ଟ୍ରମ୍ପ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି

ୱାଶିଂଟନ୍: ଡୋନାଲ୍ଡ ଟ୍ରମ୍ପ୍ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି। ସେ ହେବେ ଆମେରିକାର ୪୫ତମ ରାଷ୍ଟ୍ରପତି। ଡେମୋକ୍ରରଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନକୁ ହରାଇଛନ୍ତି ରିପବ୍ଲିକାନ୍‌ଦଳ ଟ୍ରମ୍ପ୍। ହିଲାରୀ ୨୧୮ଟି ଭୋଟ୍ ପାଇଥିବା ବେଳେ  ଟ୍ରମ୍ପ୍ ୨୭୬ଟି ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଆଜି ଫଳାଫଳ ଘୋଷଣା ପରେ ହିଲାରୀ ତାଙ୍କ ପରାଜୟ ସ୍ୱୀକାର କରିଛନ୍ତି ଓ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ ଏହି ବିଜୟ ପାଇଁ ଟ୍ରମ୍ପ୍ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ […]

trump

Rakesh Mallick
  • Published: Wednesday, 09 November 2016
  • , Updated: 04 May 2017, 03:44 PM IST

ୱାଶିଂଟନ୍: ଡୋନାଲ୍ଡ ଟ୍ରମ୍ପ୍ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି। ସେ ହେବେ ଆମେରିକାର ୪୫ତମ ରାଷ୍ଟ୍ରପତି। ଡେମୋକ୍ରରଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନକୁ ହରାଇଛନ୍ତି ରିପବ୍ଲିକାନ୍‌ଦଳ ଟ୍ରମ୍ପ୍। ହିଲାରୀ ୨୧୮ଟି ଭୋଟ୍ ପାଇଥିବା ବେଳେ  ଟ୍ରମ୍ପ୍ ୨୭୬ଟି ଭୋଟ୍ ପାଇ ବିଜୟୀ ହୋଇଛନ୍ତି।

ଆଜି ଫଳାଫଳ ଘୋଷଣା ପରେ ହିଲାରୀ ତାଙ୍କ ପରାଜୟ ସ୍ୱୀକାର କରିଛନ୍ତି ଓ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟପକ୍ଷରେ ଏହି ବିଜୟ ପାଇଁ ଟ୍ରମ୍ପ୍ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି,“ଆମେ ବିଶ୍ୱରେ ଅଦ୍ୱିତୀୟ ହୋଇ ରହିବା। ଆମେରିକାର ପୁନଃନିର୍ମାଣ ପାଇଁ ଦେଶବାସୀଙ୍କ ସହଯୋଗ ଲୋଡ଼ା। ବିକାଶକୁ ଦ୍ୱଗୁଣିତ କରିବା ଓ ଆହୁରି ସ୍ୱପ୍ନ ଦେଖିବା। ସଂଘର୍ଷ ନୁହେଁ, ସବୁ ରାଷ୍ଟ୍ର ସହିତ ସହଯୋଗ ଉପରେ ଗୁରୁତ୍ୱ ଦେବା।”

.

Related story