ଆମେରିକା ନିର୍ବାଚନରେ ‘ମୋଦି’

ଓ୍ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ହାତରେ ଆଉ ଦୁଇ ମାସ ରହିଛି। ଏହାରି ଭିତରେ ଭାରତୀୟ ବଂଶୋଦ୍ଭବ ଭୋଟରଙ୍କୁ ମନେଇବାକୁ ଜୋରଦାର ପ୍ରୟାସ କରୁଛନ୍ତି ଉଭୟ ଡେମୋକ୍ରାଟିକ୍ ଏବଂ ରିପବ୍ଲିକାନ୍ ପାର୍ଟି। ରିପବ୍ଲିକିଆନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ପ୍ରଚାର ବେଳେ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ଟ୍ରମ୍ପ ‘ହାଓଡି ମୋଦି’ ଏବଂ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର ଭିଡିଓ କ୍ଲିପ ବ୍ୟବହାର କରିଛନ୍ତି। ଏହି ଭିଡିଓ ଜାରି […]

MODI TRUMP

Subhransu Sekhar
  • Published: Sunday, 23 August 2020
  • , Updated: 23 August 2020, 06:54 PM IST

ଓ୍ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ହାତରେ ଆଉ ଦୁଇ ମାସ ରହିଛି। ଏହାରି ଭିତରେ ଭାରତୀୟ ବଂଶୋଦ୍ଭବ ଭୋଟରଙ୍କୁ ମନେଇବାକୁ ଜୋରଦାର ପ୍ରୟାସ କରୁଛନ୍ତି ଉଭୟ ଡେମୋକ୍ରାଟିକ୍ ଏବଂ ରିପବ୍ଲିକାନ୍ ପାର୍ଟି। ରିପବ୍ଲିକିଆନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ପ୍ରଚାର ବେଳେ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ଟ୍ରମ୍ପ 'ହାଓଡି ମୋଦି' ଏବଂ 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମର ଭିଡିଓ କ୍ଲିପ ବ୍ୟବହାର କରିଛନ୍ତି।

ଏହି ଭିଡିଓ ଜାରି କରି ଆଉ ଚାରି ବର୍ଷ ପାଇଁ ସୁଯୋଗ ଦେବାକୁ ଟ୍ରମ୍ପ ଭୋଟରଙ୍କୁ ନିବେଦନ କରିଛନ୍ତି। ଟ୍ୱିଟରରେ ଭିଡିଓ ଶେୟାର କରିବା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଜୁନିୟର ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରେମିକା କିମ୍ବର୍ଲି ଗୁଇଲଫାୟଲ ଲେଖିଛନ୍ତି ଯେ ଆମେରିକା ଭାରତ ସହ ଭଲ ସମ୍ପର୍କ ବଜାୟୀ ରଖିଛି ଏବଂ ଆମ ଅଭିଯାନରେ ଭାରତୀୟ ଆମେରିକୀୟଙ୍କ ବହୁତ ସମର୍ଥନ ରହିଛି।

ଏହି ଭିଡିଓର ଆରମ୍ଭ ଆମେରିକାର ହ୍ୟୁଷ୍ଟନରେ ହୋଇଥିବା ମୋଦିଙ୍କ ହାଓଡି ମୋଦିଙ୍କ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଛି। ଏହି ସମୟରେ ମୋଦି ଏବଂ ଟ୍ରମ୍ପ ହାତରେ ହାତ ଧରି ବୁଲାଉଥିବାର ନଜିର ରହିଛି। ଏହାପରେ ମୋଦିଙ୍କୁ ଟ୍ରମ୍ପଙ୍କ ମଞ୍ଚରେ ପରିଚିତ କରାଉଛନ୍ତି।

ଏହାପରେ, ଭିଡିଓରେ ଚଳିତ ବର୍ଷ ଫେବୃଆରୀରେ ଅହମଦାବାଦରେ ଆୟୋଜିତ ହୋଇଥିବା ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମର ଏକ କ୍ଲିପ୍ ରହିଛି। ଯେଉଁଥିରେ ଟ୍ରମ୍ପ ଏବଂ ମୋଦି ପରସ୍ପରକୁ ଆଲିଙ୍ଗନ କରୁଥିବାର ନଜିର ରହିଛି।

ଏହି ଭିଡିଓ କ୍ଲିପ୍‌ରେ ଟ୍ରମ୍ପ କହିଛନ୍ତି, ଆମେରିକା ଭାରତକୁ ଭଲ ପାଏ। ଆମେରିକା ଭାରତକୁ ସମ୍ମାନ କରେ ଏବଂ ଆମେରିକା ସର୍ବଦା ଭାରତୀୟ ଲୋକଙ୍କ ବିଶ୍ୱସ୍ତ ବନ୍ଧୁ। ଆମେରିକାରେ ଟ୍ରମ୍ପଙ୍କ ତରଫରୁ ଏହି ଭିଡିଓକୁ ସୋଶାଲ ମିଡିଆରେ ଶେୟାର କରିବା ପରେ ବହୁତ ଲୋକ ପସନ୍ଦ କରୁଛନ୍ତି।

Related story