍ତ ଝଟକା ଲାଗିଛି।

ତେବେ ଏହି ରାୟକୁ ନେଇ ପରବର୍ତ୍ତି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି  ବୋର୍ଡ଼ ପକ୍ଷରୁ କୁହାଯାଇଛି। ଏନେଇ ଭୋପାଳରେ  କାର୍ଯ୍ୟକାରୀ ବୋର୍ଡ଼ ବୈଠକରେ ଆଲୋଚନା ହେବ ବୋଲି କୁହାଯାଇଛି। ସେପ୍ଟେମ୍ବର ୧୦କୁ ଆଲୋଚନା କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ସେପଟେ ସୁପ୍ରିମକୋର୍ଟଙ୍କ ରାୟ  ଉପରେ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାରଙ୍କ ଜଣେ ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।  ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ ନେତା ତଥା ଲାଇବ୍ରେରୀ ସର୍ଭିଷ ମନ୍ତ୍ରୀ  ସିଦ୍ଧିକ୍ୱାଲା ଚୌଧୁରୀ ସୁପ୍ରିମକୋର୍ଟଙ୍କ ରାୟକୁ ସମାଲୋଚନା କରିଛନ୍ତି।  କହିଛନ୍ତି ଏହି ପସଙ୍ଗ ଉପରେ ମୋ ଦଳର ଆଭିମୁଖ୍ୟ କ’ଣ ମୁଁ ଜାଣିନି।  କିନ୍ତୁ ମୁଁ କୋର୍ଟଙ୍କ ରାୟ ଉପରେ ସନ୍ତୁଷ୍ଟ ନୁହେଁ। କାରଣ  ଏହି ପରମ୍ପରା ପ୍ରାଚୀନ ଯୁଗର। ଟ୍ରିପ୍‌ଲ ତଲାକ  ବ୍ୟବସ୍ଥା କୁରାନରେ ଲିପିବଦ୍ଧ ରହିଛି।  ତେଣୁ ଏହାକୁ କୋର୍ଟ ଅସିଦ୍ଧ ଘୋଷଣା  କରିବା ନ୍ୟାୟୋଚିତ ନୁହଁ ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗରେ କିଛି ମତ ଦେବାକୁ ମନାକରି ଦେଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।  କାରଣ ପୂର୍ବରୁ ଏହି ବ୍ୟବସ୍ଥାକୁ ମମତା ସମର୍ଥନ କରିଥିଲେ। ସେପଟେ ଅଲ ଇଣ୍ଡିଆ ମଜଲିସ୍‌-ଇ-ଇତେ-ହାଦୁଲ- ମୁସଲିମନ୍‌(ଏଆଇଏମଆଇଏମ)ର ନେତା ଅଶାଉଦ୍ଦିନ ୱେଏସି ନିଜ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ସେ ସୁପ୍ରିମକୋର୍ଟଙ୍କ ରାୟକୁ  ସ୍ୱାଗତ କରିଛନ୍ତି। ହେଲେ ଏହି ରାୟକୁ ବାସ୍ତବରେ କାର୍ଯ୍ୟକାରୀ କରିବା କଷ୍ଟକର।

Related story