ଟ୍ରମ୍ପଙ୍କ ଚେତାବନୀ ପରେ ପାକିସ୍ତାନ ଛାନିଆ: ଡାକିବ ସଂସଦର ମିଳିତ ଅଧିବେଶନ

ଇସଲାମାବାଦ: ଆତଙ୍କବାଦଙ୍କ ସ୍ୱର୍ଗ ପାଲଟି ଥିବା ପାକିସ୍ତାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ପରେ ଛାନିଆ ହୋଇଯାଇଛି। ଏବେ ପାକିସ୍ତାନ ସରକାର ସଂସଦର ଉଭୟ ଗୃହର ମିଳିତ ଅଧିବେଶନ ଡାକିବାକୁ ଯୋଜନା କରୁଛନ୍ତି। ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହିଦ ଖାକନ ଅବ୍ବାସି ସିନେଟ୍‌କୁ ସମ୍ବୋଧିତ କରିବା ବେଳେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଆମେରିକାର ପ୍ରତିକ୍ରିୟା ଆମ ପାଇଁ ଗମ୍ଭୀର ବିଷୟ। ମଙ୍ଗଳବାର କ୍ୟାବିନେଟ୍‌ ବୈଠକରେ ଏହାକୁ ନେଇ ୩ ଘଣ୍ଟା ଆଲୋଚନା କରାଯାଇଥିଲା। ଏହାସହ […]

trump

Rakesh Mallick
  • Published: Friday, 25 August 2017
  • , Updated: 25 August 2017, 09:15 PM IST

ଇସଲାମାବାଦ: ଆତଙ୍କବାଦଙ୍କ ସ୍ୱର୍ଗ ପାଲଟି ଥିବା ପାକିସ୍ତାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ପରେ ଛାନିଆ ହୋଇଯାଇଛି। ଏବେ ପାକିସ୍ତାନ ସରକାର ସଂସଦର ଉଭୟ ଗୃହର ମିଳିତ ଅଧିବେଶନ ଡାକିବାକୁ ଯୋଜନା କରୁଛନ୍ତି। ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହିଦ ଖାକନ ଅବ୍ବାସି ସିନେଟ୍‌କୁ ସମ୍ବୋଧିତ କରିବା ବେଳେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଆମେରିକାର ପ୍ରତିକ୍ରିୟା ଆମ ପାଇଁ ଗମ୍ଭୀର ବିଷୟ। ମଙ୍ଗଳବାର କ୍ୟାବିନେଟ୍‌ ବୈଠକରେ ଏହାକୁ ନେଇ ୩ ଘଣ୍ଟା ଆଲୋଚନା କରାଯାଇଥିଲା। ଏହାସହ ଏନ୍‌ଏସ୍‌ସିରେ ଏହି ମାମଲାରେ ୪ ଘଣ୍ଟା ଚର୍ଚ୍ଚା କରାଯାଇଛି।

ଗତ ସୋମବାର ଟ୍ରମ୍ପଙ୍କ ପାକିସ୍ତାନକୁ ଆତଙ୍କବାଦର ଭୂସ୍ୱର୍ଗରେ କହିବା ସହ ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାଇଥିଲେ। ସେ କହିଥିଲେ- “ସମୟ ଆସି ଯାଇଛି, ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ନିଜ ପ୍ରତିବଦ୍ଧତା ଦେଖାଉ।”

ଏହାସହ ଭାରତ ସହ ସାମରିକ ସହଯୋଗ ବୃଦ୍ଧି ଉପରେ ଟ୍ରମ୍ପ ଜୋର ଦେଇଥିଲେ।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ ଭାଷାରେ ପାକିସ୍ତାନ ଆତଙ୍କବାଦୀଙ୍କ ସ୍ୱର୍ଗ, ଭାରତ ସହ ସାମରିକ ସହଯୋଗ ବୃଦ୍ଧି ଉପରେ ଦେଲେ ଗୁରୁତ୍ୱ

Related story